ଆମରି ପେଟରୁ ଜନ୍ମ ହୋଇଥିବା ଛୁଆ ଯଦି ଚାଲିଯିବ ତେବେ ମୁଁ କଣ ଆଉ କହିବି… କାନ୍ଦି ପକାଇଲେ Pushpa Panda

ଓଲିଉଡ ଜଗତରେ ଆଜି ପୁଣି ଥରେ ଶୋକର ଛାୟା ଖେଳିଯାଇଛି । କାରଣ ଦିଗଜ ଅଭିନେତା ସ୍ବର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ଓରଫ ରିକି ଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ବାପା ଚାଲିଯିବା ପରେ ଅକ୍ଲାନ୍ତ ନିଜ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଓ ବାପାଙ୍କୁ ଝୁରି ଝୁରି ଅତ୍ୟନ୍ତ ଅସୁସ୍ଥ ହୋଇ ପଡୁଥିଲେ । ସବୁବେଳେ ବାପାଙ୍କ ପାଖେ ପାଖେ ରହୁଥିବା ଅକ୍ଲାନ୍ତ ଦାସ ବାପାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରି ନଥିଲେ ।

ତେବେ ସେ ଗତ ଏକ ମାସ ଧରି ଲିଭର ଜନିତ ସମସ୍ୟାରେ ପୀଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଜୀବନ ଯୁଦ୍ଧରେ ସେ ମଧ୍ୟ ହାରି ଯାଇଛନ୍ତି । ଏନେଇ ସମସ୍ତେ ଭାଙ୍ଗି ପଡିଥିବା ବେଳେ ଓଲିଉଡର ଜଣାଶୁଣା ଅଭିନେତ୍ରୀ ପୁଷ୍ପା ପଣ୍ଡା ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ତାଙ୍କ ପାଖରେ କହିବା ପାଇଁ ଆଉ କିଛି ଶବ୍ଦ ନାହିଁ । ନିଜକୁ ଜମା ବି ଭଲ ଲାଗୁନି ।

ଏତେ ସାନ ଛୁଆ ଆମରି ପେଟରୁ ଜନ୍ମ ହେଉଥିବା ଛୁଆ ଯଦି ଆମକୁ ଛାଡି ଚାଲିଯିବେ ସେନେଇ ଆଉ କଣ କହି ହେବ । ରିକି ବହୁତ ଭଲ ଛୁଆଟିଏ ଥିଲା । ସବୁବେଳେ ମିହିର ଭାଇଙ୍କ ପାଖେ ପାଖେ ଥାଏ । କୌଣସି ପ୍ରୋଗ୍ରାମ ବା ଫଙ୍କସନ ହେଉ ସେ ସବୁବେଳେ ବାପାଙ୍କ ସହ ଆସେ । ବିକି ଅପେକ୍ଷା ମିହିର ଭାଇ ସାନ ପୁଅକୁ ରିକିକୁ ହିଁ ବେଶୀ ଭଲ ପାଆନ୍ତି ।

ସେ ସବୁବେଳେ ତାଙ୍କର ପାଖେ ପାଖେ ରୁହେ । ଏବେ ସୁଦ୍ଧା ରିକିକୁ ଦେଖିଲେ ଲାଗେ ଯେ ମିହିର ଭାଇ ଆମ ପାଖରେ ଅଛନ୍ତି । ହେଲେ ସିଏ ବି ଯଦି ଛାଡିକି ଚାଲିଯିବ ତା’ପରେ ଆଉ କଣ କହିବି । ଏଠି କିଛି ସ୍ଥାୟୀ ନୁହେଁ କି କିଛି ସତ ନୁହେଁ । ରଖୁଛି ବାଏ ।”

ଏତିକି ବହୁ କଷ୍ଟରେ ଛାତିରେ ଅନେକ ଯନ୍ତ୍ରଣା ଚାପି ରଖି କହିଥିଲେ ପୁଷ୍ପା ପଣ୍ଡା । ଅନ୍ୟପଟେ ବାପା, ମା’ ଓ ଭାଇ ସମସ୍ତଙ୍କୁ ହରାଇ ଅନାଥ ହୋଇ ଯାଇଛନ୍ତି ଅମ୍ଳାନ । ଏତେ ଦୁଃଖ ସହିବା ପାଇଁ ଇଶ୍ଵର ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।