ଜଣଙ୍କ ପରେ ଜଣେ ମା, ବାପା ଓ ଭାଇ ସମସ୍ତଙ୍କୁ ନେଇଗଲ ଭଗବାନ, ସବୁ ସୁଖ ଛଡେଇ ନେଇ କି ଖୁସି ପାଇଲ ? Amlan Das ଙ୍କ ଅବସ୍ଥା ଜାଣିଲେ ଛାତି ଫାଟି ପଡିବ

ପରକୁ ପର ବାପା, ମାଆ ଓ ଶେଷରେ ସାନ ଭାଇକୁ ହରାଇବା ପରେ ଏକପ୍ରକାର ସ୍ଥାଣୁ ପାଲଟି ଯାଇଛନ୍ତି ଓଲିଉଡ ଅଭିନେତା ଅମ୍ଳାନ ଦାସ । ଦିଗଜ ଓଡିଆ ଅଭିନେତା ମିହିର ଦାସଙ୍କ ପୁଅ ତାଙ୍କର ପୁରା ହରାଇ ସ୍ତବ୍ଧ ହୋଇ ଯାଇଛନ୍ତି । ଗୋଟିଏ ଦୁଃଖରେ ଅଣ୍ଟା ସମ୍ଭାଳି ନ ହେଉଣୁ ତାଙ୍କ ଉପରେ ସତେ ଯେମିତି ଲଦି ହୋଇଯାଉଛି ଆଉ ଏକ ଦୁଃଖର ପାହାଡ । କିଛି ବର୍ଷ ତଳେ ପ୍ରଥମେ ମା’ଙ୍କୁ ହରାଇଥିବା ଅମ୍ଳାନ ଗତ ବର୍ଷ ଜାନୁୟାରୀ ମାସରେ ବାପାଙ୍କୁ ହରାଇ ଭାଙ୍ଗି ପଡିଥିଲେ ।

ତେବେ ଅମ୍ଳାନଙ୍କ ସାନ ଭାଇ ଅକ୍ଲାନ୍ତ ମଧ୍ୟ ଏହି ଦୁଃଖ ସହ୍ୟ କରି ପାରି ନଥିଲେ । ଫଳରେ ସେ ଏକପ୍ରକାର ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଏଥିସହିତ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ବିଗିଡିବାରେ ଲାଗିଥିଲା । ଗତ ମାସେ କାଳ ଲିଭର ଜନିତ ସମସ୍ୟାରେ ପୀଡିତ ହୋଇ ସେ ଭୁବନେଶ୍ବର AIIMS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ କମ୍ ବୟସରେ ଉଭୟ ମା’ ଓ ବାପାଙ୍କୁ ହରାଇ ହୁଏତ ନିଜେ ବି ବଞ୍ଚିବାର ଆଶା ଛାଡି ଦେଇଥିଲେ ମିହିର ଦାସଙ୍କ ସାନ ପୁଅ ତଥା ଅମ୍ଳାନ ଦାସଙ୍କ ସାନ ଭାଇ ଅକ୍ଲାନ୍ତ ଦାସ ।

ଗତକାଲି ବିଳମ୍ବିତ ରାତିରେ ସେ ମଧ୍ୟ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । କଟକ ସତୀଚଉରା ସ୍ଥିତ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ବଡ ଭାଇ ଅମ୍ଳାନ । ଉପରୁ ସିନା ସେ ପଥର ପାଲଟି ଯାଇଛନ୍ତି ହେଲେ ଭିତରେ ଯେ କେତେ ସଂଗ୍ରାମ କରୁଥିବେ ତାହା କେବଳ ସେ ହିଁ ଜାଣିଥିବେ । ପରକୁ ପର ସମସ୍ତଙ୍କୁ ହରାଇ ଏକପ୍ରକାର ଅନାଥ ହୋଇ ଯାଇଛନ୍ତି ଅମ୍ଳାନ ।

ତାଙ୍କ ମନରେ ଭଗବାନଙ୍କ ଉପରେ ଆଜି ଅଜସ୍ର ଅଭିମାନ ଥିବ । ଯେଉଁ ମା’ର ପଣତକାନି ତଳେ ଦୁନିଆ ଦେଖିଥିଲେ, ଯେଉଁ ବାପାର ଆଙ୍ଗୁଠି ଧରି ଚାଲିବା ଶିଖିଥିଲେ ଆଉ ଯେଉଁ ଭାଇ ସହ ହସି ଖେଳି ସେ ବଡ ହୋଇଥିଲେ ଆଜି ସେ ସମସ୍ତେ ତାଙ୍କୁ ପର କରି ଚାଲି ଯାଇଛନ୍ତି । ଯେଉଁଠୁ ସେ କେବେବି ଫେରି ଆସିବେ ନାହିଁ । ତାଙ୍କ ଠାରୁ ତାଙ୍କର ପୁରା ପରିବାର ଓ ସବୁ ହସଖୁସି ଛଡେଇ ନେଇ ଭଗବାନ କଣ ପାଇଥିବେ ସେ ନିଜକୁ ପ୍ରଶ୍ନ କରୁଥିବେ ।

ତାଙ୍କ ସହ କାହିଁକି ଏମିତି ହେଲା ଏମିତି ଅନେକ ପ୍ରଶ୍ନର ଜବାବ ସେ ଭଗବାନଙ୍କୁ ମାଗୁଥିବେ । ତେବେ ଏଭଳି ଦୁଃଖ ସମୟରେ ଭଗବାନ ତାଙ୍କୁ ସହିବା ପାଇଁ ଶକ୍ତି ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି ଆମର ପ୍ରାର୍ଥନା ଓ କାମନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।