ଶେଷ ବଲରେ ଛକା ମାରିଲେ, ରନ ନ ମିଳିବାରୁ ଖୁସି ହେବା ବଦଳରେ ମନ ଦୁଃଖରେ ପଡିଆରୁ ଫେରିଲେ ରିଙ୍କୁ ସିଂ…

ଛକା ମାରିଲେ ଋଙ୍କୁ ସିଂ କିନ୍ତୁ ମିଳିଲାନି ରନ । ମନ ଦୁଃଖ କରି ପଡିଆରୁ ଫେରିଲେ ରିଙ୍କୁ ସିଂ । ହଁ ଦର୍ଶକ ବନ୍ଧୁ ଗତ କାଲିର ମ୍ଯାଚରେ 19 ତାରିଖ ବିଶ୍ଵକପ ଫାଇନାଲ ମ୍ଯାଚର ବଦଲା ନେଇଛି ଟିମ ଇଣ୍ଡିଆ । 5 ମ୍ଯାଚ ବିଶିଷ୍ଟ ଟି-20 ସିରିଜ ରେ ପ୍ରଥମ ମ୍ଯାଚରେ କଙ୍ଗାରୁ ଦଳ କୁ 2 ୱିକେଟ ରେ ହରାଇ ବିଜୟର ଅଭିଯାନ ଆରମ୍ଭ କରିଛି ଭାରତ । ତେବେ ଏହି ମ୍ଯାଚରେ ଭାରତ ଜିତିଥିଲେ ମଧ୍ୟ ଏକ ନୂଆ ଘଟଣା ସାମ୍ନା କୁ ଆସିଛି ।

ଟିମ ଇଣ୍ଡିଆର ରିଙ୍କୁ ସିଂ ଛକା ମାରିବା ପରେ ମଧ୍ୟ ଭରତ ଖାତାରେ କୌଣସି ରନ ଯୋଡା ଯାଇ ନ ଥିଲା । ଆଉ ଯାହାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଚାଲିଛି । ଅଷ୍ଟ୍ରେଲିୟା ନିର୍ଧାରିତ 20 ଓଭୋର ରେ 208 ରନ ର ଟାର୍ଗେଟ ଦେଇଥିଲା ଭାରତକୁ । ଜୋସ ଇଙ୍ଗ୍ଲିଶ 50 ଟି ବଲ ରୁ 110 ରନ ସଂଗ୍ରହ କରିଥିବା ବେଳେ ଷ୍ଟିଭେନ ସ୍ମିଥ 41 ଟି ବଲ ରୁ 52 ରନ ସଂଗ୍ରହ କରିଥିଲେ ।

ଏହାର ଜବାବରେ ଭାରତ 19.5 ଓଭୋର ରେ 5ଟି ୱିକେଟ ହରାଇ 209 ରନ ସଂଗ୍ରହ କରି ବିଜୟ ହାସଲ କରିଥିଲା । ସବୁଠାରୁ ବଡ କଥା ହେଉଛି ଏହି ମ୍ଯାଚରେ ବ୍ୟାଟ୍ସ ମ୍ୟାନ ଶେଷ ଓଭୋର ରେ ରିଙ୍କୁ ସିଂ ଏକ ସାନଦାର ଚକା ମାରିଥିଲେ । ମାତ୍ର ଭାରତ ଖାତାରେ କୌଣସି ରନ ଯୋଡି ହୋଇ ନ ଥିଲା । ଯାହାକୁ ନେଇ ଅନେକ କ୍ରିକେଟ ପ୍ରେମି ଆଶ୍ଚର୍ଯ୍ୟ ହୋଇଥିଲେ ।

ସମସ୍ତେ ଭାବିଲେ ରିଙ୍କୁ ଛକା ମାରି ଦଳକୁ ଜିତାଇଲେ କିନ୍ତୁ ସେମିତି ହୋଇ ନ ଥିଲା । ରିଙ୍କୁ ଛକା ମାରିଥିଲେ ମଧ୍ୟ ଭାରତକୁ କୌଣସି ରନ ମିଳି ନ ଥିଲା । ରିଙ୍କୁ 14 ଟି ବଲ ରୁ 22ରନ ସଂଗ୍ରହ କରି ଅପରାଜିତ ରହିଥିଲେ । ବିଜୟ ପାଇଁ ଶେଷ ବଲ ରୁ ଭାରତକୁ ମାତ୍ର 1 ରାଣା ର ଆବଶ୍ୟକତା ଥିବା ବେଳେ ଘଟିଥିଲା ଏମିତି କିଛି ଘଟଣା ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିକି ।

ତେବେ ଶେଷ ବଲ ପକାଇଥିଲେ ଅଷ୍ଟ୍ରେଲିୟା ବୋଲୋର । ଆଉ ଏହି ଶେଷ ବଲ ରେ ଛକା ମାରିଥିଲେ ରିଙ୍କୁ ସିଂ କାରଣ ବଲ ଋ ନୋ ବଲ ଥିଲା । ଯାହା ପାଇଁ ଭାରତ ଜିତି ଯାଇଥିଲା । ତେଣୁ ଶେଷ ବଲ ବୋଲିଙ୍ଗ କରିବାର କିଛି ଜରୁରତ ନ ଥିଲା । ସେଥିପାଇଁ ଆଇସିସି ର ନିୟମ ଅନୁଯାୟୀ ରିଙ୍କୁ ଙ୍କ ଛକା କୁ ରନ ଭାବେ ଗଣନା କରାଯାଇ ନ ଥିଲା ।

ଭାରତ ପକ୍ଷରୁ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଓ ଇଶାନ କିଶାନ 58 ରନ ସଂଗ୍ରହ କରିଥିଲେ । ଆସନ୍ତା ବର୍ଷ ହେବାକୁ ଥିବା ଟି-20 ବିଶ୍ଵକପ ରେ ରିଙ୍କୁ ସିଂ ଙ୍କୁ ସାମିଲ କରାଯାଉ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ଆସନ୍ତା ମାଛ ଗୁଡିକରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖାଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।