ବାପା ହେବେ ତ ଏମିତି ! ପୁଅ – ଝିଅଙ୍କ ଅଫେୟାରକୁ ନେଇ ବହୁତ ଖୁସି ଅଛନ୍ତି ଏହି ଅଭିନେତା, କହିଲେ ଏତେ ବଡ କଥା

କହିବାକୁ ଗଲେ ବର୍ତ୍ତମାନ ସମୟରେ ବଲୀଉଡରେ ଷ୍ଟାର କିଡ୍ସଙ୍କ ଜମାନା ଚାଲିଛି । କାରଣ ବର୍ତ୍ତମାନ ସମୟର ଷ୍ଟାର କିଡ୍ସ ମିଡିଆର ଚର୍ଚାରେ ରହିବା ଜାଣିଛନ୍ତି । ସେଥିପାଇଁ  ଏହି ସବୁ ଷ୍ଟାର କିଡ୍ସ ବି ସବୁବେଳେ କୌଣସି ନା କୌଣସି କାରଣରୁ ମିଡିଆର ଚର୍ଚାରେ ରହିଥାନ୍ତି । କିଏ ନିଜର ଅଫେୟାରକୁ ନେଇ ତ, କିଏ ନିଜର ଫିଲ୍ମକୁ ନେଇ, ଅନ୍ୟ ପଟେ କେହି କେହି ନିଜର ପରିବାର ଓ ନିଜର ଡ୍ରେସକୁ ନେଇ ସବୁବେଳେ ମିଡିଆରେ ଚର୍ଚାର ବିଷୟ ହୋଇ ରହିଥାନ୍ତି ।

କହିବାକୁ ଗଲେ ମିଡିଆର ନଜର ବି ଏମାନଙ୍କ ଉପରେ ସବୁବେଳେ ଥାଏ । ଏହି ଆଧାରରେ ବର୍ତ୍ତମାନ ସୁନୀଲ ଶେଟ୍ଟୀଙ୍କ ପିଲାମାନେ ବି ମିଡିଆର ଚର୍ଚାରେ ରହିବା ଶିଖି ଯାଇଛନ୍ତି । ଯଦି ସୁନୀଲ ଶେଟ୍ଟୀଙ୍କ କଥା କହିବା ତ ସେ ନିଜ ଜମାନାରେ ଏକ ଭଲ ଅଭିନେତା ଥିଲେ । ନିଜର ଦମଦାର ଅଭିନୟ ଦ୍ଵାରା ସେ ଦର୍ଶକମାନଙ୍କ ହୃଦୟ ଜିତିଥିଲେ । କହିବାକୁ ଗଲେ ସୁନୀଲ ଶେଟ୍ଟୀ ବଲୀଉଡରେ ନିଜର ଏକ ଅଲଗା ପରିଚୟ କରିଥିଲେ ।

କିନ୍ତୁ ବର୍ତ୍ତମାନ ସେ ଫିଲ୍ମରେ ବହୁତ କମ ନଜର ଆସୁଛନ୍ତି । କିନ୍ତୁ ନିଜ ଜମାନାରେ ସେ ବହୁତ ହିଟ ଫିଲ୍ମ ଦେଇଛନ୍ତି । ବର୍ତ୍ତମାନ ସମୟରେ ସୁନୀଲ ଶେଟ୍ଟୀ ୫୮ ବର୍ଷ ବୟସର ହୋଇ ଯାଇଛନ୍ତି ଓ ତାଙ୍କ ପିଲାମାନେ ବି ବର୍ତ୍ତମାନ ବଡ ହୋଇ ଯାଇଛନ୍ତି । ସୁନୀଲ ଶେଟ୍ଟୀଙ୍କର ଦୁଇଟି ପିଲା ଅଛନ୍ତି ଓ ଏହି ଦୁଇ ଜଣ ନିଜର ଅଫେୟାର ପାଇଁ ସବୁବେଳେ ମିଡିଆର ଚର୍ଚାରେ ରହିଥାନ୍ତି ।

ଆପଣଙ୍କୁ କହିଦେଉଛୁ କି ସୁନୀଲଙ୍କ ଝିଅ ବଲୀଉଡରେ ଡେବ୍ୟୁ ବି କରିସାରିଛନ୍ତି ଓ ସୁନୀଲ ଶେଟ୍ଟୀଙ୍କ ପୁଅ ବର୍ତ୍ତମାନ କରଣ ଜୋହରଙ୍କ ଫିଲ୍ମରୁ ବଲୀଉଡକୁ ଡେବ୍ୟୁ କରିବାକୁ ଯାଉଛନ୍ତି । ଯଦି କଥା ହେବା ତାଙ୍କ ଝିଅଙ୍କ ବିଷୟରେ ତ ବର୍ତ୍ତମାନ ଦିନରେ ସେ ଭାରତୀୟ କ୍ରିକେଟର କେ ଏଲ ରାହୁଲଙ୍କୁ ଡେଟ କରୁଛନ୍ତି ।

ଯାହା ବିଷୟରେ ପିତା ସୁନୀଲ ଶେଟ୍ଟୀଙ୍କ କହିବା ଅଟେ କି ସେ ସେହି ଲୋକମାନଙ୍କୁ ବି ପ୍ରେମ କରନ୍ତି ଯାହାଙ୍କୁ ତାଙ୍କର ପିଲାମାନେ ଡେଟ କରୁଛନ୍ତି । ଏକ ପ୍ରମୁଖ ଇଂଗ୍ଲିଶ ଖବରକାଗଜ ସହ କଥା ହେବା ସମୟରେ ସୁନୀଲ ଶେଟ୍ଟୀ କହିଲେ କି “ମୋତେ ଲାଗୁଛି କି କାମ ଠାରୁ ଅଧିକ ଜରୁରୀ ଜୀବନରେ ଖୁସିରେ ରହିବା ଅଟେ ।

ସୁନୀଲ ଶେଟ୍ଟୀ ଆଗକୁ କହିଲେ କି, “ମୋତେ ମୋ ପିଲାମାନଙ୍କ ପସନ୍ଦ ଜଣା ଅଛି । ମୋତେ ନିଜ ପୁଅ ଅହାନର ଗର୍ଲଫ୍ରେନ୍ଡ ପସନ୍ଦ ଅଟେ ଓ ମୋତେ ସେହି ପୁଅ ବି ପସନ୍ଦ ଅଟେ ଯାହାକୁ ଆଥିୟା ଡେଟ କରୁଛି । ମୋତେ ଏଥିରେ କିଛି ବି ଅସୁବିଧା ନାହିଁ ।” ନିଜର ପିଲାମାନଙ୍କ ପ୍ରତି ଏହିଭଳି ଭାବନା ରଖୁଥିବା ସୁନୀଲ ଶେଟ୍ଟୀଙ୍କର ସୋସିଆଲ ମିଡିଆରେ ୟୁଜରମାନେ ବହୁତ ପ୍ରଶଂସା କରୁଛନ୍ତି ।