ମାଡି ଆସୁଛି କୋଭିଡ ତୃତୀୟ ଲହର, ସେପ୍ଟେମ୍ବର ମାସ ପାଇଁ କଣ ରହିବ ରାଜ୍ୟ ସରକାରଙ୍କ Guideline, ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ଓଡିଶା ସ୍ୱାସ୍ଥ୍ୟ ସଚିବ, ଦେଖନ୍ତୁ Video

ଶେଷ ହେବାକୁ ଯାଉଛି ଅଗଷ୍ଟ ମାସ ଓ ସେପ୍ଟେମ୍ବର ରେ କୋଭିଡ ଗାଇଡ ଲାଇନ କଣ ରଖିବେ ସରକାର ଏନେଇ ଏବେ ସବୁଆଡେ ଚର୍ଚ୍ଚା ହେଉଛି । କୋଭିଡ଼ର ପ୍ରଥମ ଲହର ଲୋକଙ୍କୁ ଖୁବ ଡରାଇବା ପରେ ଦ୍ଵିତୀୟ ଲହର ନିଦ ହଜେଇ ଦେଇଥିଲା । ଏବେ କୋଭିଡର ତୃତୀୟ ଲହରକୁ ନେଇ ବିଶେଷଜ୍ଞ ମାନେ ଯାହା ଆକଳନ କରୁଛନ୍ତି ତାହା ଯାହି ସତ ହୁଏ ତେବେ ସାଂଘାତିକ ସ୍ଥିତି ଦେଇ ଗତି କରିବାକୁ ପଡିବ । କେନ୍ଦ୍ର ସରକାରଙ୍କ ସତର୍କ ବାଣୀ ପରେ ଏବେ ପ୍ରସ୍ତୁତି ଜୋରଦାର କରି ଦେଇଛନ୍ତି ରାଜ୍ୟ ସରକାର ।

କେରଳରେ ଦୈନିକ ସଂକ୍ରମଣ ଏବେ ୩୦ ହଜାର ଟପି ଯାଇଥିବା ବେଳେ ଅନ୍ୟପଟେ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ତୃତୀୟ ଲହର ଆସିବା ନେଇ ତଥ୍ୟ ଆସିବା ପରେ ସଜାଗ ହୋଇ ଉଠିଛନ୍ତି ସରକାର । ବିଶେଷଜ୍ଞ ଆକଳନ କରୁଛନ୍ତି କି ତୃତୀୟ ଲହର ପରି ପ୍ରାୟ ଅଢେଇ ମାସ କାଳ ଚାଲିବ ତୃତୀୟ ଲହର । କିନ୍ତୁ ଦ୍ଵିତୀୟ ଲହର ତୁଳନାରେ ସଂକ୍ରମଣ ଦେଢ ଗୁଣ ଅଧିକ ହେବ ବୋଲି ଆକଳନ କାରାଯାଉଛି ।

ତେବେ ଆଗକୁ ମଧ୍ୟ ଆସୁଛି ପାର୍ବଣ ଋତୁ । ସମସ୍ତ ଜିଲ୍ଲାର କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଆଗକୁ ପାର୍ବଣ ମଧ୍ୟ ଆସୁଥିବାରୁ ଏହା ମଧ୍ୟରେ କୋଭିଡ ସ୍ଥିତିକୁ କିପରି ନିୟନ୍ତ୍ରଣରେ ରଖି ହେବ ସେନେଇ ନିଷ୍ପତ୍ତି ନେବେ ସରକାର । ତେଣୁ ସବୁ କିଛି ବିଷୟକୁ ଆଖିରେ ରଖି ସରକାର ଆବଶ୍ୟକ ଅନୁସାରେ ଗାଇଡଲାଇନ ଜାରି କରିବେ ।

ବର୍ତ୍ତମାନ କେରଳରେ ପଜିଟିଭିଟି ରେଟ ସବୁଠୁ ଅଧିକ ରହିଛି । ଏହାକୁ ତୃତୀୟ ଲହର ବୋଲି ମଧ୍ୟ କୁହାଜୁଛି । ତେବେ ଆମ ରାଜ୍ୟରେ କେଉଁ ପଦକ୍ଷେପ ନେଲେ କୋଭିଡ ସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇ ପାରିବ । ତୃତୀୟ ଲହରରେ ଶିଶୁମାନେ ଅଧିକ ସଂଖ୍ଯାରେ ସଂକ୍ରମିତ ହେବା ଆଶଙ୍କା ଥିବାରୁ ସେନେଇ ମଧ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ତେବେ ସମସ୍ତ ବିଷୟକୁ ତର୍ଜମା କରି ସେହି ଅନୁସାରେ ସରକାର ଆବଶ୍ଯକୀୟ ନିର୍ଦ୍ଦେଶନାମା ଜାରି କରିବେ । ଏନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟକୁ ସେଯାର ମଧ୍ୟ କରନ୍ତୁ । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।