Astrology tips: କଣ ଆପଣଙ୍କ ନଖରେ ବି ଅଛି ଏମିତି ଚିହ୍ନ ? ଜାଣନ୍ତୁ ଏକ ବଡ ରହସ୍ୟ

ମନୁଷ୍ୟକୁ ଭଗବାନ ଏତେ ସୁନ୍ଦର ଭାବେ ଟିକିନିଖି ବିଷୟ ଧ୍ୟାନରେ ରଖି ତିଆରି କରିଛନ୍ତି ଯେ ଆମେ ମଧ୍ୟ ଏହି କଥା ଭାବି ଆଶ୍ଚର୍ଯ୍ୟ ହୋଇଯାଉ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆମ ହାତରେ ଅନେକ ରହସ୍ୟ ଲୁଚି ରହିଛି । ଏଥିରୁ ମଣିଷର ଭବିଷ୍ୟତ, ବ୍ୟକ୍ତିତ୍ବ ବିଷୟରେ ଜଣା ପଡିଥାଏ । କିନ୍ତୁ ଆପଣଙ୍କ ନାଖର ପଛ ଭାଗରେ ଥିବା ଅର୍ଦ୍ଧ ଚନ୍ଦ୍ର ଭଳି ଚିହ୍ନକୁ ଆପଣ କେବେ ଧ୍ୟାନ ଦେଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାସହ ଜଡିତ ରହସ୍ୟ କହିବୁ ।

ଅନେକଙ୍କ ନଖର ପଛଭାଗରେ ଏକ ଅର୍ଦ୍ଧଚନ୍ଦ୍ର ପରି ଚିହ୍ନ ଥାଏ, ଯାହା ନଖର ଅନ୍ୟ ଭାଗ ଠାରୁ ଅଧିକ ଧଳା ଥାଏ । ଏହି ଅର୍ଦ୍ଧଚନ୍ଦ୍ରର ଅନେକ ମହତ୍ଵ ରହିଛି । ଏହି ଅର୍ଦ୍ଧଚନ୍ଦ୍ରକୁ ଲାଟିନ ଭାଷାରେ ‘ଲୁନୁଳା’ ବୋଲି କୁହାଯାଏ । ଯଦି ଆପଣଙ୍କ ୧୦ଟି ଆଙ୍ଗୁଳି ମଧ୍ୟରୁ ଆଠଟି ଆଙ୍ଗୁଳିରେ ଏହିପରି ଅର୍ଦ୍ଧଚନ୍ଦ୍ର ରହିଛି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଖୁବ ଉତ୍ତମ ବୋଲି ମାନାଯାଏ । ଯଦି ଆପଣଙ୍କ ଆଙ୍ଗୁଳିରୁ ଏହି ଚିହ୍ନ ଧୀରେ ଧୀରେ ଉଭେଇ ଯାଉଛି ତେବେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ସଜାଗ ହେବା ଆବଶ୍ୟକ ରହିଛି । କାରଣ ଆପଣ ରୋଗରେ ପଡିବାର ଏହା ଏକ ସଙ୍କେତ ଅଟେ ।

ନଖ ଉପରେ ଥିବା ଏହି ଅର୍ଦ୍ଧଚନ୍ଦ୍ର ଯେତେ ଅଧିକ ଧଳା ଦିଶେ, ସେହି ବ୍ୟକ୍ତିଙ୍କୁ ଶାରୀରିକ ଏବଂ ମାନସିକ ରୂପେ ସେତେ ଅଧିକ ମଜବୁତ ବୋଲି ମାନାଯାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଦାଗଶୂନ୍ୟ ଏବଂ ଚିକ୍କଣ ନଖ ଥିବା ବ୍ୟକ୍ତି ଖୁବ ଆର୍ଥିକ ଉନ୍ନତି କରନ୍ତି । ସେହିପରି ଲାଲ ଓ ଚିକ୍କଣ ନଖ ଥିବା ସ୍ତ୍ରୀ ମଧ୍ୟ ଖୁବ ସୌଭାଗ୍ୟଶାଳୀ ହୋଇଥାନ୍ତି । ପୁରୁଷଙ୍କ ନଖ ପରିଷ୍କାର ଏବଂ ଗୋଲ ଥିଲେ ସେମାନେ ଆର୍ଥିକ ସଫଳତାର ନୂତନ ଦିଗ ହାସଲ କରନ୍ତି । ଛୋଟ ନଖ ଥିବା ବ୍ୟକ୍ତିଙ୍କୁ ଗଳା ସମ୍ବନ୍ଧିତ ରୋଗ ହେବାର ସମ୍ଭାବନା ରହିଥାଏ ।

ଛୋଟ ଏବଂ ହଳଦିଆ ନଖ ଥିବା ବ୍ୟକ୍ତି ନକରାତ୍ମକ ସ୍ଵଭାବକୁ ଦର୍ଶାଇଥାନ୍ତି । କିନ୍ତୁ ଧଳା ଏବଂ ବଡ ଗୋଲ ନଖ ଥିବା ବ୍ୟକ୍ତି ସଶକ୍ତ ବିଚାର ଏବଂ ତୁରନ୍ତ ନିର୍ଣ୍ଣୟ ନେବା କ୍ଷମତାକୁ ଦର୍ଶାନ୍ତି । ପତଳା ଓ ଲମ୍ବା ନଖ ଥିବା ବ୍ୟକ୍ତି ଶୀଘ୍ର ନିର୍ଣ୍ଣୟ ନେଇ ପାରନ୍ତି ନାହିଁ । ଏଥିପାଇଁ ସେମାନଙ୍କୁ ସମସ୍ୟାର ସମୁଖୀନ ମଧ୍ୟ ହେବାକୁ ପଡିଥାଏ । ଏମାନେ ନିଶା ପ୍ରତି ମଧ୍ୟ ଖୁବ ଆସକ୍ତ ହୋଇଯାନ୍ତି ଓ ତାଙ୍କ ପରିଜନ ତାଙ୍କୁ ନେଇ ବ୍ୟତିବ୍ୟସ୍ତ ହୁଅନ୍ତି । ଗଣ୍ଠି ଥିବା ଅଙ୍ଗୁଳି ଏବଂ ଛୋଟ ନଖ ଥିବା ବ୍ୟକ୍ତି ନିଜ ଜୀବନସାଥିଙ୍କୁ ଇଶାରାରେ ନଚାନ୍ତି ।

ଏମାନଙ୍କ ଚରିତ୍ର ଭଲ ହୋଇଥିଲେ ମଧ୍ୟ ଏମାନଙ୍କ ଉପରେ ସଂପୂର୍ଣ୍ଣ ଭାବେ ବିଶ୍ବାସ କରାଯାଇ ପାରେନାହିଁ । ଟାଣ ନଖ ଥିବା ବ୍ୟକ୍ତି ସାମାନ୍ଯ ଝଗଡା କରିବା ପ୍ରକୃତିର ହେବା ସହ ଜିଦି ମଧ୍ୟ ହୋଇଥାନ୍ତି । ଯେଉଁ କାର୍ଯ୍ୟ କରିବାକୁ ଏମାନେ ମନସ୍ଥ କରନ୍ତି ତାହା ସଂପୂର୍ଣ୍ଣ କରି ହିଁ ଦମ୍ ନିଅନ୍ତି । ଆଙ୍ଗଠିରେ ଦେଖା ଯାଉଥିବା ଅନ୍ୟ ଧଳା ଦାଗ ପ୍ରେମରେ ସଫଳତାକୁ ଦର୍ଶାଏ । କିନ୍ତୁ ଅନେକ ସମୟରେ ଏହି ଧଳା ରଙ୍ଗ ବଦନାମୀର ସଙ୍କେତ ମଧ୍ୟ ହୋଇଥାଏ ।

ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।