ରିୟା ଚକ୍ରବତୀକୁ ଶେଖର ସୁମନ କଲେ ଟାର୍ଗେଟ, କହିଲେ– ସୁଶାନ୍ତ ମୋର ସ୍ଵପ୍ନରେ ଆସିଲେ ଓ କହିଲେ…

ସୁଶାନ୍ତ ସିଂହ ରାଜପୁତଙ୍କ ସୁସାଇଡ କେସରେ ଯେଉଁଠି ଗୋଟିଏ ପଟେ ରିୟା ଚକ୍ରବତ୍ତୀ ସିବିଆଇ ଜଳରେ ଫସି ଚାଲିଛନ୍ତି ତ ଅନ୍ୟ ପଟେ ସୋସିଆଲ ମିଡିଆ ଓ ନ୍ୟୁଜ ଚ୍ୟାନେଲ ଉପରେ ରିୟାଙ୍କ ବିରୁଦ୍ଧରେ ସବୁଦିନ ନୂଆ ନୂଆ ରହସ୍ୟ ସାମ୍ନାକୁ ଆସୁଛି । ଆପଣଙ୍କୁ କହିଦେଉଛୁ କି ଗତ କିଛି ସମୟ ହେବ ସୁଶାନ୍ତଙ୍କ କେସରେ ରିୟା ଚକ୍ରବତୀ ହିଁ ନମ୍ବର ୧ ଆରୋପି ରୂପରେ ଦେଖା ଯାଉଛନ୍ତି ।

କିନ୍ତୁ ଏହି ସବୁ ମଧ୍ୟରେ ରିୟା ଗତ କିଛି ଦିନ ତଳେ ମିଡିଆ ସାମ୍ନାକୁ ଆସି ନିଜର ପକ୍ଷ ରଖିଥିଲେ । ରିୟାଙ୍କ ଏହି ଇଣ୍ଟରଭିୟୁରେ ପରେ ଚାରିଆଡେ ରିୟାଙ୍କୁ ନେଇ ହଙ୍ଗାମା ଚାଲିଛି । ଆପଣଙ୍କୁ କହିଦେଉଛୁ କି ଗତ କିଛି ଦିନ ହେବ ରିୟାଙ୍କୁ ବହୁତ ବିରୋଧର ସାମ୍ନା କରିବାକୁ ପଡୁଛି ।

ଏମିତିରେ ଯେତେବେଳେ ତାଙ୍କୁ ଇଣ୍ଟରଭିୟୁରେ ପ୍ରଶ୍ନ କରାଗଲା କି ସେ ଏତେ ଦିନ ପରେ ଏହି ପୁରା ମାମଲା ଉପରେ କାହିଁକି କହୁଛନ୍ତି । ତେବେ ସେ ଜବାବ ଦେଲେ କି ସୁଶାନ୍ତ ମୋର ସ୍ଵପ୍ନରେ ଆସିଥିଲେ ଓ ସେ ମୋତେ କହିଲେ କି ଆମର ସମ୍ପର୍କ ବିଷୟରେ ସମସ୍ତଙ୍କୁ ସତ କୁହ ।

ରିୟା ଚକ୍ରବତୀଙ୍କ ଏହିଭଳି ଅଜବ ଗଜବ ବୟାନ ପରେ ବର୍ତ୍ତମାନ ଚାରିଆଡେ ତାଙ୍କର ଚର୍ଚା ଚାଲିଛି । ଏହି ବୟାନ ପରେ ଶେଖର ସୁମନ ଏକ ଟ୍ୱୀଟ କରି ଲେଖିଲେ କି, କିଛି ସମୟ ପାଇଁ ଏହା ସ୍ଵୀକାର କରିବା ନେବା ଉଚିତ କି ମୁଁ ତାଙ୍କ ଅଭିନୟରେ ଠକି ଯାଇଥିଲି । ରିୟା ପୁରା ପ୍ରସ୍ତୁତିର ସହିତ ସବୁକିଛି ଏମିତି ଦେଖାଇଲେ କି ମୁଁ ଭାବୁକ ହୋଇଗଲି । ତାଙ୍କର ଲୁହ, ନିର୍ମଳତା ଓ ଭଲ ଅଭିନୟକୁ ଦେଖି ବି ମୁଁ ଭାବନାରେ ବହି ଗଲି ଓ ପୁଣି ଅଚାନକ ସୁଶାନ୍ତ ମୋର ସ୍ଵପ୍ନରେ ଆସିଲେ ଓ କହିଲେ ଏହା ଉପରେ ବିଶ୍ଵାସ କର ନାହିଁ ।

ରିୟା ଚକ୍ରବତୀଙ୍କ ଇଣ୍ଟରଭିୟୁରେ କିଛି ମହତ୍ଵପୂର୍ଣ କଥା

ଅଭିନେତ୍ରୀ ରିୟା ନିଜର ଇଣ୍ଟରଭିୟୁରେ କହିଲେ କି ସୁଶାନ୍ତ ଗତ କିଛି ମାସ ହେବ କୁର୍ଗ ଶିଫ୍ଟ ହେବାର କଥା କହୁଥିଲେ । ତାଙ୍କର ସ୍ଵପ୍ନ ଥିଲା ଶାନ୍ତି, ଚାଷ ଓ ପାହାଡ । ଏହା ବିଷୟରେ ଆମର ଦୁଇ ଜଣଙ୍କ ମାନିବା ଥିଲା କି ଗୋଟିଏ ବର୍ଷରେ ଏହିଭଳି ଆମେ ଗୋଟିଏ ଫିଲ୍ମ କରି ପାରିବା । ସେ କହିଲେ କି ମୁଁ ୮ ଜୁନକୁ ଏକ ଡାକ୍ତରଙ୍କ ସହ ସମ୍ପର୍କ କରିଥିଲି ଓ ମୁଁ କହିଥିଲି କି ସୁଶାନ୍ତ ଡିପ୍ରେଶନରେ ଯାଉଛନ୍ତି । ଏହା ପରେ ସୁଶାନ୍ତ ଓ ଡାକ୍ତରଙ୍କ କଥାବାର୍ତ୍ତା ହୋଇଥିଲା ଓ ଡାକ୍ତର ସୁଶାନ୍ତଙ୍କୁ ଔଷଧ ଦେଲେ ।

ରିୟା ନିଜର ଏହି ଇଣ୍ଟରଭିୟୁରେ ଆଗକୁ କହିଲେ କି ସୁଶାନ୍ତ ମୋତେ ୧ ଜୁନରୁ ଘରକୁ ଚାଲି ଯିବା ପାଇଁ କହୁଥିଲେ । ରିୟା କହିଲେ କି ମୁଁ ବି ସେହି ସମୟରେ ଡିପ୍ରେଶନର ଶିକାର ହେବାକୁ ଲାଗିଥିଲି ଓ ମୋର ଏହି ଅବସ୍ଥା ଦେଖି ସୁଶାନ୍ତଙ୍କୁ ଭଲ ଲାଗୁ ନ ଥିଲା । ମୁଁ ୮ ଜୁନକୁ ଡାକ୍ତରଙ୍କ ସହିତ ଏକ ଥେରେପି ସେଶସନ ବୁକ କରିଥିଲି, କିନ୍ତୁ ସୁଶାନ୍ତ ଚାହୁଁ ନ ଥିଲେ କି ମୋର ଥେରେପୀ ତାଙ୍କ ଘରେ ହେଉ ଓ ମୁଁ ଚାହୁଁ ନ ଥିଲ କି ଏହି ଥେରେପୀ ମୋର ଘର ଲୋକମାନଙ୍କ ସାମ୍ନାରେ ହେଉ ।

ରିୟା କହିଲେ କି ସୁଶାନ୍ତ ମୋତେ ଘରକୁ ଯିବା ପାଇଁ ବାରମ୍ବାର ଫୋର୍ସ କରୁଥିଲେ, ତେବେ ମୁଁ ତାଙ୍କୁ କହିଲି କି ଯେତେ ଦିନ ପର୍ଯ୍ୟନ୍ତ ତୁମର ଭଉଣୀ ଗୋରେଗାଂୱରୁ ଏଠି ନ ଆସିଛନ୍ତି ସେତେ ଦିନ ପର୍ଯ୍ୟନ୍ତ ମୁଁ ଯିବି ନାହିଁ । କିନ୍ତୁ ସୁଶାନ୍ତ ମୋତେ କହିଥିଲେ କି ମୋର ଭଉଣୀ ଆସିବା ପୂର୍ବରୁ ତୁମେ ଚାଲି ଯାଅ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।