ବିରେନ୍ଦ୍ର ସହୱାଗ IPLର ଖେଳାଳିମାନଙ୍କୁ ଦେଲେ ଏମିଟି ଅଜବ ଆୱାର୍ଡ, ଫଟୋ ଦେଖି ହସି – ହସି ଗଡିଯିବେ ଆପଣ, ଦେଖନ୍ତୁ

ଭାରତୀୟ କ୍ରିକେଟ ଟିମର ପୂର୍ବ ଖେଳାଳି ବିରେନ୍ଦ୍ର ସହୱାଗ ନିଜର ହାସ୍ୟାତ୍ମକ ଅନ୍ଦାଜ ପାଇଁ ଜଣା ଯାଆନ୍ତି । ସେ କ୍ରିକେଟ ସହିତ ସମସ୍ତ ବିଷୟରେ ନିଜର ମନ୍ତବ୍ୟ ରଖନ୍ତି । ଏହା ମଧ୍ୟରେ ସେ ପୁଣି ଥରେ ଆଇପିଏଲକୁ ନେଇ କିଛି କହିଛନ୍ତି । ସେ ଆଇପିଏଲ ଖେଳାଳିମାନଙ୍କୁ ପାଇଁ ଏମିତି ଅଜବ ଆୱାର୍ଡ ଦେଇଛନ୍ତି କି, ଯାହାକୁ ଦେଖିଲେ ଆପଣ ହସି ହସି ଲୋଟ ପୋଟ ହୋଇଯିବେ ।

କହିବାକୁ ଗଲେ ରବିବାର ଦିନ IPL 2019ର ଫାଇଲନାଲ ବହୁତ ରୋମାଞ୍ଚକ ପୂର୍ଣ ଥିଲା । ଶେଷରେ ମୁମ୍ବାଇ ଏହି ଟାଇଟେଲକୁ ଜିତିନେଇଛି । ଲସିଥ ମାଲିଙ୍ଗାଙ୍କର ଶେଷ ଓଭରର ସୁନ୍ଦର ବୋଲିଂ କରିଥିଲେ ଏବଂ ଚେନ୍ନଈଙ୍କର ମୁହଁରୁ ବିଜୟକୁ ଛଡାଇ ଆଣିଥିଲେ ।

ସହୱାଗ ଧୋନୀ ସହିତ ଅନ୍ୟ ଚାରିଜଣ ଖେଳାଳିମାନଙ୍କୁ ନେଇ ଟ୍ୱିଟର ପର ଚୁଟକୀ ନେଇଛନ୍ତି । ସେ ଲେଖିଛନ୍ତି କି, “ଆଇପିଏଲର ଏକ ସୁନ୍ଦର ସିଜିନ ସମାପ୍ତ ହୋଇଗଲା ଏବଂ ‘ବୀରୁ ଘରେଲୁ ପ୍ଆୱାର୍ଡ‘ ଏଠି ଅଛି । ସେ ଋଷଭ ପନ୍ତ, ଆଂଦ୍ରେ ରସେଲ, ଏମ. ଏସ. ଧୋନୀ, ଓ ଇମରାନ ତାହିରଙ୍କୁ, ମଜାଦାର ଆୱାର୍ଡରେ ସମ୍ମାନିତ କରିଛନ୍ତି ।

ବୀରୁର ଘରେଲୁ ଆୱାର୍ଡରେ ପ୍ରଥମ ଆୱାର୍ଡ ସେ ଋଷଭ ପନ୍ତଙ୍କୁ ଦେଇଛନ୍ତି ଏବଂ ଏହି ଆୱାର୍ଡ ନାମ ଅଟେ ‘ସିଲବଟ୍ଟା’ । ସହୱାଗ ଲେଖିଛନ୍ତି କି, ‘ପନ୍ତଙ୍କୁ ଏହା ଭଲ ବୋଲରମାନଙ୍କୁ ଚଟଣି କରିଥିବାରୁ ଦିଆ ଯାଇଛି ।

ସହୱାଗଙ୍କର ଦ୍ଵିତୀୟ ଆୱାର୍ଡ ଅଟେ ‘ପଟକୁନ୍ନା’ (ଯେଉଁଥିରେ କପଦା ପରିଷ୍କାର କରାଯାଏ) । ଏହି ସୁନ୍ଦର ଆୱାର୍ଡ ବୋଲରମାନଙ୍କୁ ଧୋଇଥିବା କାରଣରୁ ଆଂଦ୍ରେ ରସେଲଙ୍କୁ ଦିଆ ଯାଉଛି ।

ଏହା ଛଡା ସହୱାଗଙ୍କର ତୃତୀୟ ଆୱାର୍ଡ ‘ଟ୍ରଚ’ ଅଟେ । ଯାହାକୁ ସେ ଧୋନୀଙ୍କୁ ଦେଇଛନ୍ତି ଏବଂ ଲେଖିଛନ୍ତି କି, ‘ଚେନ୍ନଈକୁ ସଠିକ ମାର୍ଗଦର୍ଶନ ଦେଇଥିବା କାରଣରୁ ଧୋନୀଙ୍କୁ ଏହି ଆୱାର୍ଡ ଦିଆ ଯାଉଛି ।‘

ସହୱାଗ ନିଜର ଚତୁର୍ଥ ଆୱାର୍ଡ ଇମରାନ ତାହିରଙ୍କୁ ଦେଇଛନ୍ତି, ଯାହାର ନାମ ଅଟେ ‘ପୁରୁଣା ଜୀନ୍ସ” ଏବଂ ଲେଖିଛନ୍ତି କି, ‘ପୁରୁଣା ଅଟେ କିନ୍ତୁ ତାଜା ଅଟେ ।‘

ସହୱାଗ ଜସପ୍ରୀତ ବୁମରାହ, କଗିସୋ ରବାଡା, ଡେବୀଡ ୱର୍ନର, ହାର୍ଦିକ ପାଂଡ୍ଯା ଓ ଅମିତ ମିଶ୍ରାଙ୍କୁ ବି ଅଜବ ଗଜବ ଆୱାର୍ଡରେ ସମ୍ମାନିତ କରିଛନ୍ତି । ଯେଉଁଥିରେ ସହୱାଗ ବୁମରାହଙ୍କୁ ବରଫ, ରବାଡାଙ୍କୁ ଟୁଲ୍ଲୂ ପଂପ, ୱର୍ନରଙ୍କୁ ଜୂସ ମେସିନ, ପାଂଡ୍ଯାଙ୍କୁ ମସାଲା ଦାନୀ ଓ ମିଶ୍ରାଙ୍କୁ ଟ୍ରାଫିକ ଚଳାଇବାର ଆୱାର୍ଡ ସାମିଲ ଅଛି ।