ବାପା ଝିଅର ରୁମରେ ଲୁଚେଇକି ଲଗାଇଲେ CCTV କ୍ୟାମେରା, ତା ପରେ ସାମନାକୁ ଆସିଲା ନିରୀହ ଝିଅର ଏମିତି ଭୟାନକ କାମ

ଏକ ସୂଚନା ଅନୁସାରେ ଏହି ମାମଲା ୟୁପିର ପ୍ରୟାଗରାଜର ଅଟେ । ଯେଉଁଠି ଗୋଟିଏ ବିଜନେସମ୍ୟାନଙ୍କର ତିଜୋରିରୁ ଲଗାତର ଟଙ୍କା ଗାୟବ ହୋଇଯାଉଥିଲା । ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଘରେ ମାତ୍ର ତିନି ଜଣ ହିଁ ରହୁଥିଲେ, ସ୍ଵାମୀ ସ୍ତ୍ରୀ ଓ ଝିଅ । ଲଗାତାର ଟଙ୍କା ଗାୟବ ହେବାରୁ ବିଜନେସମ୍ୟାନ ଜଣକ ନିଜ ଝିଅ ଏବଂ ସ୍ତ୍ରୀଙ୍କୁ ପଚାରିଲେ, କିନ୍ତୁ କିଛି ଜଣା ପଡିଲା ନାହିଁ ।

ଏହା ପରେ ବିଜନେସମ୍ୟାନ ଏକ ଓକିଲଙ୍କର ଉପଦେଶରେ ଘରେ ଚୁପଚାପ ସିସିଟିଭି କ୍ୟାମେରା ଲଗାଇଦେଲେ । ଘରେ ସିସିଟିଭି ଲଗାଇବା ପରେ ସମସ୍ତ ମାମଲା ସାମନାକୁ ଆସିଗଲା ଏବଂ ଅସୁବିଧାରେ ପଡିଥିବା ଝିଅର ଆଶ୍ଚର୍ଯ୍ୟକର ସତ ବି ସାମନାକୁ ଆସିଲା ।

କହିବାକୁ ଗଲେ ତିଜୋରିରୁ ଟଙ୍କା ବାହାର କରୁଥିବା ବ୍ୟକ୍ତି ଆଉ କେହି ନୁହନ୍ତି ବିଜନେସମ୍ୟାନର ଝିଅ ଥିଲା । ଯେତେବେଳେ ସମସ୍ତେ ଜାଣିଗଲେ ତେବେ ଝିଅ ନିଜର ମାତା ପିତାଙ୍କୁ ଏହା ପଛରେ ଥିବା ଭୟାନକ ସତ ବିଷୟରେ କହିଲା । ଛାତ୍ରୀ ଜଣକ କହିଲା କି, ସ୍କୁଲରେ ପଢୁଥିବା ୧୨ମ ଶ୍ରେଣୀର ଜଣେ ଛାତ୍ର ତାହାର ଏକ ଅଶ୍ଳୀଳ ଭିଡିଓ କରି ଦେଇଛି ଏବଂ ସେହି ଭିଡିଓକୁ ସୋସିୟାଲ ମିଡିୟାରେ ଛାଡି ଦେବାର ଧମକ ଲଗାତର ଦେଉଥିଲା ।

ଭିଡିଓ ଇଣ୍ଟର୍ନେଟରେ ନ ପକାଇବା ପାଇଁ ସେ ମୋ ଠାରୁ ଟଙ୍କା ମାଗୁଥିଲା । ପ୍ରଥମ ଥର ସେ ଘରୁ ଚୋରୀ କରି ଟଙ୍କା ଦେଇଦେଲା । କିନ୍ତୁ ତଥାପି ଛାତ୍ର ତାକୁ ଲଗାତର ବ୍ଲାକମେଲ କରୁଥିଲା । ଏବଂ ସେ ପିତାଙ୍କର ତିଜୋରିରୁ ଟଙ୍କା ବାହାର କରି ଦେଉଥିଲା ।

ଜାଣନ୍ତୁ ଏହି ମାମଲାରେ କଣ କୁହନ୍ତି ପୁଲିସ

ପୁଲିସ ଅନୁସାରେ, ଛାତ୍ରୀ ଜଣକ ପ୍ରଥମେ ୫୦ ହଜାର ଟଙ୍କା ଦେଇଥିଲା । ଏହା ପରେ ସ୍କୁଲ ଛାତ୍ରଟି ଛାତ୍ରୀ ଠାରୁ ୨୫ ହଜାର ଟଙ୍କା ଏବଂ ୫୦ ଟଙ୍କା କିସ୍ତି ହିସାବରେ ନେଉଥିଲା । ଥାନାରେ ଦିଆଯାଇଥିବା ସୂଚନା ଅନୁସାରେ ଆରୋପି ଛାତ୍ର କରେଲୀ ଥାନା କ୍ଷେତ୍ରର ସୂଲପୁର ଅଞ୍ଚଳରେ ରୁହେ । ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଛାତ୍ରଟି ୮ ଲକ୍ଷ ୩୫ ହଜାର ଟଙ୍କା ନେଇସାରିଛି ।

କହିଦେଉଛୁ ଯେ ସତ୍ୟତା ଜାଣିଲା ପରେ ପିତା ଏବଂ ଝିଅ ଥାନାରେ ପହଞ୍ଚି ଏହି ମାମଲା ବିରୁଦ୍ଧରେ କେସ ଦାୟର କରିଛନ୍ତି । ଯାହା ପରେ ପୁଲିସ ଛାତ୍ରକୁ ଗିରଫ୍ତାର କରିବାରେ ପ୍ରୟାସ କରିଥିଲେ, କିନ୍ତୁ ଛାତ୍ରଟି ଘରୁ ଫେରାର ହୋଇଯାଇଛି । ଛାତ୍ରୀର ନାମ ବଦନାମ ହେବା କାରଣରୁ ଛାତ୍ରୀର ପରିଜନ ନିଜର ପରିଚୟ ଲୁଚାଇ ରଖିଛନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।