ଅପରେସନ ଥିଏଟରରେ ଡାକ୍ତରଙ୍କ ନର୍ସକୁ ଚୁମ୍ବନ, ଭିଡିଓ ହେଲା ଭାଇରାଲ, ଚାଲିଗଲା ଚାକିରି, ଦେଖନ୍ତୁ ଭିଡିଓ

ଗୋଟିଏ ଭାଇରାଲ ଭିଡିଓ ପାଇଁ ଜଣେ ସିବିଲ ସର୍ଜନ ର ଚାକିରି ଚାଲିଯାଇଛି । ଏହି ଘଟଣା ମଧ୍ୟପ୍ରଦେଶ ର ଉଜ୍ଜୈନ ର ଅଟେ । ସେଠାକାର ଜିଲ୍ଲା ହସ୍ପିଟାଲ ର ସିବିଲ ସର୍ଜନ ର ଏକ ଭିଡିଓ ଆସିଲା, ଯେଉଁଥିରେ ସେ ଅପରେଶନ ଥିଏଟର ଭିତରେ ନର୍ସ କୁ କିସ କରୁଥିଲେ । ୬ ସେକେଣ୍ଡ ର ଭିଡିଓ ଅଟେ । କିଛି ବୁଝିବା ଆଗରୁ ଭିଡିଓ ସରିଯାଏ ।

ସେତେବେଳେ ଅପରେଶନ ଥିଏଟର ରେ ଅପରେଶନ ଚାଲୁଥିଲା । ଏମିତି କୌଣସି ଖବର ଆସିନାହିଁ କି ସର୍ଜନ ଜଣଙ୍କ ଜବରଦସ୍ତି ନର୍ସକୁ କିସ କରିଥିବାର । ଏମିତି ବି କୌଣସି ଅଭିଯୋଗ ଆସି ନାହିଁ ନା ଦେଖିଲେ ଲାଗେ କି କୌଣସି ଜୋର ଜବରଦସ୍ତି କରାଯାଇଛି । ତଥାପି ଲୋକ ଏହାକୁ ଅଶ୍ଳୀଳ ଭିଡିଓ ବୋଲି କହୁଛନ୍ତି ।

ମିଳିଥିବା ସୂତ୍ର ଅନୁସାରେ ପ୍ରମୁଖ ସଚିବଙ୍କୁ ସେହି ହସପିଟାଲକୁ ଯିବାର ଥିଲା । ତାଙ୍କ ଯିବାର ଦୁଇ ଘଣ୍ଟା ପୂର୍ବରୁ ଏହି ଭିଡିଓ ଭାଇରାଲ ହେଲା । ଖବର ଅନୁସାରେ ଭିଡିଓ ରେ ଥିବା ନର୍ସଙ୍କର ମୋବାଇଲ ରୁ ଏହି ଭିଡିଓ କରାଯାଇଥିଲା । ସେହିଠାରୁ ଭିଡିଓ ଡିପାର୍ଟମେଣ୍ଟାଲ ଗ୍ରୁପ ରେ ପହଞ୍ଚିଲା । ଭିଡିଓ ଭାଇରାଲ ହେବାର ଖବର ଶୁଣିବା ମାତ୍ରେ ଆରୋପି ସିବିଲ ସର୍ଜନ ତାଙ୍କର ମୋବାଇଲ ବନ୍ଦ କରିଦେଲେ ।

ଭିଡିଓ ଭାଇରାଲ ହେବାର ଖବର ପ୍ରଶାସନକୁ ମିଳିଲା । ଜିଲ୍ଲା କଲେକ୍ଟର ଶଶାଙ୍କ ମିଶ୍ରା ଆରୋପି ସିବିଲ ସର୍ଜନ ଙ୍କୁ ଚାକିରିରୁ ବାହାର କରିଦେଲେ, କହିଲେ କି ଅଧିକାରୀ ହସ୍ପିଟାଲ ଭିତରେ ଏମିତି କାମ କରି ପାରିବେ ନାହିଁ ।

https://www.youtube.com/watch?v=YkiuTlbIadE

ଏହି ମାମଲାର ଯାଞ୍ଚ କରିବାର ଆଦେଶ ବି ଦେଇଛନ୍ତି । PTI ଙ୍କ ସହିତ କଥା ହେବାବେଳେ ଜିଲ୍ଲା କଲେକ୍ଟର କହିଲେ କି, “ମୁଁ ତାଙ୍କୁ ଡିଷ୍ଟ୍ରିକ୍ଟ ହସ୍ପିଟାଲ ର ସିବିଲ ସର୍ଜନ ପୋଷ୍ଟରୁ ହଟାଇ ଦେଇଛି । ନୋଟିସ ଜାରି କରି ତାଙ୍କୁ ଏହି ବ୍ୟବହାରର କାରଣ ବି ମଗା ଯାଇଛି ।”

ଏ ଘଟଣା ସ୍ମାପରକରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ କରନ୍ତୁ ।

1 thought on “ଅପରେସନ ଥିଏଟରରେ ଡାକ୍ତରଙ୍କ ନର୍ସକୁ ଚୁମ୍ବନ, ଭିଡିଓ ହେଲା ଭାଇରାଲ, ଚାଲିଗଲା ଚାକିରି, ଦେଖନ୍ତୁ ଭିଡିଓ”

  1. ଏହା ଯଦି ଜୋର୍ କରି କରାଯାଇଥାଏ ତେବେ ତାହା ଅପରାଧିକ କାର୍ଯ୍ୟକଳାପ ନଥୁବା ବ୍ୟକ୍ତିଗତ ବ୍ୟାପାର ଆଉ ବାକି ରହିଲା, ଅଭିଯୋଗର ଉଦ୍ଧେଶ୍ୟ ମୋତେ ଲାଗୁଛି ବ୍ଲାକ୍ ମେଲ୍ କରିବା

Comments are closed.