ମହିଳାଙ୍କ ମାଡ଼ଗୋଳରେ କମ୍ପିଲା ଲୋକାଲ୍ ଟ୍ରେନ ! ଚୁଟି ଝିଙ୍କାଝିଙ୍କି ହୋଇ ପରସ୍ପରକୁ ଦେଇ ଚାଲିଲେ ଉତ୍ତମମଧ୍ୟମ, ଦେଖନ୍ତୁ viral video

ଲୋକାଲ୍ ଟ୍ରେନ ଚାଲିଥିବା ବେଳେ ହଠାତ ଦୁଇ ମହିଳା ହାତାହାତି ହୋଇଗଲେ । ଉଭୟ ଏମିତି ମାଡ଼ଗୋଳ ଲାଗିଲେ ଯେ ସେଠାରେ ଉପସ୍ଥିତ ଥିବା ଅନ୍ୟ କେହି ଯାତ୍ରୀ ପାଖ ମାଡିବାକୁ ମଧ୍ୟ ସାହାସ କଲେନି । ଏହି ଘଟଣାର ଭିଡିଓ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ମହିଳାଙ୍କ ମାଡଗୋଳରେ ଲୋକାଲ୍ ଟ୍ରେନର ଉକ୍ତ ବଗିଟି ଏକଦମ କମ୍ପି ଉଠିଲା । ଭିଡିଓରେ ଦେଖିବାକୁ ମିଳୁଛି କି, ଦୁଇ ମହିଳା ଭୀଷଣ ପାଟିତୁଣ୍ଡ କରି ଝଗଡା ହେଉଥିବା ବେଳେ ଜଣେ ଅନ୍ୟ ଜଣଙ୍କର ଚୁଟିକୁ ଝାମ୍ପି ଧରିଛନ୍ତି ।

ମହିଳା ଦୁଇଜଣଙ୍କର ଏଭଳି ଉଗ୍ର ରୂପ ଦେଖି ସମସ୍ତେ ବେଶ ଆଶ୍ଚର୍ଯ୍ୟ ହେବାସହ ଭୟଭୀତ ହୋଇ ଯାଇଥିଲେ । ଆଉ କେହି କେହି ନିଜ ମୋବାଇଲ ବାହାର କରି ଏହି ଘଟଣାର ଭିଡିଓ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ସୂଚନା ମୁତାବକ, ଲୋକାଲ୍ ଟ୍ରେନରେ ସିଟ୍ ପାଇବାକୁ ନେଇ ଏହି ଦୁଇ ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ଏହା କ୍ରମଶଃ ଭୀଷଣ ମାଡ଼ଗୋଳର ରୂପ ନେଇଥିଲା । ମାଡ଼ଗୋଳ ଏତେ ଜୋରରେ ଲାଗିଥିଲା ଯେ କେହି କାହାରିକୁ ଛାଡିବା ପାଇଁ ମଙ୍ଗୁ ନଥିଲେ ।

ଆଉ ସ୍ଥିତି ଏଭଳି ହୋଇଥିଲା ଯେ ସେମାନଙ୍କୁ ଅଟକାଇବାକୁ ଆସିଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ସେମାନେ ମାଡ ମାରିବାକୁ ପଛାଇ ନଥିଲେ । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଥାନେ ପାନଭେଲ ଲୋକାଲ୍ ଟ୍ରେନର ବୋଲି ଜଣାପଡିଛି । ରେଳବାଇ ପୋଲିସ ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ, ଏକ ସିଟ୍ ରେ ବସିବା ନେଇ ତୁର୍ବେ ଷ୍ଟେସନ ନିକଟରେ ତିନିଜଣ ମହିଳା ଯାତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା ।

ଆଉ ଧିରେ ଧୀରେ ସିଟ୍ ପାଇଁ ଲାଗିଥିବା କଳି ଏତେ ବଢି ଯାଇଥିଲା ଯେ ପୁରା ବଗିରେ ଆତଙ୍କ ଖେଳି ଯାଇଥିଲା । ତେବେ ଟ୍ରେନରେ ମାଡଗୋଳ ଘଟଣାକୁ ନେଇ ବର୍ତ୍ତମାନ ରେଳବାଇ ପୋଲିସ ବିଭାଗ ଏହି ଘଟଣାର ତଦନ୍ତ କରୁଛି । ଏନେଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ମହିଳାଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଆହତ ହେବା ପରେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ତେବେ ପ୍ରତ୍ଯକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗୋଟିଏ ସିଟ୍ ଖାଲି ଥିବାବେଳେ ଜଣେ ମହିଳା ଯାତ୍ରୀ ଅନ୍ୟଜଣେ ମହିଳାଙ୍କୁ ସିଟ୍ ଦେବାକୁ ଚେଷ୍ଟା କରିଥିଲେ । ହେଲେ ଆଉ ଜଣେ ମହିଳା ମଧ୍ୟ ସମାନ ମଧ୍ୟ ଦଖଲ କରିବାକୁ ଉଦ୍ୟମ କରିଥିଲେ । ଏହି ପ୍ରସଙ୍ଗରେ ତିନିଜଣ ମହିଳାଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହେବାସହ ମାଡଗୋଳର ରୂପ ଧାରଣ କରିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।