ଚପଲ ଫିଙ୍ଗିଥିବା ମହିଳାଙ୍କୁ କଡା ଜବାବ ଦେଲେ ଅଭିନେତ୍ରୀ Rani Priyadarshini, ଦେଖନ୍ତୁ କଣ କହିଲେ ଅଭିନେତ୍ରୀ, ଦେଖନ୍ତୁ video

ଯାତ୍ରା ମଞ୍ଚ ଉପରେ ଅଭିନେତ୍ରୀଙ୍କୁ ଚପଲ ଫୋପାଡିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମଞ୍ଚ ଉପରେ ଆଇଟମ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଥିବା ବେଳେ ଯାତ୍ରା ଦେଖିବାକୁ ଆସିଥିବା ହଠାତ ଜଣେ ମହିଳା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ଉପରକୁ ଚପଲ ଫୋପାଡିଥିଲେ । କେବଳ ଏତିକି ନୁହେଁ ବରଂ ନିଜେ ମଞ୍ଚ ଉପରକୁ ଚଢି ଯାଇ ରାନୀଙ୍କ ନୃତ୍ୟକୁ ଘୋର ବିରୋଧ କରିଥିଲେ । ଫଳରେ କିଛି ସମୟ ଧରି ଯାତ୍ରାରେ ବାଧା ସୃଷ୍ଟି ହୋଇଥିଲା ଓ ଯାତ୍ରା ବନ୍ଦ ରଖା ଯାଇଥିଲା ।

ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ତେବେ ଚପଲ ଫୋପାଡି ଥିବା ମହିଳାଜଣକ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ଅଭିଯୋଗ ମୁତାବକ, ଅଭିନେତ୍ରୀ ରାନୀ ମଞ୍ଚ ଉପରେ ଅଶ୍ଳୀଳ ଢଙ୍ଗରେ ଡ୍ୟାନ୍ସ ପ୍ରଦର୍ଶନ କରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିଲେ । ଦର୍ଶକମାନେ ମଧ୍ୟ ତାଳି ବଜାଇବା ସହ ଅଶ୍ଳୀଳ କମେଣ୍ଟ କରୁଥିଲେ ।

ଯାହା ତାଙ୍କୁ ବିଲକୁଲ ଭଲ ଲାଗି ନଥିଲା, ତେଣୁ ସେ ଏହାର ବିରୋଧ କରି ଚପଲ ଫୋପାଡିବା ସହ ମଞ୍ଚ ଉପରକୁ ଚଢି ଯାଇଥିଲେ । ତେବେ ଏହି ଘଟଣାରେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ମଧ୍ୟ ନିଜ ମତ ର୍କହିଛନ୍ତି । ରାନୀ କହିଛନ୍ତି, ଜଣେ ଅଭିନେତ୍ରୀ ହିସାବରେ ଦର୍ଶକଙ୍କ ମନୋରଞ୍ଜନ କରିବା ତାଙ୍କର କର୍ତ୍ତବ୍ୟ । ସେ ଯେଉଁ ଡ୍ରେସ ପିନ୍ଧିଥିଲେ ଆଜିକାଲି ସେସବୁ ଡ୍ରେସ ପିନ୍ଧି ଝିଅମାନେ ରାସ୍ତାରେ ବୁଲୁଛନ୍ତି । ତେଣୁ ଜଣେ କଳାକାର ହିସାବରେ ତାଙ୍କର ଡ୍ରେସ କିଛି ବି ଖରାପ ନଥିଲା ।

ଏହାସହ ସେ ନିଜ ମର୍ଯ୍ୟାଦା ଭିତରେ ରହି ଡ୍ୟାନ୍ସ ପ୍ରଦର୍ଶନ କରୁଥିଲେ ବୋଲି କହିଛନ୍ତି । ସେ ଯେଉଁ ଗୀତରେ ଡ୍ୟାନ୍ସ କରୁଥିଲେ ତାହା ଏକ ଆଇଟମ ଗୀତ ଥିଲା । ତେଣୁ ସେହିଭଳି ଡ୍ୟାନ୍ସ ମଧ୍ୟ ସେ କରୁଥିଲେ । ଉକ୍ତ ମହିଳାଜଣଙ୍କୁ ଯଦି ଏହା ଭଲ ଲାଗି ନଥିଲା ତେବେ ସେ ଯାତ୍ରା କତ୍ତୃପକ୍ଷଙ୍କୁ ଆସି କହି ପାରିଥାନ୍ତେ । କିମ୍ବା ଷ୍ଟେଜ ପଛରେ ସିଧା ରାନୀଙ୍କୁ ଯାଇ ଏକଥା କହି ପାରିଥାନ୍ତେ । କିନ୍ତୁ ସେ ଜଣେ ନାରୀ ହୋଇ ସିଧା ଲୋକଙ୍କ ସାମ୍ନାରେ ଆଉ ଜଣେ ନାରୀଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି ।

ସେଠାରେ ୫ ହଜାର ଦର୍ଶକ ଉପସ୍ଥିତ ଥିଲେ । ଯଦି ସେ କିଛି ଭୁଲ କରୁଥିଲେ ତେବେ ଆହୁରି ଦର୍ଶକମାନେ ମଧ୍ୟ ବିରୋଧ କରିଥାନ୍ତେ । କିନ୍ତୁ ସେ ହିଁ ଜଣେ ଏଭଳି କାହିଁକି କଲେ ? ଏହା ପଛରେ ନିଶ୍ଚିତ ଭାବେ କିଛି ଷଡଯନ୍ତ୍ର ରହିଛି ବୋଲି କହିଛନ୍ତି ରାନୀ ପ୍ରିୟଦର୍ଶିନୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।