ଏସବୁ କେଉଁ ଅଜଣା ବିପଦର ସଙ୍କେତ ! ସତରେ ମାଡି ଆସୁଛି କି ମହାବିପଦ ! ମାଳିକା ବଚନ ସତ ହେଉଥିବା ଦେଖି ସମସ୍ତେ ଭୟଭୀତ

କିଛି ବଡ ବିପଦ ମାଡି ଆସୁଛି କି ? ଏମିତି ସବୁ ସଙ୍କେତ କାହିଁକି ମିଳିବାରେ ଲାଗିଛି ? ବର୍ତ୍ତମାନ ସାଧାରଣରେ ଲୋକଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଆଜି ସକାଳୁ ସକାଳୁ ଖବର ଆସିଛି କି, ଶ୍ରୀମନ୍ଦିରର ଚର୍ଚ୍ଚା ଗୃହ ଉପରକୁ ପୁଣି ଥରେ ପଥର ଖସିଛି । ସେହିପରି ଗୁଣ୍ଡିଚା ମନ୍ଦିରକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିରର ନାଟ ମଣ୍ଡପରେ ଫାଟ ସୃଷ୍ଟି ହୋଇଛି । ଗୁଣ୍ଡିଚା ମନ୍ଦିରର ପ୍ରାୟ ତିନିରୁ ଚାରୋଟି ସ୍ତମ୍ଭରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି ।

ଏହାସହ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ମନ୍ଦିରର ବିମ୍ ରେ ମଧ୍ୟ ଫାଟ ଥିବା ସୂଚନା ଦେଇଛି । ଜଗମୋହନ, ନାଟ ମଣ୍ଡପ ସ୍ତମ୍ଭ ଏବଂ ବିମ୍ ରେ ସମସ୍ଯା ଥିବାରୁ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ର ସଦସ୍ୟ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଅନୁଧ୍ୟାନ ପାଇଁ ଆସିଥିଲେ । ଆଉ ଯାଞ୍ଚ କରିବା ପରେ ନାଟ ମଣ୍ଡପର ତିନିରୁ ଚାରିଟି ସ୍ତମ୍ଭରେ ଫାଟ ଥିବା ଜଣାପଡିଛି । ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଏହା ବିଚଳିତ କରି ପକାଉଛି । କାରଣ ଏହା ପୂର୍ବରୁ ମଧ୍ୟ ଶ୍ରୀକ୍ଷେତ୍ର ପୁରୀରେ ଏହିଭଳି ଅନେକ ସମସ୍ଯା ଦେଖାଦେଇଛି ।

କେତେବେଳେ ଶ୍ରୀମନ୍ଦିର ପୁରୀର ବଡଦାଣ୍ଡରେ ବର୍ଷା ପାଣି ଜମା ହୋଇ ସମୁଦ୍ରର ଭ୍ରମ ସୃଷ୍ଟି କରୁଛି ତ ଆଉ କେତେବେଳେ ବାଇଶି ପାହାଚରେ ପାଣି ଖେଳୁଛି । କେତେବେଳେ ଶ୍ରୀମନ୍ଦିର ଉପରକୁ ପଥର ଖସୁଥିବା ବେଳେ ସେପଟେ ପୁରୀ ସମୁଦ୍ରରେ ବିଶାଳକାୟ ଖଣ୍ଡିଆ ଭୂତ ଦେଖିବାକୁ ମିଳୁଛି । କେତେବେଳେ ଶ୍ରୀମନ୍ଦିରର ଆକାଶ ରକ୍ତିମ ଦେଖା ଯାଉଥିବା ବେଳେ ଆଉ କେତେବେଳେ ଦେଖିବାକୁ ମିଳୁଛି କି ଶ୍ରୀମନ୍ଦିର ନୀଳଚକ୍ର ଚାରିପଟେ ଶହ ଶହ ଚିଲ ଉଡୁଛନ୍ତି ।

ଏସବୁ ଦେଖିବା ପରେ ଓଡିଶାବାସୀଙ୍କ ମନ କାହିଁକି କେଜାଣି ଖୁବ ଜୋରରେ ଗୋଳେଇ ଘାଣ୍ଟି ହେଉଛି । ଆଗକୁ କିଛି ବଡ ବିପଦ ଆସିବାକୁ ଅଛି କି ? ଏମିତି ଅନେକ ପ୍ରଶ୍ନ ଜନ ମାନସରେ ଉଙ୍କି ମାରିବାରେ ଲାଗିଛି । ତେବେ ଏଠାରେ କହିରଖୁଛୁ ଯେ, ମନ୍ଦିରରେ ଯେଉଁ ଫାଟ ସୃଷ୍ଟି ହୋଇଛି ରଥଯାତ୍ରା ପୂର୍ବରୁ ତାହା ଅସ୍ଥାୟୀ ଭାବେ ମରାମତି କରା ଯାଇଥିଲା । ଜଗମୋହନ ନାଟ ମଣ୍ଡପ କଲମ ଓ ବିମ୍ ରେ ସମସ୍ୟା ଥିବାରୁ ଆଜି ଆମେ ଅନୁଧ୍ୟାନ କଲୁ ବୋଲି କହିଛନ୍ତି ଶ୍ରୀମନ୍ଦିର ବୈଷୟିକ କୋର୍ କମିଟିର ସଦସ୍ୟ ।

ତେବେ ଏହି ଫାଟ ଯୋଗୁଁ ମନ୍ଦିର ପ୍ରତି ବର୍ତ୍ତମାନ କୌଣସି ବିପଦ ନଥିବା କାହକିହାନ୍ତି କୋର୍ କମିଟି । ହେଲେ ଖୁବ ଶୀଘ୍ର ଏହାର ମରାମତି କରାଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।