“ସେ ଝିଅ ଆମ ଘରପାଖ ପିଲା, ମୁଁ ତାକୁ କହିଥିଲି ତୁ ଭଲ ରେଜଲ୍ଟ କଲେ…” କାଷ୍ଟିଂ କାଉଚ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ଏମିତି କହିଲେ Papu Pompom

ଓଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମପମ୍ କୌଣସି ନା କୌଣସି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଅଭିନୟ ସହ ଅନେକ ସମୟରେ ସେ ବିବାଦରେ ଛନ୍ଦି ହୋଇ ରହିଥାନ୍ତି । ୨୦୧୬ ମସିହାରେ ପପୁଙ୍କୁ ନେଇ ଏକ ସାଂଘାତିକ ସଭିଯୋଗ ସାମ୍ନାକୁ ଆସିଲା । ଅଭିନୟରେ ସୁଯୋଗ ଦେବେ କହି କିଛି ଯୁବତୀ ଓ ନାବାଳିକା ତାଙ୍କ ଦ୍ଵାରା କାଷ୍ଟିଂ କାଉଚର ଶିକାର ହୋଇଥିବା କଥା ସାମ୍ନାକୁ ଆସିଥିଲା । ଏହି ମାମଲାରେ ସାମାଜିକ ଭାବେ ପପୁଙ୍କୁ ଯେତିକି ଅପଦସ୍ତ ହେବାକୁ ପଡିଥିଲା ଆଇନଗତ ଭାବେ ମଧ୍ୟ ଦଣ୍ଡ ଭୋଗିବାକୁ ପଡିଥିଲା ।

ପପୁ ପମପମ୍ ଙ୍କ ଏହି ମାମଲା ଦୀର୍ଘ ଦିନ ଧରି କୋର୍ଟରେ ବିଚାରାଧୀନ ରହିଥିଲା । ତେବେ ଗତକାଲି ପପୁଙ୍କୁ ମାନ୍ୟବର ହାଇକୋର୍ଟ କାଷ୍ଟିଂ କାଉଚ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏନେଇ ପପୁ କହିଛନ୍ତି କି, ସେ ଝିଅଟି ତାଙ୍କ ଘରପାଖର । ସେ ସେତେବେଳେ ଦଶମ ଶ୍ରେଣୀରେ ପଢୁଥିଲା । ପପୁଙ୍କ ସହ ଦେଖା ହେଲେ ସେ କଥା ହୁଏ ସେଲଫି ମଧ୍ୟ ନିଏ । ଏପରିକି ଫିଲ୍ମରେ ଆକ୍ଟିଙ୍ଗ କରିବାକୁ ଇଚ୍ଛା ବୋଲି ମଧ୍ୟ ପପୁଙ୍କୁ କୁହେ ।

ଦଶମ ଶ୍ରେଣୀରେ ଭଲ ରେଜଲ୍ଟ କଲେ ତାକୁ ଆକ୍ଟିଙ୍ଗ କରେଇବେ ବୋଲି ପପୁ ସବୁବେଳେ କହି ଦିଅନ୍ତି, ଯାହାକି ସେହି ଝିଅର ଘରଲୋକ ମଧ୍ୟ ଜାଣିଥିଲେ । ହେଲେ ଅନ୍ୟ ଦୁଇଜଣ ଝିଅଙ୍କ ସହ ସେହି ଝିଅ ମଧ୍ୟ ମୁହଁରେ କଳା କପଡା ବାନ୍ଧିକି ମିଡିଆ ସାମ୍ନାରେ ତାଙ୍କ ନାଁରେ ମିଛ କଥା କହିଥିଲା । ତାକୁ କେହି ବୋଧେ ଏମିତି କରିବା ପାଇଁ ଶିଖେଇ ଥିବ ବୋଲି କହିଛନ୍ତି ପପୁ ।

ପପୁଙ୍କ ପାଖକୁ ଜଜମେଣ୍ଟ ପେପରଟି ଏବେ ଯାଏଁ ଆସିନି । ତେଣୁ ଜଜମେଣ୍ଟ ପେପର ଆସିବା ପରେ ପୁରା ମାମଲା କଣ ସେ ଜାଣିପାରିବେ ଓ ମିଡିଆକୁ ଜଣେଇ ପାରିବେ ବୋଲି କହିଛନ୍ତି । ପପୁ ଆହୁରି କହିଛନ୍ତି କି, ସେ କିଛି ଭୁଲ କରି ନଥିଲେ ତେଣୁ ନିର୍ଦ୍ଦୋଷ ମଧ୍ୟ ସାବ୍ୟସ୍ତ ହେଲେ । ଜଜମେଣ୍ଟ ପଢିବା ପରେ ସେ କଣ ପଦକ୍ଷେପ ନେବେ ସେନେଇ ଚିନ୍ତା କରିବେ । ତାଙ୍କ ନାଁରେ ଅନେକ ମନଇଚ୍ଛା ଗପିଛନ୍ତି ଓ ବିଭ୍ରାଟ ସୃଷ୍ଟି କରିଛନ୍ତି ।

ମିଛ ମାମଲାରେ ତାଙ୍କୁ ଖୁବ ଅପଦସ୍ତ ହେବାକୁ ପଡିଛି, ଯାହାକି ତାଙ୍କର ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ଉପରେ ପ୍ରଭାବ ପକାଇଛି । ତେଣୁ ନିଶ୍ଚୟ ଏକ ମାନହାନି ମାମଲା ପପୁ ରୁଜୁ କରିବେ ବୋଲି ସ୍ପଷ୍ଟ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।