କାଷ୍ଟିଂ କାଉଚ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ସାମ୍ବାଦିକଙ୍କୁ ଝାଡିଦେଲେ Papu Pompom, ଦେଖନ୍ତୁ video

କାଷ୍ଟିଂ କାଉଚ ମାମଲାରେ ଦୀର୍ଘ ୬ ବର୍ଷ ଧରି ଛନ୍ଦି ହୋଇ ରହିଥିଲେ ଓଲିଉଡର ହାସ୍ୟ ଅଭିନେତା ପପୁ । ପରଦା ଉପରେ ସମସ୍ତଙ୍କୁ ହସାଉଥିବା ପପୁଙ୍କ ଜୀବନରେ ଏକ ବିରାଟ ବଡ ଝଡ ଆସିଥିଲା । ଯାହାକି ଏବେ ଟଳିଯାଇଛି ଅର୍ଥାତ ପପୁଙ୍କ ନାଁରେ ଚାଲିଥିବା ମାମଲା ଏବେ ସମାଧାନ ହୋଇଛି । ମାନନୀୟ କୋର୍ଟ ପପୁଙ୍କୁ କାଷ୍ଟିଂ କାଉଚ ମାମଲାରେ ନିର୍ଦ୍ଦୋଷ ବୋଲି ଘୋଷଣା କରିଛନ୍ତି । ଯାହାପରେ ପପୁ ଏନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି, କାଷ୍ଟିଂ କାଉଚ ସବୁଠି ଦେଖିବାକୁ ମିଳେ ।

ଯେକୌଣସି କ୍ଷେତ୍ରରେ ମଧ୍ୟ କେହି ଯଦି ମନ୍ଦ ଉଦ୍ଦେଶ୍ୟ ରଖି ଝିଅଙ୍କୁ ଚାକିରି ଦେବେ କିମ୍ବା ଚାକିରିରେ ପ୍ରମୋଶନ ଦେବେ ବୋଲି କୁହନ୍ତି, ତେବେ ଏହାକୁ କାଷ୍ଟିଂ କାଉଚ ବୋଲି କୁହାଯାଏ । ସବୁ କ୍ଷେତ୍ରରେ ଏହା ହେଉଥିଲେ ମଧ୍ୟ ଯେହେତୁ ସେମାନେ ଗ୍ଲାମର ଲାଇନରେ ଅଛନ୍ତି ତେଣୁ ତାଙ୍କ ଖବର ବେଶୀ ହାଇଲାଇଟ ହୁଏ । ଲୋକମାନେ ମଧ୍ୟ ଖରାପ ଖବର ସବୁ ଦେଖିବାକୁ ବେଶୀ ଆଗ୍ରହୀ ହେଉଛନ୍ତି । ସେଥିପାଇଁ ତ ଟୁଙ୍ଗୁରୁ ଭୋଳ ଭଳି ଲୋକ ଭାଇରାଲ ହେଇଗଲା ।

ଆମ ଓଡିଶା ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେଲେ ଆମ ପାଇଁ କେତେ ଗର୍ବ ଗୌରବର କଥା । କିନ୍ତୁ ଲୋକେ ତାଙ୍କ ନ୍ଯୁଜ ଛାଡି ବାବୁଶାନଙ୍କ ପାରିବାରିକ ବିବାଦରେ ବେଶୀ ଆଗ୍ରହ ଦେଖେଇଲେ । ଏମିତି ଛୋଟମୋଟ ବିବାଦ ସବୁ ପରିବାରରେ ହୁଏ । ହେଲେ ଯେହେତୁ ଗ୍ଲାମର ଲାଇନ ଲୋକ ସେଥିପାଇଁ ଆମ ଘଟଣା ସବୁକୁ ଅତିରଞ୍ଜିତ କରି ଲୋକଙ୍କୁ ଦେଖାଯାଉଛି ।

ଆଉ ଲୋକମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଖବର ଛାଡି ଏସବୁକୁ ପ୍ରଥମିକତା ଦେଉଛନ୍ତି ବୋଲି ପପୁ କହିଛନ୍ତି । ତାଙ୍କ ନାଁରେ ଯେତେବେଳେ ମିଛ ମାମଲା ଆସିଥିଲା ସେ ବହୁତ ମାନସିକ କଷ୍ଟ ପାଇଥିଲେ । କିନ୍ତୁ ୬ ବର୍ଷ ମଧ୍ୟରେ ସେ କଷ୍ଟ ସହିବା ଶିଖିଗଲେଣି ଓ ନ୍ୟାୟ ମିଳିବ ବୋଲି ତାଙ୍କର ଯେଉଁ ବିଶ୍ବାସ ଥିଲା ତାହା ଆଜି ପୂର୍ଣ୍ଣ ହୋଇଛି ।

ଅନେକ ଲୋକ ତାଙ୍କୁ ଏଥିପାଇଁ ଭର୍ତ୍ସନା କରୁଥିଲେ ମଧ୍ୟ ତାଙ୍କ ପରିବାର ଓ ଗ୍ରାମବାସୀ ସର୍ବଦା ତାଙ୍କ ସହିତ ଥିଲେ । ଆଉ ଏବେ ସମସ୍ତେ ଜାଣିଲେ ପପୁ ସୁନା ଥିଲା ଆଉ ଏବେବି ସୁନା ଅଛି ବୟାନ ଦେଇଛନ୍ତି ପପୁ ପମପମ୍ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।