“ଏଇଟା ଗୋଟେ ଚମତ୍କାର ଅନୁଭୂତି, ଜୀବନ ପୃଷ୍ଠାରୁ ମୁଁ କେବେବି ଉଡେଇବିନି”, 43 ଦିନ ଜେଲ ରହଣି ଅନୁଭୂତିକୁ ନେଇ ଏମିତି କାହିଁକି କହିଲେ Papu Pompom ?

ବର୍ତ୍ତମାନ ପପୁ ପମପମ୍ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି । କାରଣ ଗତକାଲି ମାନନୀୟ ହାଇକୋର୍ଟ ପପୁଙ୍କ ଉପରେ ଚାଲିଥିବା କାଷ୍ଟିଂ କାଉଚ ମାମଲାରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୧୬ ମସିହାରେ ପପୁଙ୍କ ଦ୍ଵାରା କିଛି ଯୁବତୀ କାଷ୍ଟିଂ କାଉଚର ଶିକାର ହୋଇଥିବା ମାମଲା ସାମ୍ନାକୁ ଆସିଥିଲା । ଯାହାପରେ ପପୁଙ୍କୁ ବହୁତ ନିନ୍ଦା ଅପମାନ ସହିବାକୁ ପଡିଥିଲା । ତାଙ୍କ ନାଁରେ ଅନେକ କୁତ୍ସିତ କଥା ଲୋକେ ଚର୍ଚ୍ଚା କରୁଥିଲେ ଓ ଆରୋପ ଲଗାଉଥିଲେ ।

ଏହାରି ମଧ୍ୟରେ ପପୁଙ୍କୁ ଦଣ୍ଡ ମିଳୁ ବୋଲି ମଧ୍ୟ ଲୋକେ ରାଲି କରି ଦାବି କରିଥିଲେ । ଯାହାପାରେ ପପୁଙ୍କୁ ଜେଲ ଯିବାକୁ ପଡିଥିଲା ଓ ଜେଲରେ ପୁରା ୪୩ ଦିନ ବିତାଇବାକୁ ପଡିଥିଲା । ଗତକାଲି ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ପପୁ ଜେଲରେ ବିତାଇଥିବା ଅନୁଭୂତି ପ୍ରକାଶ କରିଛନ୍ତି । ପପୁ ଏନେଇ କହିଛନ୍ତି, ଜେଲ ଭିତରେ ଅନେକ ଦିନ ରହିଲେ ମାନସିକ ସ୍ଥିତି ନିହାତି ଭାବେ ବିଗିଡି ଯାଏ । ବେଲ୍ ଅପେକ୍ଷାରେ ତାଙ୍କୁ ୪୩ ଦିନ ଜେଲରେ ବିତାଇବାକୁ ପଡିଥିଲା ।

ସାମାଜିକ ଦୃଷ୍ଟିରୁ ଜେଲ ହେଉଛି ଏକ ଖରାପ ସ୍ଥାନ । କେହି ଅପରାଧ କଲେ ସେଇ ଜାଗାକୁ ଯାଏ ଓ ତା’ ଭିତରେ କେବଳ ଅପରାଧୀମାନେ ରୁହନ୍ତି । ସେଠାରେ ସେମାନଙ୍କୁ ସୁଧାର କରିବା ଲାଗି ଚେଷ୍ଟା କରାଯାଏ । ହେଲେ ତା’ ଭିତରେ ସାମାଜିକ ଦୁନିଆ ସହ କୌଣସି ସମ୍ପର୍କ ରୁହେ ନାହିଁ । ତା’ ଭିତରେ ଯେତେ ଭଲ ଖାଇବା ପିଇବା ଓ ସ୍ଵର୍ଗ ସୁଖ ଦେଲେ ବି ସାମାଜିକ ସମ୍ପର୍କ ନ ରହିବା କାରଣରୁ ଏହା ବହୁତ କଷ୍ଟ ଦିଏ । ୪୩ ଦିନ ଜେଲରେ କାଟିବା ପରେ ସେ ସେଠାରେ ଥିବା କାହାକୁ ବି ଖରାପ କହିବେ ନାହିଁ ବୋଲି କହିଛନ୍ତି ।

କାରଣ ସେଠାରେ ଅପରାଧ ବାବଦକୁ କେହି ମଧ୍ୟ ତାଙ୍କ ସହ କଥା ହୋଇନାହାନ୍ତି କି ସେହି ଅନୁସାରେ ବ୍ୟବହାର କରିନାହାନ୍ତି । ସେଠାରେ ସେ ବହୁତ ଭଲ ସମ୍ପର୍କ ସ୍ଥାପନ କରି ପାରିଥିଲେ । ସେ ଜେଲରୁ ଆସିବା ଦିନ ଝିଅ ବିଦା ହେଲେ ଯେମିତି ଦୁଃଖ କରନ୍ତି ସେମିତି ସମସ୍ତେ କାନ୍ଦିଥିଲେ । ଜେଲ ଖରାପ ଜାଗା ହେଲେ ମଧ୍ୟ ସେଠାରେ ଅପରାଧୀ ଅପରାଧ ଆଲୋଚନା କରନ୍ତି ନାହିଁ । କେତେବେଳେ ବେଲ୍ ହେବ ଖାଲି ସେଇଆ ଆଲୋଚନା କରନ୍ତି ।

ଆଉ ଜେଲରେ ବହୁତ ନିର୍ଦ୍ଦୋଷ ଲୋକ ଥିବାର ମଧ୍ୟ ପପୁ ଦେଖିଛନ୍ତି ବୋଲି କହିଛନ୍ତି । ଏଇଟା ତାଙ୍କ ଜୀବନର ଏକ ଚମତ୍କାର ଅନୁଭୂତି ଥିଲା ଯାହା ସେ କେବେବି ସେ ଜୀବନ ପୃଷ୍ଠାରୁ ଉଡେଇବାକୁ ଚାହିଁବେନି, କିନ୍ତୁ ନିଶ୍ଚୟ ଭାବେ ଏକ କଳଙ୍କିତ ପ୍ରୁଷ୍ଠା ହୋଇ ରହିବ ବୋଲି କହିଛନ୍ତି ପପୁ ପମପମ୍ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।