ତେଲ ଓ ପ୍ରାକୃତିକ ଗ୍ଯାସ କଲା ମାଲାମାଲ, ପୁରୀ ଗୋପରୁ ସନ୍ଧାନ ମିଳିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ଖୁସି କହିଲେ ନସରେ, ଦେଖନ୍ତୁ video ସେମାନେ କଣ କହୁଛନ୍ତି 

ମାଲାମାଲ କରିଦେଲା ତେଲ । ପୁରୀ ଗୋପ ବ୍ଲକ ଅନ୍ତର୍ଗତ ଦୁଇଟି ଗାଁରୁ ମିଳିଲା ପେଟ୍ରୋଲ ଓ ପ୍ରାକୃତିକ ଗ୍ଯାସ । ଦେଶରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଛି । ମହଙ୍ଗା ପପେଟ୍ରୋଲ ଦରକୁ ନେଇ ସମସ୍ତେ ଚିନ୍ତାରେ ଥିବାବେଳେ ପୁରୀ ଗୋପ ଅଞ୍ଚଳରେ ମାଟିତଳୁ ପେଟ୍ରୋଲ ଓ ପ୍ରାକୃତିକ ଗ୍ଯାସର ସନ୍ଧାନ ମିଳିବା ସମସ୍ତଙ୍କୁ ଖୁସି ଆଣି ଦେଇଛି । କୁହାଯାଉଛି କି, ପେଟ୍ରୋଲ ଉତ୍ପାଦନ ଆରମ୍ଭ ହେଲେ ସ୍ଥାନୀୟ ଅଞ୍ଚଳର ବେରୋଜଗାର ଥିବା ଯୁବକ ଓ ଯୁବତୀ ରୋଜଗାର ମଧ୍ୟ ପାଇବେ ।

ଏହାଦ୍ଵାରା ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହ ରାଜ୍ୟର ମଧ୍ୟ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଚର୍ଚ୍ଚା ହେଉଛି । ସେପଟେ ଭୂବିଜ୍ଞାନୀ କହିଛନ୍ତି କି, ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଥିବା ନେଇ ସ୍ପଷ୍ଟତା ଆସି ନଥିବାରୁ ଅଧିକ ଉତ୍ସାହିତ ହେବା ଉଚିତ ନୁହେଁ । ଗୋପରେ ପେଟ୍ରୋଲ ଓ ପ୍ରାକୃତିକ ଗ୍ଯାସର ସନ୍ଧାନ ମିଳିବା ଏହା ପ୍ରଥମ ଘଟଣା ନୁହେଁ ।

ଏହା ପୂର୍ବରୁ ୧୯୭୦ ମସିହାରେ ମଧ୍ୟ ଗୋପରୁ ପେଟ୍ରୋଲ ଓ ପ୍ରାକୃତିକ ଗ୍ଯାସର ସନ୍ଧାନ ପାଇଥିଲା ଓଏନଜିସି । କିନ୍ତୁ ବ୍ୟୟବହୁଳ ଭାବେ ଉତ୍ପାଦନ କରିବା ଆଗରୁ ହିଁ ଓଏନଜିସି ଏଥିରୁ ଓହରି ଯାଇଥିଲା । ଏପଟେ ପେଟ୍ରୋଲ ଓ ପ୍ରାକୃତିକ ଗ୍ଯାସ ଥିବା ନେଇ ଜାଗା ଚିହ୍ନଟ ହେବା ପରେ ଗୋପ ଅଞ୍ଚଳର ୩୭ ଜଣ ଚାଷୀଙ୍କୁ ଅଏଲ ଇଣ୍ଡିଆନ କମ୍ପାନୀ ୧୦ କୋଟି ଟଙ୍କା ପ୍ରଦାନ କରିଛି ।

ତେବେ ଖୁବ ଶୀଘ୍ର ଅନ୍ଵେଷଣ ଡ୍ରିଲିଙ୍ଗ ବା ଖନନ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାୟ ୧ ହଜାର ମିଟର ଖନନ ହେବା ପରେ ପେଟ୍ରୋଲ ଓ ଗ୍ଯାସ ମହଜୁଦ ଅଛି କି ନାହିଁ ଓ କେତେ ପରିମାଣରେ ରହିଛି ସେନେଇ ସଠିକ ସୂଚନା ମିଳିପାରିବ । ସେଠାରୁ ଅତ୍ୟାଧୁନିକ ଡ୍ରୋନ ଯୋଗେ ପେଟ୍ରୋଲ ଓ ପ୍ରାକୃତିକ ଗ୍ଯାସ ଥିବାର ସୂଚନା ମିଳିଛି ।

କିନ୍ତୁ କେବଳ ଖନନ ପ୍ରକ୍ରିୟା ବାକି ରହିଛି । ଖନନ ପ୍ରକ୍ରିୟା ପରେ ଏହା ଯଦି ପୁରା ସ୍ପଷ୍ଟ ହୁଏ ତେବେ ଏହାଦ୍ଵାରା ସ୍ଥାନୀୟ ଲୋକ ଖୁବ ଉପକୃତ ହେବେ ଓ ଗୋପର ନାମ ହେବ ବୋଲି କହୁଛନ୍ତି ସ୍ଥାନୀୟ ବାସିନ୍ଦା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।