5T ସ୍କୁଲ ବୁଲି ଟିକିନିଖି ବିଷୟ ତଦାରଖ କଲେ ପିପିଲି ବିଧାୟକ Rudra Pratap Maharathy, କାହା କଥା ଶୁଣିଲେଣି ଦେଖନ୍ତୁ video

ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଏବେ ପୁରା ଆକ୍ସନ ମୋଡରେ ଅଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଏବେ ଭାଇରାଲ ହେଉଛି । ତାଙ୍କ କାର୍ଯ୍ୟ ଦେଖି ସମସ୍ତେ ତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି । ବିଧାୟକ ପ୍ରକୃତରେ କେମିତି ହେବା ଉଚିତ ଏହା ରୁଦ୍ରଙ୍କ ଠାରୁ ଶିଖିବା ଉଚିତ ବୋଲି କହୁଛନ୍ତି ଲୋକେ । କିଛିଦିନ ପୂର୍ବରୁ ରୁଦ୍ର ନିଜ ଅଞ୍ଚଳର କିଛି ସରକାରୀ ଅଫିସ ବୁଲି କାର୍ଯ୍ୟ ତଦାରଖ କରୁଥିବାର ଦେଖିବାକୁ ମିଳିଥିଲା ।

ଯେଉଁଠି କିଛି ଗଡବଡ ଦେଖୁଥିଲେ ସେ ତୁରନ୍ତ ତାହା ଠିକ କରିବାକୁ କହୁଥିଲେ ଓ ଠିକରେ କାର୍ଯ୍ୟ କରୁ ନଥିବା କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ମାଗୁଥିଲେ । ଆଉ ଏବେ ରୁଦ୍ର ନିଜ ଅଞ୍ଚଳର ସ୍କୁଲଗୁଡିକ ବୁଲି ଦେଖୁଛନ୍ତି । ଏକ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟରେ ପହଞ୍ଚି ଭୋଜନର ମାନ ଯାଞ୍ଚ କରିବା ପାଇଁ ନିଜେ ପିଲାଙ୍କ ସହ ତଳେ ବସି ଭାତ ଡାଲମା ଖାଇଥିଲେ । ଏପରିକି ଖାଇ ସାରିବା ପରେ ପିଲାଙ୍କ ସହ ମିଶି ନିଜେ ନିଜ ବାସନ ମଧ୍ୟ ଧୋଇଥିଲେ । ଯାହାର ଭିଡିଓ ବେଶ ଭାଇରାଲ ହୋଇଥିଲା ।

ସ୍କୁଲର ସମସ୍ଯା ବିଷୟରେ ପ୍ରଧାନ ଶିକ୍ଷକଙ୍କ ସହ ମଧ୍ୟ କଥା ହୋଇଥିଲେ । ଏହିପରି ରୁଦ୍ର ୫ଟି ସ୍କୁଲ ବୁଲି ଦେଖିଥିଲେ ବୋଲି ଚର୍ଚ୍ଚା ହେଉଛି । ପୁରୀ ସାତଶଙ୍ଖରେ ଅବସ୍ଥିତ ଉତ୍ତରାୟଣୀ ବିଦ୍ୟାଳୟ ମଧ୍ୟ ବୁଲି ଦେଖିଥିଲେ ରୁଦ୍ର । ମଧ୍ୟାହ୍ନ ଭୋଜନ ସମୟରେ ସ୍କୁଲ ପରିଦର୍ଶନରେ ଯାଇଥିବା ବେଳେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଭୋଜନ କରୁଥିଲେ ।

ରୁଦ୍ରଙ୍କୁ ଦେଖି ସେମାନେ ଉଠିଯିବାରୁ ସେମାନଙ୍କୁ ଆରାମରେ ବସି ଭୋଜନ କରିବା ପାଇଁ ସେ କହିଥିଲେ । ଏହାରି ମଧ୍ୟରେ ସେ ନବମ ଶ୍ରେଣୀର ଦୁଇଟି ସେକ୍ସନ ବୁଲି ଦେଖିଥିଲେ ଓ ବିଦ୍ୟାଳୟ ପରିସର ମଧ୍ୟ ଦେଖିଥିଲେ । ପିଲାଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ଓ ପାଠପଢା ବିଷୟରେ ସବୁ ପଚାରି ବୁଝିଥିଲେ ଓ ଭଲ ପାଠ ପଢି ମାଟିର ନାଁ ରଖିବା ପାଇଁ ଉପଦେଶ ମଧ୍ୟ ଦେଇଥିଲେ । ଗୋଟିଏ ଶ୍ରେଣୀର କଳାପଟା ଏକଦମ ଖରାପ ଥିବାରୁ ରୁଦ୍ର ଏନେଇ ଶ୍ରେଣୀ ଶିକ୍ଷକଙ୍କୁ ପ୍ରଶ୍ନ କରିଥିଲେ ।

ଖୁବ ଶୀଘ୍ର କଳାପଟା ଠିକ ହୋଇଯିବ ଓ ସବୁ ବ୍ୟବସ୍ଥା ହୋଇସାରିଛି ବୋଲି ଶିକ୍ଷକ କହିଥିଲେ । ଏହିପରି ରୁଦ୍ର ସବୁ କିଛି ତଦାରଖ କରିଥିଲେ, ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେବା ସହ ତାଙ୍କର ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।