ଜାଣନ୍ତୁ କଣ ପାଇଁ ମାଆଙ୍କ ଦେହାନ୍ତ ପରେ ୬ବର୍ଷ ପର୍ଯ୍ୟନ୍ତ ଅର୍ଜୁନ କପୁର ଖୋଲି ନଥିଲେ ତାଙ୍କ କୋଠରୀ!

ଅର୍ଜୁନ କପୁର ତାଙ୍କ ମାଆ ମୋନା କପୁରଙ୍କୁ ବହୁତ ମନେ ପକାଉଛନ୍ତି । ସେ କେତେ ଥର ତାଙ୍କ ମାଆ ଙ୍କର ଫଟୋ ଶେୟାର କରିଥାନ୍ତି । ବର୍ତ୍ତମାନ ଏକ ସାକ୍ଷାତକାରରେ ଅର୍ଜୁନ ତାଙ୍କ ମାଆଙ୍କୁ ନେଇ କିଛି କଥା କହିଛନ୍ତି । ସେ କହିଛନ୍ତି କି ଆଜି ବି ସେ ତାଙ୍କ ମାଆଙ୍କୁ ବହୁତ ମନେ ପକାଉଛନ୍ତି । ଅର୍ଜୁନ ଏହା ମଧ୍ୟ କହିଛନ୍ତି କି ତାଙ୍କ ମାଆଙ୍କର ଦେହାନ୍ତ ପରେ ସେ ୬ବର୍ଷ ପର୍ଯ୍ୟନ୍ତ ତାଙ୍କ ରୁମ ଖୋଲି ନାହାଁନ୍ତି ।

ଅର୍ଜୁନ କହିଛନ୍ତି କି ଯେତବେଳେ ମୁଁ ଘରୁ ସୁଟିଙ୍ଗ ପାଇଁ ବାହାରକୁ ଯାଇ କାମ ସାରି ପୁଣି ଘରକୁ ଫେରି ଆସିଥାଏ ସେତେବେଳେ ମତେ ବହୁତ ଅଦ୍ଭୁତ ଲାଗିଥାଏ କାରଣ ମାଆ ଘରେ ନାହାଁନ୍ତି ଏବଂ ମୁଁ ମୋର ସାରା ଦିନର କାମ ବିଷୟରେ ତାଙ୍କୁ କହି ପାରିବି ନାହିଁ । ଅର୍ଜୁନ ଏହା ମଧ୍ୟ କହିଛନ୍ତି କି ମୁଁ ଘରୁ ବାହାରକୁ ଯାଉଛି ଲୋକମାନଙ୍କୁ ଖୁସି କରେ ଏବଂ କାମ କରି ନିଜେ ମଧ୍ୟ ଖୁସି ହୁଏ କିନ୍ତୁ ଘରକୁ ଆସିବା ପରେ ବହୁତ ଏକା ଏକା ଲାଗିଥାଏ ।

ମୋନା କପୁର ବୋନୀ କପୁରଙ୍କର ପ୍ରଥମ ସ୍ତ୍ରୀ ଥିଲେ ଏବଂ ୨୦୧୨ମସିହାରେ କ୍ୟାନ୍ସର କାରଣରୁ ମୋନା ଙ୍କର ମୃତ୍ୟୁ ହୋଇଥିଲା । ଅର୍ଜୁନ କହିଛନ୍ତି କି ତାଙ୍କ ମାଆ ଯିବାର ୮ବର୍ଷ ହୋଇଗଲାଣି କିନ୍ତୁ ସେ ତାଙ୍କୁ ଭୁଲି ପାରିନାହାଁନ୍ତି । ଆଜି ବି ସେ ତାଙ୍କ ମାଆଙ୍କୁ ପ୍ରତ୍ୟେକ ମୁହୂର୍ତରେ ମନେ ପକାଉଛନ୍ତି ।

ଏହା ପୂର୍ବରୁ ମାଆଙ୍କ ପାଇଁ ଲେଖିଥିଲେ ଏହି ମେସେଜ

କିଛି ଦିନ ପୂର୍ବରୁ ଅର୍ଜୁନ ତାଙ୍କ ମାଆଙ୍କୁ ମନେ ପକାଇ ତାଙ୍କ ପାଇଁ ଏକ ମେସେଜ ଲେଖିଥିଲେ “ଯେତବେଳେ ତୁମେ ଆମକୁ ଛାଡିଚାଲି ଗଲ ମୋର ଏବଂ ଅଂଶୁଳାର ଦୁନିଆ ସମାପ୍ତ ହୋଇଗଲା । ଆମେ ସବୁକିଛି ସମ୍ଭାଳିବା ପାଇଁ ଚେଷ୍ଟା କଲୁ । କିଛି ଦିନ ଭଲ, କିଛି ଦିନ କଷ୍ଟରେ ଭରି ଗଲା । ମୁଁ ଗତ ୮ବର୍ଷ ଧରି ଜଣେ ଅଭିନେତା ଭାବେ କାର୍ଯ୍ୟ କରି ଆସୁଛି ଏବଂ ଅଂଶୁଳା ନିଜର ବ୍ୟବସାୟ ଆରମ୍ଭ କରିଦେଇଛି ଯାହାର ନାମ ଫେନକାଇଣ୍ଡ ଆମଫିସୀୟଲ ଅଟେ । ଅଂଶୁଳା ଘରକୁ ସମ୍ଭାଳୁଛି । ମୋର ଯଦି କିଛି ଦରକାର ହେଉଛି ତାହେଲେ ମୁଁ ଅଂଶୁଳା ପାଖକୁ ହିଁ ଯାଉଛି ।

ବର୍ତ୍ତମାନ ସଂସାର ବଦଳିଯାଇଛି ମାଆ । ମୁଁ ଭାବୁଛି କି ଯଦି ତୁମେ ଏହି ସମୟରେ ଏଠାରେ ଥାଆନ୍ତ ତାହେଲେ ମୁଁ ତୁମ ସହିତ ଅଧିକ ସମୟ ବିତାଇ ପାରିଥାନ୍ତି । ଯେତେବେଳେ ତୁମେ ମୋ ପାଖରେ ଥିଲ ସେତେବେଳେ ମୁଁ ଓଜନ କମାଇବା ପାଇଁ ଏବଂ ଅଭିନୟ କ୍ଳାସ ନେବାରେ ବ୍ୟସ୍ତ ରହୁଥିଲି । ଫିଲ୍ମ ଇସ୍କଯାଦା ର ସୁଟିଙ୍ଗ ଚାଲୁଥିଲା ଏବଂ ତୁମର କେମୋଥେରାପି ମଧ୍ୟ ।

ସେହି ସମୟରେ ମୁଁ ତୁମ ଠାରୁ ଦୂରରେ ରହିଲି । ମାଆ ମୁଁ ତୁମକୁ ବହୁତ ଭଲ ପାଏ ମୁଁ ଫୋନକୁ ଚେକ କରେ କିନ୍ତୁ ତୁମ ନାମ ସେଥିରେ ନଥାଏ । ମୁଁ ଆଶା କରୁଛି କି ତୁମେ ଯେଉଁଠି ବି ଅଛ ଖୁସିରେ ଥିବ ଏବଂ ଆମକୁ ଦେଖୁଥିବ ।” ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।