ପିଏମ ରିଲିଫ ପ୍ୟାକେଜ ଉପରେ ରାଗିଲେ ମମତା କହିଲେ– ୧ ଲକ୍ଷ କୋଟି ଟଙ୍କାର କ୍ଷତି ଉପରେ ୧ ହଜାର କୋଟି ଟଙ୍କାର ପ୍ୟାକେଜ, ମୋଦୀ କଣ…

କହିବାକୁ ଗଲେ ବର୍ତ୍ତମାନ ଅମ୍ଫାନ ବାତ୍ୟା ହୋଇଥିଲା । ଯାହାକି ଓଡିଶା ନିକଟବର୍ତ୍ତୀ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଯାଇଥିଲା । କହିବାକୁ ଗଲେ ଏହି ବାତ୍ୟା ଓଡିଶାର ବିଶେଷ କିଛି କ୍ଷତି କରି ନାହିଁ କିନ୍ତୁ ଚକ୍ରବାତୀ ଅମ୍ଫାନ ବାତ୍ୟା ପଶ୍ଚିମବଙ୍ଗର ବହୁତ ଧ୍ଵଂସ କରିଛି । ଏହି ବାତ୍ୟାରେ ୮୦ ଜଣ ଲୋକଙ୍କ ଜୀବନ ଚାଲି ଯାଇଛି । ଅନ୍ୟ ପଟେ ରାଜ୍ୟରେ ଅମ୍ଫାନ ବାତ୍ୟା ଦ୍ଵାରା ହୋଇଥିବା କ୍ଷତିକୁ ଦେଖିବା ପାଇଁ ଓ ସାହାର୍ଯ୍ୟ କରିବା ପାଇଁ ରାଜ୍ୟର ସିଏମ ମମତା ବନର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ଳେନରେ ବୁଲି ଦେଖିବା ପାଇଁ ଅନୁରୋଧ କରିଥିଲେ ।

ଏମିତିରେ ପିଏମ ମୋଦୀ ଅମ୍ଫାନ ଦ୍ଵାରା କରାଯାଇଥିବା ଧ୍ଵଂସକୁ ଦେଖିବା ପାଇଁ ବାଙ୍ଗାଲର କେତେକ ଜିଲ୍ଲାରେ ବିମାନ ଉଡାଣ କରି ଦେଖିଛନ୍ତି । ଏହି ସମୟରେ ପିଏମ ମୋଦୀ ରାଜ୍ୟକୁ ୧ ହଜାର କୋଟି ଟଙ୍କା ରିଲିଫ ପ୍ୟାକେଜ ଦେବାର ଘୋଷଣା ବି କରିଲେ । କିନ୍ତୁ ଏହି ରିଲିଫ ପ୍ୟାକେଜ ମମତା ବାନାର୍ଜୀଙ୍କୁ ପସନ୍ଦ ଆସିଲା ନାହିଁ ।

ମମତା ପ୍ରକାଶ କରିଲେ ନିଜର କ୍ରୋଧ

ନିଜର କ୍ରୋଧକୁ ପ୍ରକାଶ କରି ପଶ୍ଚିମବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବନର୍ଜୀ କହିଲେ କି ୧ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି ଓ ପ୍ୟାକେଜ କେବଳ ୧ ହଜାର କୋଟି ଟଙ୍କା ଦିଆ ଯାଉଛି । ସେ କହିଲେ କି ପ୍ୟାକେଜ କେବେ ଦେବେ, ତାହାର ବି କୌଣସି ସୂଚନା ଦେଇ ନାହାନ୍ତି । ଏହା ବି କହି ନାହାନ୍ତି କି ଏହି ଟଙ୍କା କେବେ ମିଳିବ କିମ୍ବା ଏହା ଅଗ୍ରୀମ ଧନରାଶି ଅଟେ । ସେ ଆଗକୁ କହିଲେ କି ଅମ୍ଫାନ ବାତ୍ୟା କାରଣରୁ ୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଯେତେବେଳେ କି ଆମର ନିଜର ୫୬ ହଜାର କୋଟି ଟଙ୍କା କେନ୍ଦ୍ର ଉପରେ ବାକି ଅଛି ।

ଅନ୍ୟ ପଟେ ନିଜର ବିମାନରେ ଉଡାଣ କରିବା ସମୟରେ ପିଏମ କହିଲେ, ଅମ୍ଫାନ ବାତ୍ୟାରୁ ବଞ୍ଚିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବହୁତ ପ୍ରୟାସ କରିଛନ୍ତି । ତଥାପି ୮୦ ଜଣ ଲୋକଙ୍କ ଜୀବନ ଚାଲି ଯାଇଛି । ଏହା ଦ୍ଵାରା ଆମେ ସମସ୍ତେ ଦୁଖିତ ଅଛୁ ଓ ଯେଉଁ ପରିବାର ଲୋକମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ତାଙ୍କ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ବେଦନ  ଅଛି ।

ସେ ଆଗକୁ କହିଲେ କି ରାଜ୍ୟ ଓ କେନ୍ଦ୍ର ସରକାର ମିଶି ଲୋକମାନଙ୍କ ସାହାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ଅଧିକ କଷ୍ଟ ନ ହେଉ ସେଥିପାଇଁ ୧ ହଜାର କୋଟି ଟଙ୍କା ରିଲିଫ ସରକାର ତରଫରୁ ବ୍ୟବସ୍ଥା କରା ଯାଇଛି । ଏହା ସହିତ ମୃତକ ଲୋକମାନଙ୍କୁ ୨ ଲକ୍ଷ ଓ ଆହତ ଲୋକମାନଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପିଏମ ରିଲିଫ ଫଣ୍ଡ ତରଫରୁ ଦିଆଯିବ ।