୩୧ ଅଗଷ୍ଟ ପର୍ଯ୍ୟନ୍ତ ଦେବାକୁ ପଡିବ ନାହିଁ ଇଏମଆଇ, ହୋମ ଲୋନ, ପର୍ସୋନାଲ ଲୋନ, ଗାଡି ଲୋନର ଇଏମଆଇ ଦେଉଥିବା ଲୋକଙ୍କ ପାଇଁ ଆରବିଆଇ ନେଲେ ବଡ ନିଷ୍ପତ୍ତି

ହୋମ ଲୋନ, ବ୍ୟକ୍ତିଗତ ଲୋନ, ଗାଡି କରଜ ଇଏମଆଇ ସୁଝୁ ଥିବା ଲୋକଙ୍କ ପାଇଁ ଆରବିଆଇ ପୁଣି ଛାଡ ଦେଇଛନ୍ତି । ବର୍ତ୍ତମାନ ଜୁନ, ଜୁଲାଇ ଏବଂ ଅଗଷ୍ଟ ମାସର ଇଏମଆଇ ଆପଣ ଚାହିଁଲେ ହୋଲ୍ଡ କରିପାରିବେ । ଆଜି ପ୍ରେସ କଂଫରେନ୍ସ ସମୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି ଲକଡାଉନ ବଢିବା କାରଣରୁ ମୋରଟରିୟମ ଏବଂ ଅନ୍ୟ ସବୁ ଛାଡ କୁ ତିନି ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଇଏମଆଇ ଦେବା ଉପରେ ୧ଜୁନ ଠାରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଛାଡ ବୃଦ୍ଧି କରାଯାଇଛି । ତାହା ହେଉଛି ଯଦି ଆପଣ ଏହି ତିନି ମାସ ପର୍ଯ୍ୟନ୍ତ ଲୋନ ଦେବାକୁ ଚାହିଁବେ ନାହିଁ ତାହେଲେ ବ୍ୟାଙ୍କ ଆପଣଙ୍କ ଉପରେ ଚାପ ପକାଇବ ନାହିଁ ।

ଆରବିଆଇ ଙ୍କୁ ଏହି ନିଷ୍ପତ୍ତି ଏଥିପାଇଁ ନେବାକୁ ପଡିଲା କି ଲକଡାଉନ ଜାରି ହେବା ପରେ ଲୋକଙ୍କର ଆୟ ଠିକ ଭାବେ ହେଉ ନାହିଁ । ଲୋକମାନେ ଇଏମଆଇ ର ଅବଧି ୩୧ ମେ ପର୍ଯ୍ୟନ୍ତ ଶେଷ ହେବା ପରେ ବର୍ତ୍ତମାନ ପରିସ୍ଥିତିରେ ନିଜର କରଜ ପରିଶୋଧ କରିବା ପାଇଁ ସକ୍ଷମ ହେବେ ନାହିଁ । ଏଥିପାଇଁ ମାରେଟରିୟମ କୁ ଆହୁରି ତିନି ମାସ ପର୍ଯ୍ୟନ୍ତ ବଢାଇବାକୁ ପଡିଲା । ଏହା କରଜ ନେବା ଲୋକ ଏବଂ ବ୍ୟାଙ୍କ ପାଇଁ କଠିନ ସମୟରେ ସାହାଯ୍ୟ କରିବ ।

କେଉଁ ମାନେ ନେଇଥାନ୍ତି ଟର୍ମ ଲୋନ

ଟର୍ମ ଲୋକ ଲୋକଙ୍କୁ ଘର, କାର କିଣିବାରେ ସାହାଯ୍ୟ କରିଥାଏ । ଏହି ଲୋକମାନେ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ୟାଙ୍କ ଠାରୁ ଲୋନ ନେଇଥାନ୍ତି । ଛୋଟ ସଂସ୍ଥା ଗୁଡିକ ମଧ୍ୟ ନିଜର ବ୍ୟବସାୟକୁ ବଢାଇବା ପାଇଁ ସବୁବେଳେ କରଜ ନେଉଥାନ୍ତି । ନିଜର ଆବଶ୍ୟକତା ହିସାବରେ ଛୋଟ ବା ଲମ୍ବା ଅବଧି ପାଇଁ କେହି ନେଇ ପାରନ୍ତି ।

ମୋରାଟୋରିୟମ କଣ ଅଟେ ?

ମୋରାଟୋରିୟମ ସେହି ଅବଧିକୁ କୁହାଯାଇ ଥାଏ ଯେଉଁ ସମୟରେ ଆପଣ ନେଇ ଥିବା କରଜ ଉପରେ ଇଏମଆଇ ଦେବାକୁ ପଡିନଥାଏ । ଏହି ଅବଧିକୁ ଇଏମଆଇ ହଲିଡେ ଭାବେ ମଧ୍ୟ ଜଣାଯାଇ ଥାଏ । ସାଧାରଣ ଭାବେ ଏମିତି ବ୍ରେକ ଏଥିପାଇଁ କରାଯାଇ ଥାଏ ଯେମିତି କି ଅସ୍ଥାୟୀ ଆର୍ଥିକ ଅସୁବିଧାକୁ ସାମନା କରୁଥିବା ବ୍ୟକ୍ତିମାନଙ୍କୁ ଏହାଦ୍ୱାରା ସାହାଯ୍ୟ ମିଳିବ ।

ମାର୍ଚ ୨୭ରେ ଘୋଷଣା କରିଥିଲେ ବିକଳ୍ପ

ମାର୍ଚ ୨୭ରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥା ଗୁଡିକୁ ୧ମାର୍ଚ ୨୦୨୦ ସୁଧା ବକେୟା ଥିବା ସମସ୍ତ ଟର୍ମ ଲୋନ ନେବା ଲୋକଙ୍କୁ ଇଏମଆଇ ଦେୟ ଉପରେ ୩ମାସର ମୋର୍ଚା ପ୍ରଦାନ କରିବାକୁ କହିଥିଲେ । ଏହି ବିକଳ୍ପରେ ଗ୍ରାହକ ମାର୍ଚ, ଏପ୍ରିଲ ଏବଂ ମେ ମାସର ନିଜର ଇଏମଆଇ କୁ ଚାହିଁଲେ ହୋଲ୍ଡ କରିପାରିବେ । ଯେତେବେଳେକି ଇଏମଆଇ ସ୍ଥଗିତ ଥିଲେ ମଧ୍ୟ ସୁଧ ଲାଗିବ , ଯାହା ପରେ ଅତିରିକ୍ତ ଇଏମଆଇ ଭାବେ ଦେବାକୁ ପଡିବ । ଯେଉଁ ଗ୍ରାହକ ନିଜର ଇଏମଆଇକୁ ରଖିବାକୁ ଚାହୁଁ ନାହାଁନ୍ତି ସେମାନଙ୍କୁ କିଛି ବି କରିବାର ଆବଶ୍ୟକ ନାହିଁ । ସେମାନଙ୍କର ଇଏମଆଇ ସେମିତି କଟିବ ଯେମିତି ଆଗରୁ କଟୁଥିଲା ।

ଏହା ସହିତ ବର୍ତ୍ତମାନ ସମସ୍ତ ଲୋନର ପରିଶୋଧକ ତିନି ମାସ ପାଇଁ ବୃଦ୍ଧି କରାଯାଇଥିଲା । ଋଣ ସ୍ଥଗନ ଅଧୀନରେ ଲୋକମାନଙ୍କ ଠାରୁ ଲୋନ ପାଇଁ ସେମାନଙ୍କ ଆକାଉଣ୍ଟରୁ ଇଏମଆଇ ନିଆଯାଇ ନଥିଲା । ରିଜର୍ଭ ବ୍ୟାଙ୍କର ତାଜା ଘୋଷଣା ପରେ ୩୧ ଅଗଷ୍ଟରେ ଲୋନ ନିଲମ୍ବନ ଅବଧି ଶେଷ ହେବା ପରେ ହିଁ ଇଏମଆଇ ନିଆଯିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।