ମୃତ୍ୟୁପରେ ଏତିକି ଦିନରେ ଯମଲୋକରେ ପହଞ୍ଚି ଥାଏ ଆତ୍ମା, କିଛି ଏମିତି ହୋଇଥାଏ ଯମଲୋକର ରାସ୍ତା

ଧରିତ୍ରୀରେ ଜନ୍ମ ନେଇଥିବା ସବୁ ମଣିଷ ଦିନେ ନା ଦିନେ ନିହାତି ମରିଥାଏ । ଏହା ଏକ ନିରାଟ ସତ । ଭଗବାନ ମଧ୍ୟ ଏଥିରୁ ବାଦ ପଡି ନାହାଁନ୍ତି । ଭଗବାନ ଯେତେବେଳେ ବି ମଣିଷ ରୂପରେ ଏହି ଧରାକୁ ଆସିଥିଲେ ତାଙ୍କୁ ମଧ୍ୟ ମୃତ୍ୟୁବରଣ କରିବା ପାଇଁ ପଡିଥିଲା । କିନ୍ତୁ ଆମର ଆତ୍ମା ଅମର ଅଟେ ଯିଏ କି ମୃତ୍ୟୁପରେ ଗୋଟିଏ ଶରୀରରୁ ଯାଇ ଅନ୍ୟ ଏକ ଶରୀରରେ ପ୍ରବେଶ କରିଥାଏ । ଆମେ ଜାଣିଛେ କି ମୃତ୍ୟୁପରେ ଆମ ମାନଙ୍କର ଆତ୍ମା ଶରୀର ଛାଡି ଯମଲୋକକୁ ଯାଇଥାଏ ।

ହିନ୍ଦୁ ଧର୍ମରେ କୁହାଯାଇଛି କି ମୃତ୍ୟୁପରେ ଆତ୍ମା ଯମଲୋକକୁ ଯାଇଥାଏ ଏବଂ ସେଠାରେ ତାର ସବୁ କର୍ମର ଫଳ ହିସାବ କରାଯାଇ ଥାଏ ଏବଂ ତା’ପରେ ବିଚାର କରାଯାଇ ଥାଏ କି ସେ ସ୍ଵର୍ଗକୁ ଯିବ ନା ନର୍କକୁ । ଆତ୍ମା ଯମଲୋକରେ କେମିତି ପହଞ୍ଚି ଥାଏ ଏବଂ କେମିତି ହୋଇଥାଏ ଏହି ଯାତ୍ରା ଆସନ୍ତୁ ଜାଣିବା ସେହି ବିଷୟରେ ।

ଏକ ବର୍ଷ ପାଇଁ ଯାତ୍ରା କରିଥାଏ

ଲୋକ ମାନଙ୍କର ମାନିବା ଅଟେ କି ମୃତ୍ୟୁପରେ ବ୍ୟକ୍ତିର ଆତ୍ମା ପ୍ରେତ ରୂପରେ ୨ ଶହ ଯୋଜନ ବା ୧୬୦୦ କିମି ଚାଲିଥାଏ କିନ୍ତୁ ଏହି କଥାର କୌଣସି ପ୍ରମାଣ ମିଳିନାହିଁ । ଏକ ଯୋଜନ ୮କିମି ହୋଇଥାଏ । ଯମଲୋକର ମାର୍ଗ ୮୬ ହଜାର ଯୋଜନ ହୋଇଥିବାରୁ ସେଠାରେ ପହଞ୍ଚିବା ପାଇଁ ଆତ୍ମାକୁ ଗୋଟିଏ ବର୍ଷ ଯାତ୍ରା କରିବାକୁ ପଡିଥାଏ ।

ଏମିତି ଅଟେ ଯମଲୋକର ରାସ୍ତା

ଗରୁଡ ପୁରାଣରେ ଏହା ଲେଖା ଯାଇଛି କି ଯମଲୋକରେ ୧୬ଟି ନଗର ଅଛି ଏବଂ ଏହା ବହୁତ ଭୟାନକ ଅଟେ । ଏହି ରାସ୍ତାରେ ବ୍ୟକ୍ତିର ଆତ୍ମାକୁ ମାସକରେ ଗୋଟିଏ ଥର ପାଇଁ ବୁଲିବା ପାଇଁ ଅବସର ମିଳିଥାଏ । ଏଠାରେ ଆତ୍ମା ପୂର୍ବଜନ୍ମ ଏବଂ ପରିବାର ଲୋକଙ୍କ କଥାକୁ ମନେ ପକାଇ ବହୁତ ଦୁଃଖୀ ହୋଇଥାଏ ।

ଯମଲୋକର ଦ୍ଵାରପାଳ

କୁହାଯାଏ କି ଯମରାଜା ଙ୍କ ଭବନରେ ଧର୍ମବ୍ୟଞ୍ଜ ନାମକ ଦ୍ଵାରପାଳ ପହରା ଦେଇଥାଏ । ଇଏ ଚିତ୍ରଗୁପ୍ତକୁ ପାପୀ ଲୋକଙ୍କର ଆତ୍ମା ଆସୁଥିବାର ସୂଚନା ଦେଇଥାଏ । ଯମଲୋକ ର ଦ୍ଵାରରେ ଦୁଇଟି ଭୟଙ୍କର କୁକୁର ମଧ୍ୟ ପହରା ଦେଇଥାନ୍ତି ଯେଉଁ ମାନେ କି ପାପୀ ମାନଙ୍କୁ କାମୁଡିବା ପାଇଁ ଚାହିଁଥାନ୍ତି ।

ହୋଇଥାଏ କର୍ମର ହିସାବ

ଯମରାଜାଙ୍କର ଦରବାରରେ ବ୍ରହ୍ମାଙ୍କ ପୁତ୍ର ଶ୍ରବଣ ଏବଂ ସ୍ତ୍ରୀ ଶ୍ରବଣୀ ବାସ କରିଥାନ୍ତି । ଶ୍ରବଣ ପୁରୁଷ ମାନଙ୍କର ପାପ ପୂଣ୍ୟ ଏବଂ ଶ୍ରବଣୀ ମହିଳା ମାନଙ୍କର ପାପ ପୂଣ୍ୟ ବିଷୟରେ ବିଚାର କରିଥାନ୍ତି । ଏମାନଙ୍କର କହିବା ଅନୁସାରେ ଯମରାଜା ସେମାନଙ୍କୁ ତାଙ୍କର କର୍ମର ଫଳ ଦେଇଥାନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।