ମଶାଣିରେ ଜୁଇ ଜଳିଲେ ଅର୍ଜୁନ ଘରେ ଚୁଲି ଜଳେ, ଏହି ଛୋଟପିଲାର ସଂଘର୍ଷ କାହାଣୀ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ନିଜ ପେଟ ପୋଷିବା ପାଇଁ କିଏ କେତେ ପନ୍ଥା ଆପଣେଇ ନିଅନ୍ତି । ଆଉ ଇଏ ଏଭଳି ଏକ କାମ ଯେଉଁଠି ଶ୍ମଶାନରେ ଶବ ଜଳିଲେ ହିଁ ଘରେ ଚୁଲି ଜଳେ । ଆଉ ପେଟକୁ ମିଳେ ଦୁଇମୁଠା ଖାଇବା । ଶ୍ମଶାନରେ ମୃତଦେହର ଭିଡ ଜମିଲେ ମାଆ ଓ ଭଉଣୀଙ୍କ ପାଇଁ ଯୋଗାଡ ହୋଇପାରିବ ଦାନା । ବାପା ଆରପରିକୁ ଚାଲିଯିବା ପରେ ଏହି କୁନି ପୁଅ ପାଇଁ ଘର ଚଳାଇବାର ଏକମାତ୍ର ମାଧ୍ୟମ ସାଜିଛି ଏହି ମଶାଣି । ଏଠାରେ ଶବଦାହରେ ସହଯୋଗ କରି ଯାହା କିଛି ଟଙ୍କା ରୋଜଗାର କରନ୍ତି ସେଥିରେ ସେ ତାଙ୍କ ପରିବାର ଚଳାନ୍ତି ।

ଏହି ୧୪ କି ୧୫ ବର୍ଷୀୟ ନାବାଳକଙ୍କ ନାମ ହେଉଛି ଅର୍ଜୁନ ନାୟକ । ବାପା ଥିବା ବେଳେ ଏହି ମଶାଣିରେ ଶବଦାହ କରି ଯାହା କରନ୍ତି ସେଥିରେ ଚଳୁଥିଲା ପରିବାର । ହେଲେ ଚାରିବର୍ଷ ତଳେ ବାପାଙ୍କ ଦେହାନ୍ତ ପରେ ଅର୍ଜୁନ ନିଜ କାନ୍ଧକୁ ନେଇଛି ପରିବାରର ଦାୟିତ୍ଵ । ତାଙ୍କ ମା ଅସୁସ୍ଥ ଥିବା ବେଳେ ବଡ ଭାଇ ଟ୍ରକରେ ହେଲପର କାମ କରନ୍ତି । ଆଉ ବାକି ତିନି ସାନ ଭାଇଭଉଣୀ ପାଠ ପଢୁଛନ୍ତି । ତେଣୁ ସେମାନଙ୍କ ଭବିଷ୍ୟତ ଗଢିବାକୁ ନିଜ ପାଠପଢାରେ ଡୋରି ବାନ୍ଧି ଘରର ମେରୁଦଣ୍ଡ ସାଜିଛି ଅର୍ଜୁନ ।

ରାଉଲକେଲା ବେଦବ୍ୟାସ ସ୍ଥିତ ମୁକ୍ତିଧାମରେ ଗତ ଚାରିବର୍ଷ ଧରି ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ଅର୍ଜୁନ ସାହାଯ୍ୟ କରୁଛି । ତାଙ୍କ ବୟସ କମ୍ ଥିବାରୁ ଟ୍ରଷ୍ଟ ତାଙ୍କୁ ଶବଦାହ କାମରେ ନିୟୋଜିତ କରେନି । ତେଣୁ ଶବ ସତ୍କାର ବେଳେ ନିଜ ଆଡୁ କିଛି ସହଯୋଗ କରି ମୃତବ୍ୟକ୍ତିଙ୍କ ପରିବାର ପକ୍ଷରୁ ଯାହାକିଛି ମିଳେ ସେଥିରେ ସେ ଖୁସି ହୁଏ ।

ଏହା ବ୍ଯତୀତ ଅନ୍ତିମ ସଂସ୍କାର ବେଳେ ଶ୍ମଶାନରେ ଲାଗୁଥିବା ଲୁଣ, ଝୁଣା ଓ ଧୂପକାଠି ଆଦି ଯୋଗାଇ ଦେଇଥାଏ ଅର୍ଜୁନ । ଏମିତିରେ ସେ ଦିନକୁ ପ୍ରାୟ ୩୦୦ରୁ ୪୦୦ ଟଙ୍କା ରୋଜଗାର କରିନିଏ । ନିଜେ କଷ୍ଟରେ ଚଳୁଥିବା ଅର୍ଜୁନ ଶ୍ମଶାନକୁ କୌଣସି ବୃଦ୍ଧାଶ୍ରମରୁ କିମ୍ବା ଗରିବଗୁରୁବା ଲୋକ ଆସିଲେ ସାହାଯ୍ୟ କରିବା ସହ ଆବଶ୍ଯକୀୟ ସାମଗ୍ରୀ ବି ମାଗଣାରେ ଯୋଗାଇ ଦିଏ । ଯାହା କୁନିପୁଅର ମହାନତାର ପରିଚୟ ଦେଉଛି । ପଢିବାକୁ ପ୍ରବଳ ଇଚ୍ଛା ଥିଲେ ବି ଅନେକ ଅସୁବିଧା ରହିଛି ।

ପାଠ ପଢିବାକୁ ଗଲେ ପେଟ ଫାଙ୍କା ରହିବ । ପରିସ୍ଥିତି ଆଗରେ ସବୁ ଇଚ୍ଛା ଓ ସ୍ଵପ୍ନ ସମାଧି ନେଇଯାଏ ଏମିତି ଅନେକ ପରିବାରରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।