ସବୁଠୁ ବଡ ଖବର ! ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପାଇଁ ଖୋଲିବ School, ଦେଖନ୍ତୁ କେବେ ଠାରୁ ?

କରୋନା ମ-ହା-ମା-ରୀ ପାଇଁ ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିବା ପରେ ଏବେ ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବା ଆବଶ୍ୟକତା ରହିଛି ବୋଲି ସଭିଏଁ ଅନୁଭବ କଲେଣି । ଆଉ ଏଥିପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ପ୍ରାୟ ୧୮ ମାସରୁ ଉର୍ଦ୍ଧ୍ଵ ଦିନ ଧରି ସ୍କୁଲ ବନ୍ଦ ରହିବା ଯୋଗୁଁ ପିଲାଙ୍କ ପାଠପଢା ପ୍ରଭାବିତ ଖୁବ ପ୍ରଭାବିତ ହୋଇଛି । ପ୍ରାଥମିକ ଶିକ୍ଷା ହେଉଛି ଶିଶୁଙ୍କ ମୂଳଦୁଆ ।

ଯଦି ଏହା ମଜବୁତ ନ ରୁହେ ତେବେ ପିଲାମାନେ ଉଚ୍ଚ ଶ୍ରେଣୀକୁ ଯିବା ପରେ ଅନେକ ଅସୁବିଧାରେ ପଡିବେ । ଅନ୍ୟପଟେ ଶିଶୁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ରହିଛି, ତେଣୁ ସେମାନଙ୍କ ପାଇଁ ସ୍କୁଲ ଖୋଲିବା ଦରକାର ବୋଲି ଯୁକ୍ତି ରଖିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ । ସେପଟେ ସ୍କୁଲ ଖୋଲିଲେ କୋଭିଡ ସଚେତନତା ପାଇଁ ସ୍କୁଲ ମାନଙ୍କରେ ସଚେତନତା ରଥ ବୁଲିବ ବୋଲି ସେ କହିଛନ୍ତି ।

ସେପଟେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କହିଛନ୍ତି ଯେ ସ୍କୁଲ ଗୁଡିକୁ ଦୈନିକ ସାନିଟାଇଜ କରାଯିବା ଦରକାର । ଦେଢ ବର୍ଷରୁ ଅଧିକ ଦିନ ଧରି ରାଜ୍ୟର ସମସ୍ତ ପ୍ରାଥମିକ ସ୍କୁଲ ଗୁଡିକ ବନ୍ଦ ଅଛି । ଆଉ ଏଥିପାଇଁ ପିଲା ମାନଙ୍କର ପାଠପଢା ଖୁବ ପ୍ରଭାବିତ ହୋଇଛି । ଏବେ ଠାରୁ ପିଲା ମାନଙ୍କ ମୂଳଦୁଆ ଠିକ ନ ରହିଲେ ସେମାନଙ୍କ ଭବିଷ୍ୟତ ପାଠପଢା ଉପରେ ଏହାର  ଖୁବ ପ୍ରଭାବ ପଡିବ । ପୂର୍ବରୁ ହାଇସ୍କୁଲ ଖୋଲିଥିବା ବେଳେ ଦୀପାବଳୀ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ ।

କିନ୍ତୁ ଏବେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ପାଇଁ ସୁପାରିସ କରାଯାଉଛି । ତେବେ ଏନେଇ ଏକ ବୈଠକ ବସିବାର ସମ୍ଭାବନା ରହିଛି । ଖୁବ ଶୀଘ୍ର ବା ଆସନ୍ତା ସପ୍ତାହରେ ଏହି ବୈଠକ ବସିବ ଓ ଏହି ବୈଠକରେ ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଓ ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀ ମାନେ ଏଥିରେ ଉପସ୍ଥିତ ରହିବେ ।

ଏହି ବୈଠକରେ ପିଲାଙ୍କ ପାଇଁ ସ୍କୁଲ କିପରି ଖୋଲିବେ ଓ କଣ ସବୁ ଗାଇଡଲାଇନ ରହିବ ସେନେଇ ନିଷ୍ପତ୍ତି ନିଆଯିବ । ଏ ସମ୍ବନ୍ଧରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।