ଭିକାରୁଣୀଙ୍କ ଇଂରାଜୀ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ Anupam Kher, କେବେ ସ୍କୁଲ ଯାଇ ନଥିବା ଝିଅଟି ଇଂରାଜୀରେ ଯାହା ସବୁ କହୁଛି ନ ଶୁଣିଲେ ଆପଣ ମଧ୍ୟ ବିଶ୍ବାସ କରିପାରିବେନି, ଦେଖନ୍ତୁ Video

ବଲିଉଡ ଅଭିନେତା ଅନୁପମ ଖେର କାଠମାଣ୍ଡୁ ଙ୍କୁ ଗୋଟିଏ ସୁ-ଟି॰ ପାଇଁ ଯାଇଥିଲେ । ଆଉ ସେଠାରେ ସେ ଜଣେ ଭାରତୀୟ ଭିକାରୁଣୀଙ୍କୁ ଭେଟିଥିଲେ ଯାହାଙ୍କ ବୟସ ମାତ୍ର ୧୩ ବର୍ଷ । କିନ୍ତୁ ସେହି ଭିକାରୁଣୀ ଜଣକ ଏତେ ଭଲ ଇଂରାଜୀ କହୁଥିବା ଦେଖି ଅନୁପମ ଖେର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ‘ତୁମେ ଏତେ ସୁନ୍ଦର ଇଂରାଜୀ ଜାଣିଲ କେମିତି ?’ ଭିକାରୁଣୀ ଉତ୍ତର ଦେଇଥିଲେ କି କାଠମାଣ୍ଡୁ କୁ ଆସି ଭିକ ମାଗୁ ମାଗୁ ସେ ଇଂରାଜୀ ଶିଖିଛନ୍ତି ।

ଏହି ଭି-ଡି-ଓ-ରେ ଦେଖା ଯାଉଥିବା ଝିଅଟି କାଠମାଣ୍ଡୁରେ ଭିକ୍ଷାବୃତ୍ତି କରି ନିଜ ପେଟ ପୋଷୁଛନ୍ତି । ଆଉ ସେ ଏତେ ସୁନ୍ଦର ଇଂରାଜୀ କହୁଛନ୍ତି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଅନୁପମ ଖେର ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ । ସେ ସେଠାକୁ କେମିତି ଆସିଲେ ବୋଲି ଅନୁପମ ଖେର ତାଙ୍କୁ ପଚାରିଥିଲେ । ଝିଅ ଜଣକ ଉତ୍ତର ଦେଇଥିଲେ କି ସେ ରାଜସ୍ଥାନରେ ଥିଲେ । କିନ୍ତୁ ସେଠାରେ ସେ କେବେ ସ୍କୁଲକୁ ଯାଇପାରି ନାହିଁ କି ପାଠ ପଢି ପାରିନାହିଁ ।

ସେଠାରେ ତାଙ୍କୁ ପାଠ ପଢିବାକୁ ସୁଯୋଗ ଦିଆ ଗଲାନାହିଁ । ତାଙ୍କ ସାଙ୍ଗସାଥି ଯେତେବଳେ ଭିକ୍ଷାବୃତ୍ତି କରିବା ପାଇଁ କାଠମାଣ୍ଡୁ ଆସିଗଲେ, ତାଙ୍କ ସହ ସେ ମଧ୍ୟ ଆସି ଯାଇଥିଲେ । ତାଙ୍କର ସ୍କୁଲ ଯିବାକୁ ଅନେକ ଇଚ୍ଛା ଥିଲେ ମଧ୍ୟ କେହି କେବେ ତାଙ୍କୁ ସୁଯୋଗ ଦେଇ ନାହାନ୍ତି । ରାଜସ୍ଥାନ ଛାଡି ସେ ନେପାଳ କାହିଁକି ଗଲେ ପଚାରିବାରୁ ଝିଅଟି ଉତ୍ତର ଦେଇଥିଲେ, ରାଜସ୍ଥାନ ଠାରୁ ନେପାଳରେ ତାଙ୍କୁ ଅଧିକ ସୁରକ୍ଷିତ ଲାଗୁଛି ।

ସେଠାରେ ଭିକ୍ଷାବୃତ୍ତି କରିବା ଠାରୁ କାଠମାଣ୍ଡୁରେ ଭିକ୍ଷାବୃତ୍ତି କରିବାକୁ ମୁଁ ଅଧିକ ଭଲ ମଣିଲି ବୋଲି କହିଥିଲେ । ତେବେ ଏହି ସମସ୍ତ କଥା ସେ ଇଂରାଜୀରେ କଥା ହୋଇଥିଲେ । ଯାହା ଆପଣ ଶୁଣିଲେ ଏକଦମ ଆଶ୍ଚର୍ଯ୍ୟ ହୋଇଯିବେ । ପାଠ ପଢିଥିବା ଲୋକ ମଧ୍ୟ ଇଂରାଜୀ କହିବା ବେଳେ ତାଙ୍କ ପାଟି ରହିଯାଏ । କିନ୍ତୁ ଯେଉଁ ଝିଅ କେବେ ମଧ୍ୟ ସ୍କୁଲକୁ ଯାଇନାହିଁ ସେ ଏଭଳି ଅନର୍ଗଳ ଇଂରାଜୀ କହୁଛି ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ସେ ଅନୁପମ ଖେରଙ୍କୁ ସ୍କୁଲ ଯିବା ପାଇଁ ସାହାଯ୍ୟ ମାଗୁଛି । ଆଉ ସେ ମଧ୍ୟ ତାଙ୍କ ପାଠପଢା ଭାର ବହନ କରିବେ ବୋଲି ପ୍ରତିଶୃତି ଦେଉଛନ୍ତି । ଆପଣଙ୍କୁ ଏହି ଛୋଟ ଝିଅର ଇଂରାଜୀ ଶୁଣି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।