NCB ର ଦବଙ୍ଗ ଅଫିସର Sameer Wankhede ଙ୍କ ମୋଟ ସମ୍ପତ୍ତି କେତେ ? ଜାଣନ୍ତୁ ତାଙ୍କ କାର୍ଯ୍ୟ, ଜୀବନଶୈଳୀ ବିଷୟରେ କିଛି ଅଜଣା କଥା

ଏବେ ସାରା ଦେଶରେ ଏନସିବି ର ଡବଙ୍ଗ ଅଫିସର ସମୀର ୱାଙ୍ଖେଡେଙ୍କୁ ନେଇ ଚର୍ଚ୍ଚା ଚାଲିଛି । ତାଙ୍କ ଜୀବନଶୈଳୀ ଠାରୁ ଆରମ୍ଭ କରି ବୈବାହିକ ଜୀବନ ପର୍ଯ୍ୟନ୍ତ ସବୁକିଛି ଏବେ ବି-ବା-ଦ ଘେରରେ । ବିଶେଷ କରି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ଆ-ଟା-କ-ରେ ଘା-ଇ-ଲା ହୋଇଛନ୍ତି ଏନ-ସି-ବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡେ । ଭିନ୍ନ ଭିନ୍ନ ସମୟରେ ୱାଙ୍ଖେଡେଙ୍କ ନାଁ’ରେ ଅଣାଯାଇଛି ସ-ଙ୍ଗୀ-ନ ଅ-ଭି-ଯୋ-ଗ ।

ଏପରିକି ନବାବ ମଲିକ ଅ-ଭି-ଯୋ-ଗ କରିଛନ୍ତି କି ସମୀର ୱାଙ୍ଖେଡେ ଏକ ଲକ୍ଷର ପ୍ଯାଣ୍ଟ, ୭୦ ହଜାରରୁ ଅଧିକ ମୂଲ୍ୟର ସାର୍ଟ ଓ ୨୫ରୁ ୫୦ ଲକ୍ଷ ଟଙ୍କାର ଘଣ୍ଟା ପିନ୍ଧନ୍ତି । ଜଣେ ସଚ୍ଚୋଟ ଅଧିକାରୀ ହୋଇ ୱାଙ୍ଖେଡେ କିପରି ମହଙ୍ଗା ଜୀବନଚର୍ଯ୍ୟା ବିତାଉଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ । ସରକାରୀ ନିୟମ ଅନୁଯାୟୀ ୱାଙ୍ଖେଡେ ପ୍ରତିବର୍ଷ ନିଜ ବିଭାଗକୁ ନିଜ ସମ୍ପତ୍ତିର ସମସ୍ତ ସୂଚନା ଦେଇ ଆସୁଛନ୍ତି । ଏହି ସୂଚନା ଅନୁଯାୟୀ ୱାଙ୍ଖେଡେଙ୍କ ପାଖରେ ରହିଛି ୪ ଏକର ଜମି ।

ମହାରାଷ୍ଟ୍ରର ଭାସିମ ଜିଲ୍ଲାରେ ଥିବା ଏହି ସମ୍ପତ୍ତି ପରିବାରିକ ଭାଗୀଦାରୀରେ ରହିଛି । ଏହାସହ ୨୦୦୪ ମସିହାରେ ୮୦୦ ବର୍ଗଫୁଟର ଏକ ଘର ଦେଇଥିଲେ ତାଙ୍କ ମା ଜାହିଦା ୱାଙ୍ଖେଡେ । ଯାହା ଆଜି ମଧ୍ୟ ୱାଙ୍ଖେଡେ ଓ ତାଙ୍କ ମା’ଙ୍କ ନାଁରେ ଆଜି ବି ରହିଛି । ମା ଜାହିଦାଙ୍କ ନାଁ’ରେ ଆଉ ଏକ ଫ୍ଲାଟ ମଧ୍ୟ ରହିଛି, ଯାହା ୧୯୯୯ ମସିହାରେ କିଣା ଯାଇଥିଲା । ମୁମ୍ବାଇରେ ଥିବା ୭୦୦ ବର୍ଗଫୁଟର ଏହି ଫ୍ଲାଟ ମଧ୍ୟ ୱାଙ୍ଖେଡେଙ୍କ ପାଖେ ଅଛି ।

କ୍ୟା-ନ୍ସ-ର-ରେ ମୃ-ତ୍ୟୁ-ବରଣ କରିଥିବା ନିଜ ମାଉସୀଙ୍କ ସମ୍ପତି ମଧ୍ୟ ସମୀରଙ୍କ ପାଖରେ ଅଛି, କାରଣ ତାଙ୍କର କୌଣସି ପିଲାପିଲି ନଥିଲେ । ଏକ ହଜାର ବର୍ଗଫୁଟର ଏହି ଜାଗାକୁ ଅଫିସ ପାଇଁ ସେ ଭଡାରେ ଦେଇଛନ୍ତି । ଏହାସହ ୧୯୯୫ରେ ନଭି ମୁମ୍ବାଇରେ କିଣା ଯାଇଥିବା ୧୧୦୦ ବର୍ଗଫୁଟର ପ୍ଳଟ ଭଡାରେ ଲାଗିଛି । ୨୦୦୦ ମସିହା ପରେ ସେ ଫ୍ଲାଟ କିଣିଥିବା ବାର୍ଷିକ ରିପୋର୍ଟରେ ଜଣାଇଛନ୍ତି । ଏଥିରେ ପତ୍ନୀଙ୍କ ଫ୍ଲାଟ ବିକ୍ରି ଟଙ୍କା, ପିତାଙ୍କ ପେନସନ ଓ ମା’ଙ୍କ ଦେ-ହା-ନ୍ତ ପରେ ଏଲଆଇସି ଟଙ୍କାରେ କିଣା ଯାଇଥିବା ଦର୍ଶାଯାଇଛି ।

ସମୀରଙ୍କ ମା ସ୍କ୍ରାପ ଟ୍ରେଡରର ବ୍ୟବସାୟ କରୁଥିଲେ ଓ ଦୂର୍ଗା ନାମକ ଏକ ଅନାଥାଶ୍ରମ ମଧ୍ୟ ଚଳାଉଥିଲେ । ତାଙ୍କ ମା ରାଜ ପରିବାରର ହୋଇଥିବା ବେଳେ ପିତା ମଧ୍ୟ ଖୁବ ସମ୍ଭ୍ରାନ୍ତ ପରିବାରର ବୋଲି କୁହାଯାଉଛି । ତେବେ ଏସବୁ ମଧ୍ୟରେ ନବାବ ମଲିକଙ୍କୁ କାଉଣ୍ଟର ଆ-ଟା-କ କରିଛନ୍ତି ସମୀର ।

ଯାହାକୁ ସେ ଦାମୀ ପ୍ଯାଣ୍ଟ, ସାର୍ଟ ଓ ଘଣ୍ଟା ବୋଲି କହୁଛନ୍ତି ସେସବୁକୁ ଅନ୍ଧେରିର ଏକ ସାଧାରଣ ଦୋକାନରୁ କିଣାଯାଇଛି ବୋଲି ସଫେଇ ଦେଇଛନ୍ତି ସମୀର ୱାଙ୍ଖେଡେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।