Ollywood ଅଭିନେତା Aswini Tripathy ଙ୍କୁ ନେଇ ଆସିଲା ଏକ ବଡ଼ ଦୁଃଖ ଖବର

ଓଡିଆ ଆଲବମ ଏବଂ ଚଳଚିତ୍ର ଜଗତ ପାଇଁ ଏକ ବଡ ଦୁଃଖଦ ଖବର ଆସିଛି । ନାମୀ ଓଡିଆ ଅଭିନେତା ଅଶ୍ଵିନୀଙ୍କୁ ନେଇ ଆସିଛି ଏକ ବଡ ଦୁଃଖ ଖବର । ସୂଚନା ଅନୁଯାୟୀ ଅଶ୍ଵିନୀ ଏବେ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଅଶ୍ଵିନୀଙ୍କ ଛାତିରେ ଏକ ଛୋଟ ସର୍ଜରୀ ହୋଇଛି । ଏହି ବିଷୟରେ ସୂଚନା ଦେଇଛନ୍ତି ତାଙ୍କ ବାନ୍ଧବୀ ପ୍ରେରଣା ଏବଂ ସେ ତାଙ୍କର କିଛି ଫଟୋ ମଧ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ସେୟାର କରିଛନ୍ତି ।

ଓଡିଆ ଆଲବମ ଜଗତର ବାଦଶାହ ଅଶ୍ଵିନୀଙ୍କ ଆଲବମ ଗୀତ ଗୁଡିକ ଖୁବ ସୁପରହିଟ ହେଉଛି । ଦର୍ଶକ ତାଙ୍କ ଅଭିନୀତ ଆଲବମ ଗୁଡିକୁ ଖୁବ ଭଲ ପାଉଛନ୍ତି । ଅନେକ ଗୁଡିଏ ଆଲବମ ସହ ଫିଲମରେ ମଧ୍ୟ ଅଭିନୟ କରିଛନ୍ତି ଅଶ୍ଵିନୀ । ତାଙ୍କ ଆଲବମ ଦେଖିବା ପାଇଁ ସାରା ଓଡିଶାର ଦର୍ଶକ ଖୁବ ପସନ୍ଦ କରନ୍ତି । ଆଙ୍କରିଂ ରୁ ନିଜ କ୍ଯାରିଅର ଆରମ୍ଭ କରିଥିଲେ ଅଶ୍ଵିନୀ । ତାପରେ ଅଭିନୟରେ ମଧ୍ୟ ଖୁବ କମାଲ କରି ଦେଖାଇଥିଲେ ଓ ସମସ୍ତଙ୍କ ହୃଦୟରେ ଜାଗା ବନେଇ ପାରିଥିଲେ ।

ଏହା ସହ ଅନେକ ଆଡ-ଫିଲ୍ମ ରେ ମଧ୍ୟ ନିର୍ଦ୍ଦେଶନ କାର୍ଯ୍ୟ କରିଛନ୍ତି । ଏଥିପାଇଁ ଅନୁଭୂତି ଲାଭ କରିବାକୁ ସେ ମୁମ୍ବାଇ ମଧ୍ୟ ଯାଇଥିଲେ । ସେଠାରେ ସେ ଅନେକ କଳାକାରଙ୍କୁ ନେଇ ଛୋଟ ଛୋଟ ଆଡ-ଫିଲ୍ମ ତିଆରି କରିବା ସହ ଅନୁପ ସୋନିଙ୍କ ସହ ମଧ୍ୟ କାମ କରିଥିଲେ । ଓଡିଶା ଆସିବା ପରେ ସେ ସୁପରଷ୍ଟାର ଗୋବିନ୍ଦାଙ୍କୁ ନେଇ ମଧ୍ୟ ଏକ ଆଡ-ଫିଲ୍ମ କରିଥିଲେ । ଏହା ସହ ସେ ‘ଲଭ ଗୁରୁ’ ଶୋ ରେ ମଧ୍ୟ ଯୁବପିଢିଙ୍କୁ ଖୁବ ଭଲ ଲଭ ଟିପ୍ସ ସବୁ ଦେଉଥିଲେ । ଏଥିପାଇଁ ମଧ୍ୟ ସେ ଖୁବ ପରିଶ୍ରମ କରିଥିଲେ ।

ସେ ଜଣେ ମେଧାବୀ ଇଞ୍ଜିନିୟରିଂ ଛାତ୍ର ଏବଂ ଏମବିଏ ମଧ୍ୟ କରିଛନ୍ତି । କଲେଜ ପଢିବା ସମଯରୁ ତାଙ୍କ ମନରେ ଫିଲ୍ମ ଲାଇନରେ କିଛି କରିବାକୁ ବହୁତ ଇଚ୍ଛା ଥିଲା । ଯାହା ସେ ଧୀରେ ଧୀରେ ସଫଳ କରିଥିଲେ । କିନ୍ତୁ ତାଙ୍କ ଅସୁସ୍ଥତା ଖବର ଶୁଣି ତାଙ୍କ ପ୍ରଶଂସକ ମାନେ ଖୁବ ଦୁଃଖ ପ୍ରକାଶ କରୁଛନ୍ତି । ଆମେ ପ୍ରାର୍ଥନା କରୁଛୁ ଭଗବାନଙ୍କ କୃପାରୁ ଅଶ୍ଵିନୀ ଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ଓ ପୂର୍ବ ପରି ଦର୍ଶକଙ୍କ ମନୋରଞ୍ଜନ କରନ୍ତୁ ।