ସ୍କୁଲ ସାରା ବୁଲି ସବୁ ଗୁମର ଖୋଲିଦେଲା ଏହି କୁନି ରିପୋର୍ଟର, ତା’ କଥା ଶୁଣିଲେ ଆପଣ ବି ତାଜୁବ ହୋଇଯିବେ, ଦେଖନ୍ତୁ video

ଛୋଟପିଲା ଟିଏ ହେଲେ କଥାରେ ପାଟିରେ ବାଟୁଳି ବାଜୁନି । ସ୍କୁଲ ରିପୋର୍ଟର ଭଳି ବୁଲି ବୁଲି ସରକାରୀ ସ୍କୁଲର ଅବ୍ୟବସ୍ଥା ରିପୋର୍ଟିଂ କରୁଛନ୍ତି । ଆପଣ ଏହି ଭିଡିଓକୁ ପୁରା ଦେଖିଲେ ଛୋଟପିଲାଟିର ବିଚକ୍ଷଣ ବୁଦ୍ଧି ଦେଖି ତାଜୁବ ହୋଇଯିବେ । ତେବେ ଟିଭି ରିପୋର୍ଟର ଭଳି ଗପୁଥିବା ଏହି ଛୋଟପିଲାଟି ହେଉଛି ଝାଡଖଣ୍ଡ ରାଜ୍ୟ କୋଟା ଜିଲ୍ଲାର । ଏଠାକାର ମହାକାମ ବ୍ଲକ ଅନ୍ତର୍ଗତ ଏହି ସ୍କୁଲରେ ହିଁ ସେ ପାଠ ପଢେ ।

ତେବେ ସ୍କୁଲର ଅବ୍ୟବସ୍ଥା ସମ୍ପର୍କରେ ଭିଡିଓ ମାଧ୍ୟମରେ ଜଣାଇବାକୁ କେହି ଜଣେ ପିଲା ଦ୍ଵାରା ଏଭଳି ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ବ୍ୟକ୍ତିଜଣକ ଏହି ସ୍କୁଲର ଛୋଟ ଅଇଲାଟିକୁ କୁନି ରିପୋର୍ଟର ଭାବେ ଉପସ୍ଥାପନା କରି କାର୍ଯ୍ୟଟି ତୁଲାଇଛନ୍ତି । ଆଉ ପିଲାଟି ବି ଜଣେ ଗଣମାଧ୍ୟମ ପ୍ରତିନିଧି ଭଳି ଖୁବ ଯୋଶରେ ନିଜ କାର୍ଯ୍ୟକୁ ତୁଲାଉଛି । ଆଉ ହାତରେ ମାଇକ ବୁମ୍ ଭାବେ ଧରିଛି ଏକ ପ୍ଲାଷ୍ଟିକ ବୋତଲ, ଯାହାର ହ୍ୟାଣ୍ଡେଲ ଏକ ବାଡି ସାହାଯ୍ୟରେ ବନାଯାଇଛି ।

ପିଲାଟି ପ୍ଲାଷ୍ଟିକ ବୋତଲ ଧରି ସାରା ସ୍କୁଲ ବୁଲି ବୁଲି ନିଜ କଥାକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଛି । ଏହି ଭାଇରାଲ ଭିଡିଓଟି ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ସ୍କୁଲର ଅବ୍ୟବସ୍ଥା, ଟଏଲେଟ, ଶିକ୍ଷକମାନେ ବିଳମ୍ବରେ ସ୍କୁଲକୁ ଆସିବା, ଛାତରୁ ପାଣି ଗଳିବା, ସ୍କୁଲ ପରିସର ଓ ଶ୍ରେଣୀ ଗୃହ ଅପରିଷ୍କାର ରହିବାଠୁ ନେଇ ପିଇବା ପାଣିର ସୁବିଧା ନଥିବା ଆଦି ଅନେକ ଗୁମର ଏହି କୁନି ପିଲାଟି ନିଜ ରିପୋର୍ଟିଂ ମାଧ୍ୟମରେ ଖୋଲି ଦେଇଛି ।

ତେବେ ପିଲାଟିର ସ୍କୁଲ ସାରା ବୁଲି ଏଭଳି ଦୃଶ୍ୟ ସବୁକୁ ଅତି ନିଖୁଣ ଭାବେ ଉପସ୍ଥାପନା କରିବା କାର୍ଯ୍ୟକୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି । ଆଉ ଏହି ଭିଡିଓର ପ୍ରଭାବ ମଧ୍ୟ ଝାଡଖଣ୍ଡ ସରକାରଙ୍କ ଉପରେ ଜୋରଦାର ପଡିଛି ବୋଲି କୁହାଯାଉଛି । କୁନିପିଲାର ଏହି ଭିଡିଓଟି ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି ଓ ପୁରା ଦେଶରେ ଭାଇରାଲ ହେବାରେ ଲାଗିଛି ।

ଏତେ କୁନି ପିଲାର ଏଭଳି ପ୍ରତିଭା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିଦେଉଛି । କୁନି ରିପୋର୍ଟରକୁ ସମସ୍ତେ ବେଶ ପ୍ରଶଂସା ମଧ୍ୟ କରୁଛନ୍ତି । ତେବେ ଆପଣଙ୍କୁ କୁନି ପିଲାର ଏଭଳି କାର୍ଯ୍ୟ କିପରି ଲାଗିଲା ମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।