ମାଇଁ ପ୍ରେମରେ ମସଗୁଲ ଥିଲା ଭଣଜା, ମାମୁଁ ଦେଖିବା ପରେ ଯାହା କାଣ୍ଡ ଘଟିଲା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ video

ମାମୁଁ ସହ ଭଣଜା କିଛି ଏମିତି କିଛି କଲା ଯେ ଆଜି ତାହା ମାମୁଁଙ୍କୁ ମେଡିକାଲରେ ପହଞ୍ଚାଇ ଦେଇଛି । କେନ୍ଦ୍ରପଡା ଜିଲ୍ଲା ଡେରାବିଶ ଥାନା ପଞ୍ଚୁପାଣ୍ଡବ ଡେରାଡିହ ଗାଁରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି । ମାଇଁ ଓ ଭଣଜା ପ୍ରେମରେ ମସଗୁଲ ଥିବା ବେଳେ ମାମୁଁ ଦେଖି ନେଇଥିଲେ । ଯାହାଫଳରେ ଭଣଜା କିଶୋର ବେହେରା ଓ ମାଇଁ ମାନସୀ ବେହେରା ଦୁହେଁ ମିଶି ମାମୁଁ ବାବାଜୀ ବେହେରାଙ୍କୁ ଅତି ଅମାନୁଷିକ ଭାବେ ମାଡ ମାରିଥିଲେ ଓ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କୁ କ୍ଷତାକ୍ତ କରି ପକାଇଥିଲେ ।

ସ୍ଥାନୀୟ ଲୋକେ ମାମୁଁ ବାବାଜୀ ବେହେରାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ମାଇଁ ମାନସୀ ବେହେରାଙ୍କର ଦୀଘ ବର୍ଷ ଧରି ଭଣଜା କିଶୋର ବେହେରାଆଙ୍କର ସମ୍ପର୍କ ରହିଥିଲା । ସ୍ତ୍ରୀର ପରକୀୟାପ୍ରୀତିକୁ ସହି ନପାରି ବାବାଜୀ ବେହେରା ମାନସିକ ଚୀନତାରୁ ନିଶାଶକ୍ତ ଅବସ୍ଥାରେ ରହିଥିଲେ । ଯେଉଁଥି ପାଇଁ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା ।

ଭଣଜା କିଶୋର ମାଇଁକୁ ଦେଖା କରିବାକୁ ବାରମ୍ବାର ମାମୁଁ ଘରକୁ ଆସୁଥିଲା । ଆଉ ମାମୁଁ କାମରୁ ଫେରିବା ପରେ ଭଣଜା ଓ ସ୍ତ୍ରୀଙ୍କୁ ଏକସାଙ୍ଗେ ଦେଖିବାରୁ ଆରମ୍ଭ ହୋଇଥିଲା ଝଗଡା । ଫଳରେ ସ୍ତ୍ରୀ ଓ ଭଣଜା ମିଶି ବାବାଜୀଙ୍କୁ ମଦ ମାରି କ୍ଷତାକ୍ତ କରିଥିବା ସ୍ପଷ୍ଟ ସୂଚନା ମିଳିଛି । ଏହାସହ ଘଟଣାସ୍ଥଳରୁ ଭଣଜା କିଶୋର ଫେରାର ଥିବା ମଧ୍ୟ ଜଣାପଡିଛି ।

ନିଜ ଗ୍ରାମରେ ଏଭଳି ପରକୀୟା ପ୍ରୀତି ଘଟଣାକୁ ଗ୍ରାମବାସୀ ଗ୍ରହଣ କରି ପାରିନାହାନ୍ତି । ଯେଉଁଥି ପାଇଁ ଗ୍ରାମବାସୀ ମାନେ ଡେରାବିଶ ଥାନାରେ ଭଣଜା ଓ ମାଇଁକ ଗିରଫ କରିବା ଲାଗି ଦାବି ନେଇ ଏକ ଲିଖିତ ଅଭିଯୋଗ ଆଣିଛନ୍ତି । ଏହାସହ ଯଦି ନିର୍ଦ୍ଧାରିତ ସମୟରେ ସେମାନଙ୍କୁ ଗିରଫ କରା ନଯାଏ, ତେବେ ଗ୍ରାମବାସୀମାନେ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବାବାଜୀ ବେହେରା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଦୋଷୀଙ୍କୁ ଦଣ୍ଡ ମିଳୁଛି ନା ନାହିଁ ଏହାରିକୁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।