“ମା ମୋତେ ମନଭରି ଗେଲ କଲା ଆଉ କହିଲା ତୁ ଯାଆନି, କାରଣ ସେ ଆଗରୁ ଜାଣିଥିଲା…” ମା-ଝିଅଙ୍କ ଉପରେ ଗାଡି ଚଢାଇ ହତ୍ୟା ଘଟଣାରେ ବଡ ଖୁଲାସା କଲେ ସାନ ଝିଅ Monalisa

ମାଆ ମରିଯିବ ବୋଲି ବୋଧେ ଆଗରୁ ଜାଣିଥିଲା । ସେଥିପାଇଁ ତ ଗଲାବେଳେ ମୋତେ ଖୁବ ଗେଲ କଲା ଆଉ କହିଲା, “ତୁ ଆମ ସହ ଯାଆନି ମାଉସୀ ସହ ପଛରେ ଯିବୁ” । ଏମିତି କହି ମା ମୋ ଠାରୁ ବିଦାୟ ନେଇଥିଲା । ସେ ବୋଧେ ଜାଣିଥିଲା କି ସେ ମରିଯିବ ବୋଲି । ମୋ ମାଆ ମୋତେ ଖୁବ ଭଲପାଏ ସେଥିପାଇଁ ମୋତେ ସାଙ୍ଗରେ ନେବା ପାଇଁ ଚାହୁଁ ନଥିଲା । ମାଆ ବୋଧେ କିଛି ଆଭାସ ପାଇ ସାରିଥିଲା । ମୋତେ ମନ ଭରି ଗେଲ କଲା । ମୁଁ ମା ସହ ଘରକୁ ପଳେଇବା ପାଇଁ ଜିଦି ଧରିଥିଲି ।

ହେଲେ ମୋତେ ଜୋର ଜବରଦସ୍ତ ଗାଦୀରୁ ଓହ୍ଲାଇ ଦେଇଥିଲା । ଆଉ ତା’ପରେ ଦିଦି ଆଉ ମା ଘରକୁ ଯାଇଥିଲେ । ଆଉ ସେବେ ଠାରୁ ମୋତେ କାହିଁକି ଭାରି ବ୍ୟସ୍ତ ବ୍ୟସ୍ତ ଲାଗୁଥିଲା । ଦିଦି କାହିଁକି ଫୋନ ଉଠାଉନି ? ମା ଓ ଦିଦି ଘରେ ପହଞ୍ଚିଲେଣି କି ନାହିଁ ଏମିତି ଅନେକ ଗୁଡିଏ ପ୍ରଶ୍ନରେ ମନଟା ଗୋଳେଇ ଘାଣ୍ଟି ହୋଇଥିଲା । କିନ୍ତୁ ଏହାପରେ ଖବର ପାଇଲେ ଦିଦି ଆଉ ମା ଏହି ଦୁନିଆରେ ଆଉ ନାହାନ୍ତି ।

ଏମିତି କିଛି କହି ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି ସୋମାଲିଙ୍କ ସାନ ଭଉଣୀ । ତାଙ୍କ କାନ୍ଦକୁ ଯିଏ ବି ଶୁଣୁଛି ଟା’ ଛାତି ଫାଟି ଯାଉଛି । ଯାଜପୁରରେ କ୍ଷଣିକ ରାଗ ପାଇଁ ପ୍ରତିଶୋଧ ପରାୟଣ ହୋଇ ମା’ ଝିଅଙ୍କ ଉପରେ ଗାଡି ଚଢାଇ ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଦିନକ ପୂର୍ବରୁ ହସଖୁସିରେ ଚାଲିଥିବା ଜୀବନଟା ଯେ ହଠାତ ଉଜୁଡିଯିବ ଆଉ ମୁହଁରୁ ହସ ଲିଭି ଯାଇ ଆଖିରୁ କେବଳ ଲୁହ ଝରିବ ଏକଥା କେହି ସ୍ଵପ୍ନରେ ବି ଭାବି ନଥିଲେ । ମା ଓ ଭଉଣୀ ସୋମାଲି ସାନ ଝିଅ ମୋନାଲିସାକୁ ଏମିତି ଛାଡି ଚାଲିଯିବେ ଏକଥା ସେ ଜମାବି ବିଶ୍ବାସ କରି ପାରୁନାହାନ୍ତି । ସେ ଖାଲି କାନ୍ଦୁଛି ଆଉ କେତେବେଳେ କହୁଛି ସେ ଅଭିଯୁକ୍ତ ଜଲ୍ହାଦ ଡ୍ରାଇଭରକୁ ଫାଶୀଖୁଣ୍ଟରେ ଝୁଲାଇ ଦିଅ ।

ତେବେ ଡ୍ରାଇଭର ଜଣକ ଜେରା ବେଳେ ନିଜ ଦୋଷ ସ୍ଵୀକାର କରିବା ସହ ଏବେ ହାଜତରେ ଅଛି । ଦେଖାଯାଉ ମୋନାଲିସା ଓ ତାଙ୍କ ପରିବାରକୁ କଣ ନ୍ୟାୟ ମିଳୁଛି । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।