‘କି ଭୁଲ ଥିଲା ମୋର ? କାହିଁକି ମତେ ତୁମେ ଏମିତି…’ School Bus ରେ କାନ୍ଦି କାନ୍ଦି ପିଲାଟି ଯାହା କହୁଛି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କି ଭୁଲ ଥିଲା ମୋର? କଣ ପାଇଁ ମୋତେ ଏମିତି ମଝି ରାସ୍ତାରେ ଅଟକାଇ ଦେଲ । ତୁମେ ମାନେ ଭବିଷ୍ୟତ ପାଇଁ ଲଢ଼ୁଛ କଣ ମୋ ଭବିଷ୍ୟତ ତୁମକୁ ଦେଖା ଗଲାନି । ନା ଛୋଟ ଛୁଆ ବୋଲି ମୋ ଅଧିକାର କୁ ହେୟ ଗାନ କରିଦେଲ । ଯେଉଁ ଦେଶକୁ ସମସ୍ତେ ଶାନ୍ତିର ସୂଚକ ବୋଲି କୁହନ୍ତି ସେଠାରେ ଏତେ ଅଶାନ୍ତି କାହିଁକି । ତେବେ ଏସବୁ ପ୍ରଶ୍ନ ନିଶ୍ଚିତ ଏହି କୁନି ଛୁଆର ମନରେ ଆସୁଥିବ ।

ତେବେ ଘଟଣା ଟି କିଛି ଏପରି ଆପଣ ମାନେ ଜାଣିଥିବେ କି ଅଗ୍ନିପଥ’ ଯୋଜନାକୁ ନେଇ ଦେଶବ୍ୟାପୀ ପ୍ରତିବାଦର ନିଆଁ ଜଳୁଛି । କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ତେଜିବାରେ ଲାଗିଛି । ସେନା ବାହିନୀରେ ନଯୁକ୍ତି ପାଇଁ ସରକାରଙ୍କ ଏହି ନୂଆ ଯୋଜନାକୁ ପ୍ରଥମେ ବିହାରରେ ବିରୋଧ କରାଯାଇଥିଲା । ଏହି ଆନ୍ଦୋଳନ ଉତ୍ତରପ୍ରଦେଶ, ହରିଆଣା, ହିମାଚଳପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦଦେଶ ଏବଂ ଦିଲ୍ଲୀକୁ ବ୍ୟାପିଥିବାବେଳେ ଏବେ ଓଡ଼ିଶାରେ ମଧ୍ୟ ଏହାକୁ ନେଇ ବିକ୍ଷୋଭ ଆରମ୍ଭ ହୋଇଛି ।

‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ବିରୋଧ ଜୋରଦାର କରାଯାଇଛି । କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଆର୍ମି ଅଫିସ୍ ଆଗରେ ବିରୋଧ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରାଯାଇଥିଲା । କଟକ ରିଙ୍ଗ ରୋଡରେ ରାସ୍ତା ଅବରୋଧ ସମୟରେ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ଲାଠିମାଡ଼ କରିଥିବା ସୂଚନା ମିଳିଛି ।

ତେବେ ଗତ ମଙ୍ଗଳବାର, ଜୁନ ୧୪ ତାରିଖରେ ସଶସ୍ତ୍ର ସେନାର ଆଧୁନିକୀକରଣ ପାଇଁ ‘ଅଗ୍ନିପଥ’ ଯୋଜନା ଘୋଷଣା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏଥିପାଇଁ ଆଗାମୀ ୩ ମାସ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ୩ ସେନା ବାହିନୀରେ ‘ଅଗ୍ନିବୀ’ର ଭାବେ ଯୁବକ ଯୁବତୀ ନିଯୁକ୍ତି ପାଇବେ । ୪ ବର୍ଷ ପର୍ଯ୍ୟନ୍ତ ସେନାରେ ନିୟୋଜିତ ରହିବେ ଅଗ୍ନିବୀର ।

ତେବେ ୪ ବର୍ଷର ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି । ତେବେ ଏହି ଭିଡିଓ ରେ ଏହି କୁନି ପିଲାଟି ସକାଳୁ ସ୍କୁଲ ଯାଇଥିଲା ଖୁସି ମନରେ ହେଲେ ବାଟରେ ଏଭଳି ବିକ୍ଷୋଭ ଦେଖି ସେ ଡରି କାନ୍ଦିବାକୁ ଲାଗିଲା ଏବଂ ଏହି ଭିଡିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ମଧ୍ୟ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।