ଦେଖନ୍ତୁ ଜିତିବା ପରେ କାର୍ତ୍ତିକଙ୍କୁ କୁଣ୍ଢେଇ କାନ୍ଦି କାନ୍ଦି ପକେଇଲେ Pant, କିନ୍ତୁ Dhoni ଙ୍କ ପାଇଁ ଯାହା କହିଲେ ଜିତିନେଲେ କୋଟି କୋଟି ଭାରତୀୟଙ୍କ ହୃଦୟ

ନମସ୍କାର ବନ୍ଧୁଗଣ ତେବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶୁକ୍ରବାର ରାଜକୋଟରେ ୪ର୍ଥ ଟି-୨୦ ମ୍ୟାଚ ଖେଳାଯାଇଛି । ଏଥିରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମ୍ଭ ଦେଖାଇଛି । ପନ୍ତ ବାହିନୀ ଦକ୍ଷିଣ ଆଫ୍ରିକାକୁ ୮୨ ରନ୍‌ରେ ପରାସ୍ତ କରିଛି । ଏଥି ସହ ଭାରତ ଚଳିତ ଶୃଙ୍ଖଳାକୁ ବରାବର ସ୍ଥିତିକୁ ଆଣିପାରିଛି । ଶୃଙ୍ଖଳାର ପରବର୍ତ୍ତୀ ମ୍ୟାଚ୍ ଅର୍ଥାତ ଅନ୍ତିମ ମୁକାବିଲା ଜୁନ ୧୯ ତାରିଖରେ ବେଙ୍ଗାଲୁରୁସ୍ଥିତ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ ।

ଟସ୍ ହାରିବା ପରେ ଭାରତ ଋଷଭ ପନ୍ତଙ୍କ ନେତୃତ୍ବରେ ପ୍ରଥମେ ବ୍ୟାଟିଂ କରିଥିଲା । ଟିମ୍ ୨୦ ଓଭରରେ ୬ଟି ୱିକେଟ ହରାଇ ଦିନେଶ କାର୍ତ୍ତିକଙ୍କ ୫୫ ରନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୪୬ ରନ୍ ବଳରେ ସ୍କୋର ୧୬୯ ରନ୍ କରିଥିଲା । ଫଳରେ ଅତିଥି ଟିମ୍‌କୁ ୧୭୦ ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା । ତେବେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମୂଳରୁ ହିଁ ବିପର୍ଯ୍ୟୟ ଘଟିଥିଲା ।

ଓପନର ବିସ୍ଫୋରକ ବ୍ୟାଟର କ୍ବିଣ୍ଟନ୍ ଡି’କକ୍ ୧୩ଟି ବଲ୍ ଖେଳି ୧୪ ରନ୍ ସଂଗ୍ରହ କରିଥିଲେ । ଅଧିନାୟକ ତେମ୍ବା ବାଭୂମା ବ୍ୟକ୍ତିଗତ ଭାବେ ୮ ରନ୍ କରି ପାଭଲିଅନକୁ ଫେରିଯାଇଥିଲେ । ଅତିଥି ଟିମ୍ ୨୪ରେ ପ୍ରଥମ ଓ ୨୬ ରନ୍ରେ ୨ୟ ୱିକେଟ ଭାବେ ପ୍ରାରମ୍ଭିକ ୨ ବ୍ୟାଟରଙ୍କୁ ହରାଇଥିଲା । ଡ୍ବେନ୍ ପ୍ରିଟୋରିୟସ ଖାତା ନ ଖୋଲି ଫେରି ଯାଇଥିଲେ । ରସି ଦ ଭନ୍ ଦୁସେନ ଏକମାତ୍ର ଖେଳାଳି, ଯିଏକି ଦଳ ପାଇଁ ସର୍ବାଧିକ ୨୦ ରନ୍ ସଂଗ୍ରହ କରିଥିଲେ ।

ତେବେ ସେହିପରି ହେନ୍ରିଚ କ୍ଲାସେନ ୮ ରନ୍, ଡେଭିଡ ମିଲର ୯ ରନ୍ ଓ ମାର୍କୋ ଜେନସେନ ୧୨ ରନ ସଂଗ୍ରହ କରିଥିଲେ । କେଶବ ମହରାଜ ମଧ୍ୟ ଖାତା ଖୋଲିପାରି ନଥିଲେ । ଭାରତ ପକ୍ଷରୁ ଆଭେସ ଖାନ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ୟୁଜବେନ୍ଦ୍ର ଚହଲଙ୍କୁ ୨ଟି ୱିକେଟ ମିଳିଥିବା ବେ୍ଳେ ଅକ୍ଷର ପଟେଲ ଓ ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଦକ୍ଷିଣ ଆଫ୍ରିକାର ସମସ୍ତ ଖେଳାଳି ୧୬.୫ ଓଭରରେ ଅଲ୍ଆଉଟ୍ ହୋଇଥିଲେ ।

ତେବେ ଏହି ବିଜୟ ପରେ ପନ୍ତ ଟିକେ ଭାବୁକ ହୋଇ ଯାଇଥିଲେ ଏବଂ ସେ ନିଜ ଇନ୍ଟର୍ଭିୟୁ ରେ କହିଥିଲେ କି ଆମେ ଏହି ଥିରୁ ଶିଖିବାକୁ ପାଇଲୁ କି ଏହା ପୂର୍ବରୁ ଯେତେବି ମ୍ୟାଚ ହାରି ଥିଲୁ ସେଥିରୁ ଯଥେଷ୍ଟ କିଛି ଶିଖି ପାରିଛୁ ଏବଂ ଅଧିକ ରୁ ଅଧିକ ପରିଶ୍ରମ କରିଛୁ ଯାହାର ସଫଳତା ଆମକୁ ମିଳିଛି ।

ତେବେ ହାର୍ଦ୍ଦିକ ତ ବହୁତ ଭଲ ଖେଳାଳି ଏବଂ ଦିନେଶ କାର୍ତ୍ତିକ ଙ୍କ ବିଷୟରେ ଆଉ କଣ କହିବି ସେ ତ କମାଲ କରିଦେଲେ ତେବେ ସବୁ ଖେଳାଳି ନିଜର ବେଷ୍ଟ ଦେଇଛନ୍ତି । ତେବେ ରୋହିତ ଭାଇ ଏଵଂ ଧୋନୀ ଭାଇଙ୍କ ଠାରୁ ଯାହା ଶିଖିଛି ତାହା ହିଁ କାମରେ ଲଗେଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।