Deepika କହିଲେ Ranbir ଙ୍କ ସତ, କହିଲେ- ‘ମୁଁ ତାଙ୍କୁ ରଙ୍ଗେ ହାଥ୍ ଧରି ନେଇଥିଲି, କିନ୍ତୁ ମୋ ପାଇଁ ସେକ-ସ…’

୨୦୦୭ରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ଓମ ଶାନ୍ତି ଓମ’ ଜରିଆରେ ବଲିଉଡରେ ପାଦ ଦେଇଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ ଠୁ ନେଇ ହଲିଉଡ ପର୍ଯ୍ୟନ୍ତ ନାମ କମାଇ ସାରିଛନ୍ତି । ଦୀପିକାଙ୍କ ଜନ୍ମ ୫ ଜାନୁୟାରୀ ୧୯୮୬ ରେ ଡେନମାର୍କରେ ହୋଇଥିଲା । ଦୀପିକା ନିଜ ଫିଲ୍ମ ଏବଂ ଅଭିନୟ ସହ ବ୍ୟକ୍ତିଗତ କାରଣକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଦୀପିକା ୨୦୧୮ରେ ବଲିଉଡ ଅଭିନେତା ରଣବୀର ସିଂଙ୍କୁ ପ୍ରେମ ବିବାହ କରିଥିଲେ ।

ସେମାନେ ବିବାହ ପୂର୍ବରୁ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ ଓ ବିବାହ ପୂର୍ବରୁ ପରସ୍ପରକୁ ଡେଟ୍ କରୁଥିଲେ । କିନ୍ତୁ ଏହା ପୂର୍ବରୁ ଦୀପିକାଙ୍କ ନାମ ଅନେକ ଅଭିନେତାଙ୍କ ସହ ଯୋଡି ହୋଇଥିଲା । ସେମାନଙ୍କ ମଧ୍ୟରେ ସବୁଠୁ ଚର୍ଚ୍ଚିତ ଆଫେୟାର ହେଉଛି ରଣବୀର କପୁରଙ୍କ ସହ । ରଣବୀର କପୁରଙ୍କ ସହ ବ୍ରେକଅଫ ପରେ ଦୀପିକାଙ୍କୁ ବହୁତ ବଡ ଝଟକା ଲାଗିଥିଲା ଓ ସେ ଡିପ୍ରେସନର ଶିକାର ମଧ୍ୟ ହୋଇଥିଲେ ।

ଥରେ ଏକ ସାକ୍ଷାତକାରରେ ଦୀପିକା ସିଧାସଳଖ ରଣବୀରଙ୍କ ନାମ ନନେଇ ପରୋକ୍ଷ ଭାବେ ନିଜ ବ୍ରେକଅଫ ବିଷୟରେ କହିଥିଲେ । ରଣବୀରଙ୍କୁ ସେ ବ୍ରେକଅଫ ପାଇଁ ଦୋଷୀ କରିଥିଲେ । ଦୀପିକା ଆହୁରି ବି କହିଥିଲେ କି, ସେ ରଣବୀରଙ୍କୁ ଅନ୍ୟ କାହା ସହ ରଙ୍ଗେ ହାଥ୍ ଧରି ନେଇଥିବା ସତ୍ତ୍ୱେ ତାଙ୍କୁ କ୍ଷମା କରି ଦେଇଥିଲେ । କିନ୍ତୁ ସେହି ଭୁଲ୍ ସେ ବାରମ୍ବାର ଦୋହରାଇ ଥିଲେ, ଆଉ ଦୀପିକାଙ୍କ ଧୈର୍ଯ୍ୟ ଭାଙ୍ଗି ଯାଇଥିଲା । ଆଉ ପରେ ଦୀପିକା ନିଜେ ରଣବୀରଙ୍କ ଠାରୁ ଅଲଗା ହୋଇଯିବା ହିଁ ଠିକ ବୋଲି ଭାବିଥିଲେ ।

ରଣବୀର କପୁରଙ୍କ ଠାରୁ ଅଲଗା ହେବା ପରେ ଦୀପିକାଙ୍କର ରଣବୀର ସିଂଙ୍କ ସହ ବନ୍ଧୁତା ବଢିଥିଲା । ସାକ୍ଷାତକାରରେ ଦୀପିକା ଆହୁରି ମଧ୍ୟ କହିଥିଲେ କି, “ସେ ପ୍ରଥମେ ମୋତେ ଦେଲା ଆଉ କ୍ଷମା ମାଗିବାକୁ ଲାଗିଲା । ମୋ ପାଇଁ ସେକ୍ସର ଅର୍ଥ କେବଳ ଫିଜିକାଲ ନୁହେଁ ବରଂ ଇମୋସନ୍ସ ବି ଜଡିତ ଥାଏ । ମୁଁ କେବେ ବି କାହାକୁ ଧୋକା ଦେଇନି । ଯଦି ଧୋକା ଦେବି ତେବେ ତା’ ସହ ରିଲେସନ ହିଁ କଣ ପାଇଁ ରଖିବି ? ଏହାଠୁ ଭଲ କି ମୁଁ ସିଙ୍ଗଲ ରହିବି । କିନ୍ତୁ ସମସ୍ତେ ଏମିତି ନୁହଁନ୍ତି । ସେଥିପାଇଁ ମୋତେ ଖୁବ୍ ଦୁଃଖ ସହିବାକୁ ପଡିଛି ।

ରଙ୍ଗେ ହାଥ୍ ଧରିବା ପରେ ବି ମୁଁ ଆଉ ଏକ ସୁଯୋଗ ଦେଇ ମୁଁ ମୁର୍ଖାମୀ କରିଥିଲି ।” ଏଅପରିକି ଦୀପିକା କହିଥିଲେ କି, ସେ ନିଜ ରିଲେସନଶିପକୁ ବହୁତ କିଛି ଦେଇଥିଲେ, କିନ୍ତୁ ବଦଳରେ ତାଙ୍କୁ କିଛି ମିଳି ନଥିଲା । ଧୋକା ଯେକୌଣସି ସମ୍ପର୍କର ମୂଳଦୁଆକୁ ଭାଙ୍ଗି ଦିଏ । ତେବେ ସ୍ଵାମୀ ରଣବୀରଙ୍କ ସିଂଙ୍କ ସହ ଦୀପିକା ତାଙ୍କ ଆଗାମୀ ଫିଲ୍ମ ’83’ ରେ ଏକାଠି ନଜର ଆସିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।