ରାଜ୍ୟ ସରକାରଙ୍କ ବଡ ନିସ୍ପତି, ନଭେମ୍ବର 2 ତାରିଖରୁ ଖୋଲିବ ସ୍କୁଲ, ଅକ୍ଟୋବର 5 ତାରିଖରୁ ଛାତ୍ର ଛାତ୍ରୀଙ୍କୁ ବଣ୍ଟାଯିବ ଡ୍ରେସ୍ ଓ ଷ୍ଟଡି କିଟ୍

ଆନ୍ଧ୍ର ପ୍ରଦେଶ ସରକାର ପୂର୍ବରୁ ଆସନ୍ତା ଅକ୍ଟୋବର 5 ତାରିଖରୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଏହାକୁ ସ୍ଥଗିତ ରଖି ନଭେମ୍ବର 2 ତାରିଖରେ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି । କରୋନାର ବଢୁଥିବା ମାମଲାକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆ ଯାଇଛି ବୋଲି କୁହାଯାଉଛି । ମଙ୍ଗଳବାର ଦିନ ଆୟୋଜିତ ହୋଇଥିବା ସ୍ପନ୍ଦନା ଭିଡିଓ କନଫରେନ୍ସିଂ ରେ ସ୍କୁଲ ନଭେମ୍ବର ରେ ଖୋଲିବାର ସୁଚାନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମହୋନ ରେଡ୍ଡୀ ।

ଏଥିପାଇଁ ରାଜ୍ୟ ସରକାର ଆକ୍ଟୋବର 5 ତାରିଖରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ କୀଟ ବାଣ୍ଟିବେ । ଏହା ଦ୍ଵାରା ପିଲାମାନେ ନିଜର ୟୁନିଫର୍ମ ସ୍କୁଲ ଖୋଲିବା ପୂର୍ବରୁ ପ୍ରସ୍ତୁତ କରି ପାରିବେ । ବଣ୍ଟା ଯାଉଥିବା ପ୍ରତିଟି କୀଟ ରେ ତିନି ଯୋଡା ପୋଷାକ, ପାଠ୍ୟପୁସ୍ତକ, ନୋଟ୍‌ବୁକ୍, ଏକ ଯୋଡା ଯୋତା, ଦୁଇ ଯୋଡା ମୋଜା, ବେଲ୍‌ଟ ଓ ଗୋଟିଏ ସ୍କୁଲ ବ୍ୟାଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ଯେତେ ଶୀଘ୍ର ସମ୍ଭବ କାମ ପୂରଣ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି କି ନାଡୁ-ନେଦୁର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଉପରେ ଧ୍ୟାନ କେନ୍ଦ୍ରିଭୂତ କରାଯାଉ । ଏହି ଯୋଜନା ଅନୁସାରେ ପ୍ରଥମରୁ ଷଷ୍ଠ ଶ୍ରେଣୀର ପିଲାଙ୍କ ପାଇଁ ସ୍ଵତନ୍ତ୍ର ଇଂରାଜୀ ଶିକ୍ଷାଦାନର ବ୍ୟବସ୍ଥା କରା ଯାଇଛି ।

୧୫,୭୧୫ ସ୍କୁଲ କୁ ଚିହ୍ନଟ କରାଯାଇଛି ଯେଉଁଠି ପ୍ରଥମ ପର୍ଯ୍ୟାୟ ଶିକ୍ଷାଦାନ କରାଯିବ ଓ ଏଠାରେ ଛାତ୍ରଛାତ୍ରୀଙ୍କୁ ୧୦ ସୁବିଧା ମଧ୍ୟ ଦିଆଯିବ । ଚିହ୍ନଟ କରା ଯାଇଥିବା ୧୫,୭୧୫ ଟି ସ୍କୁଲ ମଧ୍ୟରୁ ୧୫,୫୬୨ ଟି ସ୍କୁଲ ରେ କାମ ଚାଲୁ ଅଛି କିନ୍ତୁ ୧୫୩ ଟି ସ୍କୁଲ ରେ କାମ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ । ତାହା ମଧ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।