କାହିଁକି ହୋଇଥାଏ ହାର୍ଟ ଆଟାକ ଓ କଣ ରହିଛି ଏହାର ଲକ୍ଷଣ, ଜାଣି ନିଅନ୍ତୁ କାହାର ଜୀବନ ବଞ୍ଚି ଯାଇପାରେ

ସାଧାରଣତଃ ଆଜି କାଲି ହାର୍ଟ ଆଟାକ ରେ ଅନେକ ଲୋକଙ୍କ ଜୀବନ ଯାଉଛି । କେବଳ ବୟସ୍କ ଲୋକ ନୁହନ୍ତି ଯୁବ ପୀଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି । ତେବେ ହାର୍ଟ ଆଟ୍ଟକ କାହିଁକି ହୋଇଥାଏ । ଏବଂ ଏହାର ଲକ୍ଷଣ ଗୁଡ଼ିକ କଣ ରହିଛି ଆସନ୍ତୁ ତା ଉପରେ ନଜର ପକାଇବା । ହୃତପିଣ୍ଡ ର କାମ ହୋଇଥାଏ ଶରୀରର ଠିକ ଭାବରେ ରକ୍ତ ସଞ୍ଚାଳନ କରିବା ।

ଏହା ଦ୍ଵାରା ଶରୀରକୁ ଠିକ ଭାବେ ଅକ୍ସିଜେନ ମିଳିଥାଏ । ଯଦି ହୃତପିଣ୍ଡ ତାହାର କାମ ଠିକ ଭାବେ ନ କରେ ତେବେ ଶରୀରରେ ରକ୍ତ ଚାଳନ ନ ହେବା କାରଣରୁ ହାର୍ଟ ଫେଲ ପରି ପରିସ୍ଥିତି ଉପୁଜି ଥାଏ । ବେଳେ ବେଳେ ବ୍ୟକ୍ତି ଙ୍କ ଜୀବନ ମଧ୍ୟ ଚାଲି ଯାଇଥାଏ । ଏବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ଗୁଡ଼ିକ କଣ :-

ଛାତିରେ ଯନ୍ତ୍ରଣା ହେବା ସହିତ ନିଃଶ୍ୱାସ ପ୍ରସ୍ୱାସ ରେ କଷ୍ଟ ଅନୁଭବ ହୋଇଥାଏ । ଯଦି ସିଢି ଚଢିବା ସମୟରେ ନିଃଶ୍ୱାସ ପ୍ରଶ୍ଵାସ ରେ କଷ୍ଟ ହେଉଛି ବା ବସି ଥିବା ସମୟରେ ନିଃଶ୍ୱାସ ନେବାକୁ ଅସୁବିଧା ହେଉଛି ତେବେ ଏହା ହାର୍ଟ ଆଟ୍ଟକ ର ଲକ୍ଷଣ ହୋଇଥାଏ ।

ଭୋକ କମ ହୋଇଥାଏ । ବାରମ୍ବାର ପରିସ୍ରା ଲାଗିଥାଏ । ଅନେକ ସମୟରେ ହୃତସ୍ପନ୍ଦନ ବଢିଯାଏ । ଦରକାର ଠାରୁ ଅଧିକ ଥକା ଲାଗିଥାଏ । ତେବେ ଏହି ଲକ୍ଷଣ ଗୁଡ଼ିକ ହାର୍ଟ ଆଟାକ ର ଅନ୍ତିମ ଚରଣ ହୋଇଥାଏ । ହାର୍ଟ ମାଂସପେଶୀ କୁ ରକ୍ତ ସଞ୍ଚାଳନ କରିବାକୁ ବିଫଳ ହୋଇଥାଏ । ଏବଂ ଏହି ଭଳି ସ୍ଥିତି ରେ ହାର୍ଟ ଫେଲ ହୋଇଯାଏ ।

ଯଦି ଏହି ଭଳି ଲକ୍ଷଣ ଆପଣଙ୍କ ଶରୀରରେ ଦେଖା ଯାଏ ତେବେ ତୁରନ୍ତ ଆପଣ ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।