SBI ଜାରି କଲା ନୂଆ ନିୟମ, ୧ ଡିସେମ୍ବର ରୁ ବନ୍ଦ ହୋଇଯିବ ଏହି ସୁବିଧା, SBI ରେ ଖାତା ଅଛି ତ ନିଶ୍ଚୟ ପଢନ୍ତୁ

ଯଦି ଆପଣଙ୍କ ର ମଧ୍ୟ ସ୍ଟେଟ ବ୍ଯାଙ୍କ ରେ ଖାତା ଅଛି ଏବଂ ଆପଣ ନେଟ ବ୍ୟଙ୍କିଙ୍ଗ ର ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ବହୁତ ଜରୁରୀ । କାହିଁକି ନା ପ୍ରାଏ ଦେଖାଯାଉଛି କି ବ୍ଯାଙ୍କ ଆପଣଙ୍କୁ ଯେଉଁ ସୁବିଧା ଦେଉଛନ୍ତି, ସେଥିରେ ସମୟେ ସମୟେ ରେ କେତେ ଗୁଡିଏ ପରିବର୍ତ୍ତନ ଆପଣ ମାନଙ୍କ ସୁବିଧା ଅନୁସାରେ କରାଯାଇ ଥାଏ । ଏହା ସହ କେତେ ନୂଆ ନିୟମ ମଧ୍ୟ ଲାଗୁ କରା ଯାଉଛି । ଏହି କ୍ରମରେ ଏହି ଥର  ମଧ୍ୟ କିଛି ଏମିତି ହିଁ ଦେଖିବାକୁ ମିଳୁଛି । ଏହି ସମ୍ବନ୍ଧରେ SBI ଏକ ସୂଚନା ମଧ୍ୟ ଜାରି କରିଛି ।

ଆପଣଙ୍କୁ କହି ରଖୁଛୁଯେ SBI ଏହି ସୂଚନା ଜାରି କରି କହିଛି କି ଯେଉଁ ଲୋକଙ୍କର ମୋବାଇଲ ନମ୍ବର ଏକାଉନ୍ଟ ସହ ଲିଙ୍କ ନାହିଁ ସେମାନଙ୍କ ନେଟ ବ୍ୟଙ୍କିଙ୍ଗ ସୁବିଧା ବନ୍ଦ କରି ଦିଆ ଯିବ । ଏହି ସୂଚନା SBI ତାର ଅଫ୍ଫିସିଆଲ ୱେବସାଇଟ ରେ ଘୋଷଣା କରିଛି । ଏହା ଅର୍ଥ ଯଦି ଆପଣଙ୍କ ମୋବାଇଲ ନମ୍ବର ଆପଣଙ୍କ ଖାତା ରେ ଲିଙ୍କ ନାହିଁ ତ ଆପଣ ନେଟ ବ୍ୟଙ୍କିଙ୍ଗ ସୁବିଧାର ଲାଭ ଉଠାଇପାରିବେ ନାହିଁ ।

ଏହି ବିଷୟରେ SBI ନିଜ ୱେବସାଇଟ ରେ କହିଛି “ ନେଟ ବ୍ୟଙ୍କିଙ୍ଗ ବ୍ୟବହାର କରୁଥିବା ଗ୍ରାହକ ମାନେ ଧ୍ୟାନ ଦିଅନ୍ତୁ ନିଜର ମୋବାଇଲ ନମ୍ବର ନିଜ ଖାତା ରେ ଶୀଘ୍ର ଲିଙ୍କ କରି ଦିଅନ୍ତୁ । ଯଦି ଆପଣ ଏମିତି ନ କରନ୍ତି ୧ ଡିସେମ୍ବର ୨୦୧୮ ରେ ନେଟ ବ୍ଯାଙ୍କ ର ସୁବିଧା ବନ୍ଦ କରିଦିଆ ଯିବ” ।

ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ ଏହା ପୂର୍ବରୁ ଦେଶ ରେ ସବୁଠୁ ବଡ ବ୍ଯାଙ୍କ ATM ରେ ହୋଇଥିବା ଧୋକା କୁ ଧ୍ୟାନରେ ରଖି ଟଙ୍କା ଉଠାଇବାର ସୀମା କୁ କମ କରି ଦିଆ ଯାଇଛି । ନୂଆ ନିୟମ ଅନୁସାରେ ଏବେ ଆପଣ ଗୋଟେ ଦିନରେ ୨୦ ହଜାର ଟଙ୍କା ହିଁ ବାହାର କରି ପାରିବେ । ଏବେ SBI ର ATM ରୁ ଗୋଟେ ଦିନ ରେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବାହାର କରି ହେଉଛି ।

ନୂଆ ନିଆୟାମ ୩୧ ଅକ୍ଟୋବର ରୁ ଲାଗୁ ହେବ, ଯାହା ଅନୁସାରେ ଆପଣ ୩୧ ଅକ୍ଟୋବର ଠାରୁ ୪୦ ହଜାର ଟଙ୍କା ବଦଳରେ ୨୦ ହଜାର ଟଙ୍କା କେବଳ ବାହାର କରି ପାରିବେ । ଏହି ସମ୍ବନ୍ଧ  ରେ SBI ନିଜର ସମସ୍ତ ଶାଖା କୁ ନିର୍ଦେଶ ଜାରି କରିଛନ୍ତି । ଏହି ପରିବର୍ତ୍ତନ ର କାରଣ, ଏବେ କିଛି ଦିନ ତଳେ SBI ରେ କୋଟି କୋଟି ଟଙ୍କାର ଧୋକା ର ମାମଲା ନଜରକୁ ଆସୁ ଆସୁ ଏହି ମହତ୍ବପୂର୍ଣ୍ଣ ପଦକ୍ଷେପ ଉଠାଯାଇଛି । ଏହି ସୂଚନା ସମ୍ବନ୍ଧରେ ଆପଣମାନଙ୍କର କଣ ପ୍ରତିକ୍ରିୟା ଅଛି? କମେନ୍ଟ ବକ୍ସ ରେ ନିଜର ମନ୍ତବ୍ୟ ନିଶ୍ଚୟ ଲେଖନ୍ତୁ ।

1 thought on “SBI ଜାରି କଲା ନୂଆ ନିୟମ, ୧ ଡିସେମ୍ବର ରୁ ବନ୍ଦ ହୋଇଯିବ ଏହି ସୁବିଧା, SBI ରେ ଖାତା ଅଛି ତ ନିଶ୍ଚୟ ପଢନ୍ତୁ”

Comments are closed.