ଇମଲି ସିରିଏଲ ରେ ମାଲିନି ଭୂମିକା ରେ ଅଭିନୟ କରୁଥିବା ଅଭିନେତ୍ରୀ Mayuri Deshmukh ଙ୍କର ଇଏ ହେଉଛନ୍ତି ରିଅଲ ଲାଇଫ ସ୍ଵାମୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯଦି ଷ୍ଟାର ପ୍ଲସ୍ ଚ୍ୟାନେଲ ର ପ୍ରସିଦ୍ଧ ଧାରାବାହିକ ସମ୍ବନ୍ଧରେ କୁହାଯିବ ତେବେ ସେହି ଲିଷ୍ଟ ରେ ସିରିଆଲ ‘ଇମ୍ଲି’ ଅବଶ୍ୟ ସାମିଲ ହେବ। ଏହି ସିରିଆଲ ଗାଁ ଏବଂ ସହର କୁ ନେଇ କାହାଣୀ ଉପରେ ଆଧାରିତ। ଏଥିରେ ଏକ ଗାଁ ର ଝିଅ କୁ ଜବରଦସ୍ତି ଏକ ସହରୀ ପୁଅ ସହିତ ବିବାହ କରି ଦିଆ ଯାଇଛି ଏବଂ ସେହି ଝିଅ ସହର ରେ ସେହି ପୁଅ ଘରେ ଚାକରାଣୀ ରୂପରେ ରହୁଛି। ଏହି କାହାଣୀ କୁ ନେଇ ଏହି ସିରିଆଲ ଟି ନିର୍ମିତ ହୋଇଛି।

ଏହି ସିରିଆଲ ରେ ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭାବରେ ନିଜର ଅଭିନୟ ପ୍ରଦର୍ଶନ କରିଛନ୍ତି ଏବଂ ସେହି କଳାକାର ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ‘ମୟୂରୀ ଦେଶମୁଖ’। ଏହି ଅଭିନେତ୍ରୀ ସିରିଆଲ ରେ ‘ମାଲିନି’ ନାମକ ଚରିତ୍ର ରେ ଅଭିନୟ କରିଛନ୍ତି।ଏହି ଅଭିନେତ୍ରୀ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ଖୁବ ମନୋରଞ୍ଜନ କରୁଛନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ମୟୂରୀ ଦେଶମୁଖ ଙ୍କୁ ପରଦା ରେ ତ ନିଶ୍ଚିତ ଭାବରେ ଦେଖିଛନ୍ତି, କିନ୍ତୁ କଣ ଆପଣ ମାନେ ତାଙ୍କ ରିଅଲ ଲାଇଫ ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ କହିବୁ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା। ସିରିଆଲ ‘ଇମ୍ଲି’ ରେ ମାଲିନି ଚତୁର୍ବେଦୀ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ମୟୂରୀ ଦେଶମୁଖ ଙ୍କ ଜନ୍ମ ୧୯ ଅକ୍ଟୋବର ୧୯୯୨ ରେ ମୁମ୍ବାଇ ରେ ହୋଇଥିଲା।ଏଥିପାଇଁ ସେ ନିଜର ସମ୍ପୂର୍ଣ୍ଣ ପାଠପଢ଼ା ମଧ୍ୟ ମୁମ୍ବାଇ ରେ ପୂର୍ଣ୍ଣ କରିଥିଲେ।

ଯଦି ଏହି ଅଭିନେତ୍ରୀ ଙ୍କ ଆକ୍ଟିଂଗ କ୍ୟାରିଅର ସମ୍ବନ୍ଧରେ କହିବା ତେବେ ତାଙ୍କୁ ଛୋଟ ବେଳୁ ହିଁ ଅଭିନୟ ରେ ବହୁତ ରୁଚି ରହିଥିଲା। ଏଥିପାଇଁ ସେ ନିଜର ପାଠପଢ଼ା ପୂର୍ଣ୍ଣ କରିବା ପରେ ଥିଏଟର ରେ କାମ କରିଥିଲେ ଏବଂ ଏହା ସହିତ ସିରିଆଲ ପାଇଁ ଅଡିସନ ମଧ୍ୟ ଦେଇଥିଲେ। ଅଭିନେତ୍ରୀ ମୟୂରୀ ଦେଶମୁଖ ନିଜର କ୍ୟାରିଅର ର ଆରମ୍ଭ ସିରିଆଲ ‘କୂଳଟା କାଲି କୁଲେନା’ ରୁ କରିଥିଲେ। ଏହି ସିରିଆଲ ରେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଏବଂ ପରେ ତାଙ୍କୁ ଅନେକ ଫିଲ୍ମ ଏବଂ ସିରିଆଲ ରେ ଦେଖିବାକୁ ମିଳିଥିଲା।

ତାଙ୍କ ଫିଲ୍ମ ମଧ୍ୟରୁ ‘୩୧ ଦିବସ’, ‘ଗ୍ରେ’ ଏବଂ ‘ଲଗ୍ନା କଲ୍ଲୋଲ୍’ ଭଳି ଫିଲ୍ମ ଅନ୍ୟତମ। ଏହି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ ସିରିଆଲ ଇମ୍ଲି ରେ ଦେଖିବାକୁ ମିଳୁଛି। ଅଭିନେତ୍ରୀ ମୟୂରୀ ଦେଶମୁଖ ଙ୍କ ରିଅଲ ଲାଇଫ ପତି ଙ୍କ ସମ୍ବନ୍ଧରେ ଯଦି କହିବା ତେବେ, ତାଙ୍କ ପତି ଙ୍କ ନାମ ‘ଆଶୁତୋଷ ବର୍କେ’ ଅଟେ। ତାଙ୍କ ସହିତ ମୟୂରୀ ୨୦୧୬ ମସିହାରେ ବିବାହ କରିଥିଲେ।ତାଙ୍କ ପତି ମଧ୍ୟ ପେସାରୁ ଜଣେ ଅଭିନେତା ଅଟନ୍ତି ଏବଂ ଅନେକ ସୁପରହିଟ ଫିଲ୍ମ ରେ କାମ କରିଛନ୍ତି। ସେଥି ମଧ୍ୟରୁ ଫିଲ୍ମ ‘ଭାକର’ ଅନ୍ୟତମ।

ଏହି ଯୋଡ଼ିଙ୍କ ପ୍ରେମ କାହାଣୀ ସମ୍ବନ୍ଧରେ ଯଦି କହିବା ତେବେ ଦୁହେଁ ପ୍ରଥମେ ଭଲ ବନ୍ଧୁ ଥିଲେ ଏବଂ ପରେ ଏହି ବନ୍ଧୁତା ଭଲ ପାଇବାରେ ପରିଣତ ହୋଇଥିଲା। ପରସ୍ପର କୁ ଦୁଇ ବର୍ଷ ଡେଟ କରିବା ପରେ ଏହି ଯୋଡ଼ି ବିବାହ କରିଥିଲେ। କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଅଭିନେତ୍ରୀ ଙ୍କ ପତି ଆଶୁତୋଷ ବାର୍କେ ବର୍ତ୍ତମାନ ଏହି ଦୁନିଆ ରେ ନାହାନ୍ତି। ସେ ଡିପ୍ରେସନ କାରଣରୁ ନିଜ ଜୀବନ ଶେଷ କରି ଦେଇଥିଲେ। ବର୍ତ୍ତମାନ ଅଭିନେତ୍ରୀ ମୟୂରୀ ଦେଶମୁଖ ଏକୁଟିଆ ଅଛନ୍ତି ଏବଂ ନିଜର କ୍ୟାରିଅର ଉପରେ ଧ୍ୟାନ ଦେଉଛନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।