କେବେ ଡଲାର ଠାରୁ ମଧ୍ୟ ଆଗରେ ଥିବା ଟଙ୍କାର ଇତିହାସ, ଏହି ଫୋଟୋ ଗୁଡିକରେ ଦେଖନ୍ତୁ ଟଙ୍କାର ଜର୍ନି

ଟଙ୍କା ମନୁଷ୍ୟର ଆବଶ୍ୟକତା । ଏହା ବିନା ବ୍ୟକ୍ତି ଗୋଟେ ପାଦ ମଧ୍ୟ କେଉଁଠିକି ଯାଇପାରିବ ନାହିଁ । ଏବଂ ଆଜିର ସମୟରେ ଟଙ୍କାର ବଳରେ ହିଁ ମଣିଷର ପରିଚୟ । କିନ୍ତୁ ଆଜିର ଏହି ମହଙ୍ଗା ଯୁଗ ମଣିଷକୁ ପାଗଳ କରିସାରିଲାଣି । କାହିଁକି ନା ଏକ ଡଲାର ବଦଳରେ ଟଙ୍କା ବଢିବାକୁ ଲାଗିଛି ଏବଂ ସେଥିପାଇଁ ଟଙ୍କାର ଅବସ୍ଥା ଖରାପ ହେଇ ହେଇ ଯାଉଛି । ଭାରତୀୟ ମୁଦ୍ରା କୁ ସବୁଠୁ ପ୍ରାଚୀନ କୁହାଯାଏ । ଏହାର ଇତିହାସ ପ୍ରାୟ 25000 ବର୍ଷ ପୁରୁଣା । ଏବଂ ସେବେଠୁ ନେଇ ଆଜି ଜାକେ ମୁଦ୍ରା ର ବହୁତ ଇତିହାସ ଲେଖା ହୋଇ ସାରିଲାଣି । ଆଜିର ସମୟରେ 1 ଡଲାର ର ମୂଲ୍ୟ 74 ଟଙ୍କା ହୋଇଗଲାଣି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଭାରତ ର ସ୍ଵାଧୀନତା ସମୟରେ 1 ଡଲାର 1 ଟଙ୍କା ସହ ସମାନ ଥିଲା । କେବେ ଡଲାର ଠାରୁ ଆଗରେ ରହୁଥିବା ଟଙ୍କା ର ଇତିହାସ, ଏହାକୁ ଜାଣିବା ପରେ ଭାରତୀୟ ମୁଦ୍ରା ବିଷୟରେ ଜଣା ପଡିବ ।

ସବୁବେଳେ ଆପଣ ଟଙ୍କା ଏବଂ ଡଲାର ର ଲଢେଇ ବହୁତ ଜାଗାରେ ଦେଖିଥିବେ । ଏବଂ ଅନ୍ତର୍ଜାତିକ ମାର୍କେଟ ରେ ମଧ୍ୟ ଏହାର ଅସର ହେଉଛି । ଯେଉଁଠି ଆଜିର ସମୟରେ ଡଲାର ବଦଳରେ ଟଙ୍କା ବଢିବାକୁ ଲାଗିଛି । ଏଥିରେ ବିଦେଶୀ ମାନଙ୍କୁ ଫାଇଦା ହେବାକୁ ଲାଗିଛି ଏବଂ ଭାରତୀୟ ମାନଙ୍କୁ କ୍ଷତି ହୋଇଚାଲିଛି । କିନ୍ତୁ ଏପରି ସବୁବେଳେ ନଥିଲା । ଯଦି ଏହି କଥାକୁ ଆପଣ ସ୍ଵାଧୀନତା ଠାରୁ ନେଇ ଆଜି ପର୍ଯ୍ୟନ୍ତ ଦେଖିବେ ତେବେ ଟଙ୍କା ହିଁ ବଢିଛି ଯେଉଁଠି ଡଲାର ଯେମିତିକୁ ସେମିତି ଅଛି ।

ସ୍ଵାଧୀନତା ପୂର୍ବରୁ ୧୯୧୭ ମସିହା ରେ ୧ ଟଙ୍କା ର ମୂଲ୍ୟ ୧୩ ଡଲାର ଥିଲା ।

୧୯୪୭ ମସିହାରେ ଯେବେ ଦେଶ ସ୍ଵତନ୍ତ୍ର ହେଲା ସେବେ ଟଙ୍କା ଓ ଡଲାର ଏକ ସମାନ ଥିଲେ ।

୧୯୫୧ ମସିହାରେ ଯେବେ ପ୍ରଥମ ୫ବର୍ଷୀୟ ଯୋଜନା ଜାରି ହେଲା ସେବେ ୧ ଡଲାର ୪ଟଙ୍କା ସାଙ୍ଗେ ସମାନ ଥିଲା ।

୧୯୬୨  ରେ ଭାରତ –ଚୀନ ଯୁଦ୍ଧ କାରଣରୁ ଅର୍ଥ ବ୍ୟବସ୍ଥା ବିଗିଡି ଯାଇଥିଲା । ଏବଂ ୧ ଡଲାର ୭ଟଙ୍କା ସହ ସମାନ ଥିଲା ।

 

୧୯୭୫ ମସିହାରେ ଯେବେ ଆପାତକାଳୀନ ଜାରି ହେଲା ସେତେବେଳେ ୧ ଡଲାର ର ମୂଲ୍ୟ ୮ ଟଙ୍କା ଥିଲା ।

୧୯୮୫ ମସିହାରେ ବ୍ୟାବସାୟରେ କ୍ଷତି ବଢିଲା, ସେତେବେଳେ ୧ ଡଲାର ୧୨ ଟଙ୍କା ହୋଇଯାଇଥିଲା ।

୧୯୯୧ ରେ ହୋଇଥିବା ଯୁଦ୍ଧ ଏବଂ ବିକାଶ ଦର କମ ହେବା କାରଣରୁ ୧ ଡଲାର ୧୭.୯୦ ଟଙ୍କା ହୋଇଥିଲା ।

୧୯୯୩ ମସିହାରେ ଯେବେ ଭାରତ ସରକାର ଆର୍ଥିକ ଉଦାରିକରଣ ର ନୀତି ଅପଣାଇଥିଲେ, ସେତେବେଳେ ୧ ଡଲାର ବଦଳରେ ୩୧ ଟଙ୍କା ଦେବାକୁ ପଡୁଥିଲା ।

୨୦୦୦-୨୦୦୬ ମସିହା ମଧ୍ୟରେ ୧ ଡଲାର ର ମୂଲ୍ୟ ୪୦- ୪୮ ଟଙ୍କା ଥିଲା ।

୨୦୦୮ ମସିହା ରେ ପୁରା ବିଶ୍ଵ ଆର୍ଥିକ ଅନାଟନ ର ଶିକାର ହୋଇଥିଲା । ସେତେବେଳେ ଟଙ୍କାର ମୂଲ୍ୟ ହ୍ରାସ ହୋଇ ୫୧ ଟଙ୍କା ପ୍ରତି ଡଲାର ହୋଇଥିଲା ।

୨୦୧୩ ରେ ଭାରତ ବିଦେଶୀ କର୍ଜ ର ବୋଝ ୪୦୯ ଅରବ ଡଲାର ଥିଲା, ସେତେବେଳେ ୧ ଡଲାର ମୂଲ୍ୟ ୬୫ ଟଙ୍କା ହୋଇଥିଲା ।

 

୨୦୧୮ ମସିହାରେ ବେରୋଜଗାରି ଓ ଆମେରିକୀୟ ଶେୟର ବଜାର ରେ ଆସିଥିବା ମଜବୁତି ଟଙ୍କାର ମୂଲ୍ୟ ଅତି ତଳକୁ ଖସାଇ ଦେଇଛି । ବର୍ତ୍ତମାନ ଆମକୁ ୧ ଡଲାର ପାଇଁ ୭୪ ଟଙ୍କା ଦେବାକୁ ପଡୁଛି ।

ଏହା ଥିଲା ଟଙ୍କାର ଇତିହାସ, ଏମିତି ନୂଆ ନୂଆ କଥା ଜାଣିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଓ ଗୋଟେ ଶେୟାର ନିଶ୍ଚୟ କରନ୍ତୁ ।