ସାବିତ୍ରୀ ପାଇଁ ପୂଜାସାମଗ୍ରୀ ଆଣିବି କହି ବଜାରରୁ ଫେରାର ହେଲା ବୋହୂ, ଶାଶୁ ଘରଲୋକ ଥାନାରେ ଅଭିଯୋଗ କରିବା ପରେ ବୋହୂ ଆସି ଯାହା କହିଲା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ସାବିତ୍ରୀ ବ୍ରତ ପାଇଁ ମାର୍କେଟିଂ କରିବେ କହି ବଜାରକୁ ଗଲେ, କିନ୍ତୁ ସେଇଠୁ ଆଉ ଘରକୁ ନଫେରି କୁଆଡେ ଫେରରର ହୋଇଗଲେ ବୋହୂ । ସ୍ଵାମୀ କେରଳରେ ରହି କାମ ରହୁଥିବା ବେଳେ ଘରେ ତିନି ବର୍ଷର ପୁଅଟିଏ ଅଛି । କିନ୍ତୁ ସାବିତ୍ରୀ ପୂର୍ବଦିନରୁ ପୂଜା ସାମଗ୍ରୀ କିଣିବାକୁ ଯାଇ ବୋହୂ ଫେରାର ହୋଇ ଯାଇଛନ୍ତି । ସେଦିନ ସବୁ ନିତ୍ୟକର୍ମ ସାରି ଶାଶୁଙ୍କୁ କହିଲେ ପୁଅକୁ ଟିକେ ଦେଖୁଥିବେ ମୁଁ ବଜାର ଯାଇ ଆସୁଛି । କିନ୍ତୁ ବୋହୂ ଆଉ ଫେରିଲେନି । ଯାହାପରେ ଶାଶୁ ଯାଇ ଥାନାରେ ଏତଲା ଦେଇଛନ୍ତି ।

କିନ୍ତୁ ଶାଶୁଘର ଲୋକଙ୍କ ଅଭିଯୋଗ ପରେ ବୋହୂ ସଫେଇ ଦେବାକୁ ଏବେ ଥାନାକୁ ଫେରିଛନ୍ତି । ସେ କହିଛନ୍ତି କି ନିଜ ଇଚ୍ଛାରେ ଯାଇଛନ୍ତି ବୋଲି । ହେଲେ କୁଆଡେ ଓ କାହା ସାଙ୍ଗେ ଯାଇଛନ୍ତି ସେକଥା ଶାଶୁ ବି ଧରି ପାରୁନାହାନ୍ତି । କଣ ପାଇଁ ସାବିତ୍ରୀ ବ୍ରତ ଭଳି ଦିନରେ ସ୍ତ୍ରୀ ଘରୁ ପଳେଇ ଗଲେ ଓ କଣ ପାଇଁ ଫେରୁବାକୁ ଚାହୁଁ ନାହାନ୍ତି ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ପୁରୀ ଜିଲ୍ଲାର ବଙ୍ଗଳା ଥାନା ଅନ୍ତର୍ଗତ ବ୍ରହ୍ମଣଖଣ୍ଡି ଗ୍ରାମର ଶ୍ଵଶୁର ପ୍ରଭାକର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଗତ ଶନିବାର ଦିନ ୧୧ଟା ବେଳେ ପ୍ରଭାକରଙ୍କ ସାନ ବୋହୂ ଯମୁନା ବେହେରା ନିଜ ତିନି ବର୍ଷର ଶିଶୁପୁତ୍ରକୁ ଛାଡି ଅନ୍ୟ ଜାଆଙ୍କ ସହ ଏକ ଅଟୋରେ ବଙ୍ଗଳା ବଜାରକୁ ମାର୍କେଟିଂ ପାଇଁ ଯାଇଥିଲେ ।

ଜାଆମାନେ କିଣାକିଣି କରୁଥିବା ବେଳେ ଯମୁନା ମୋବାଇଲ ରିପାରିଙ୍ଗ ଦୋକାନକୁ ଯାଇଥିଲେ । ସମସ୍ତେ କାମ ସାରି ଅଟୋ ପାଖକୁ ଫେରି ଯାଇଥିଲେ । କିନ୍ତୁ ଯମୁନା ଆଉ ଫେରି ନଥିଲେ । ସେମାନେ ଆସି ଘରେ ଖବର ଦେବା ପରେ ଘରଲୋକ ଆସି ଯମୁନାଙ୍କୁ ବହୁ ସମୟ ଯାଏଁ ବଙ୍ଗଳା ବଜାରରେ ଖୋଜାଖୋଜି କରିବା ପରେ ବି ତାଙ୍କର ପତ୍ତା ମିଳି ନଥିଲା ।

ସମସ୍ତେ ତାଙ୍କୁ ଅନେକ ଖୋଜାଖୋଜି କରି ନିରାଶ ହେବା ପରେ ଶାଶୁ ଶ୍ଵଶୁର ଏବେ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଫେରାର ହୋଇଥିବା ବୋହୂ ଥାନାକୁ ଆସି ନିଜ ଇଚ୍ଛାରେ ଘରୁ ଯାଇଥିବା କଥା କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।