ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ବିନ୍ଧା ଓ ସମସ୍ତ ପ୍ରକାର ଜଏଣ୍ଟ ପେନ କେବଳ ଗୋଟିଏ ରାତିରେ ଭଲ ହୋଇଯିବ, ଆଜି କରି ଦେଖନ୍ତୁ ଏହି ଘରୋଇ ଉପଚାର- Health Tips

ଆଜିକାଲି ପ୍ରାୟ ପ୍ରତ୍ଯେକ ବୟସର ଲୋକଙ୍କୁ ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ଯା ଭୋଗିବାକୁ ପଡୁଛି । ତେବେ ଜଏଣ୍ଟ ପେନରେ ଅନେକ ଗୁଡ଼ିଏ କାରଣ ହୋଇପାରେ । ସେଥିରୁ ମୁଖ୍ଯତଃ ଶରୀରରେ କ୍ୟାଲସିୟମର ଅଭାବ ହେବେ ଏଭଳି ସମସ୍ଯା ଭୋଗିବାକୁ ପଡିଥାଏ । ଆଣ୍ଠୁଗଣ୍ଠି ବିନ୍ଧା ପାଇଁ ଅନେକ ସମୟରେ ଯେତେ ଔଷଧ ଖାଇଲେ ମଧ୍ୟ ତାହା ଭଲ ହୋଇ ନଥାଏ । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ସହଜ ଘରୋଇ ଉପାୟ ନେଇ ଆସିଛୁ ଯାହାଦ୍ଵାରା ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟାକୁ ତାରକାରେ ଭଲ କରିପାରିବେ ।

ପାନ ଖାଇବାକୁ ଅନେକ ଲୋକ ଭଲପାଆନ୍ତି । କିନ୍ତୁ ଏହି ପାନପତ୍ର କେତେ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ ଏହା ବହୁତ କମ୍ ଲୋକ ଜାଣନ୍ତି । ଏହା ଆପଣଙ୍କ ଆଣ୍ଠୁଗଣ୍ଠି ବିନ୍ଧାକୁ ସଂପୂର୍ଣ୍ଣ ଭଲ କରିବାରେ ଖୁବ ସହାୟକ ଅଟେ । ଆପଣଙ୍କ ଆଣ୍ଠୁଗଣ୍ଠି ବିନ୍ଧା ଦୂର କରିବା ପାଇଁ ଆପଣ ଗୋଟିଏ ପାନପାତ୍ର ନିଅନ୍ତୁ ଓ ଏହାକୁ ଭଲଭାବେ ଧୋଇ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ସୋରିଷ ତେଲ ।

ଏହି ତେଲରେ ଯନ୍ତ୍ରଣା ନିବାରକ ଗୁଣ ରହିଥାଏ, ସେଥିପାଇଁ ଦିନସାରା କାର୍ଯ୍ୟ କରୁଥିବା ଲୋକମାନେ ରାତିରେ ଶୋଇବା ବେଳେ ଦେହ ଓ ଗୋଡ ହାତରେ ସୋରିଷ ତେଲ ଲଗାଇ ଶୋଇଥାନ୍ତି । ସୋରିଷ ତେଲ ବହୁତ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଓ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଏବେ ଆପଣ ପାନପାତ୍ରର ଯେଉଁ ପଟେ ଚୂନ ଲଗାନ୍ତି ସେହିପଟେ ହାତରେ କିଛି ସୋରିଷ ତେଲ ନେଇ ଭଲ ଭାବେ ଲଗାଇ ଦିଅନ୍ତୁ । ଏଥିପାଇଁ ଗୋଟା ପାନପତ୍ର ନେବେ । ଏବେ ଆପଣ ଗ୍ଯାସରେ ଏକ ତାୱା ବସାନ୍ତୁ ଓ ଏହାକୁ ହାଲୁକା ଗରମ ହେବାକୁ ଛାଡି ଦିଅନ୍ତୁ । ବେଶୀ ଗରମ କରିବେ ନାହିଁ । ହାଲୁକା ଗରମ ହେବା ପରେ ଗ୍ଯାସ ବନ୍ଦ କରି ଦିଅନ୍ତୁ । ଏହାପରେ ପାନପତ୍ରର ତେଲ ଲଗାଇଥିବା ପଟକୁ ତାୱା ଉପରେ ରଖନ୍ତୁ ଓ ହାଲୁକା ସେକି ଦିଅନ୍ତୁ । ଅତ୍ୟଧିକ ଏହାକୁ ଜଳାଇବେ ନାହିଁ ।

ଭଲ ଭାବେ ସେକି ହୋଇ ସାରିବା ପରେ ଏହି ପାନପତ୍ରକୁ ନେଇ ଆପଣଙ୍କ ଆଣ୍ଠୁରେ ଲଗାନ୍ତୁ ଓ ଏକ କପଡା ସାହାଯ୍ୟରେ ଟାଇଟ କରି ବାନ୍ଧି ଦିଅନ୍ତୁ । ଏହି ପାନପତ୍ରକୁ ଆଣ୍ଠୁରେ ସେହିପରି ରାତିସାରା ଲାଗି ରହିବାକୁ ଦିଅନ୍ତୁ । ଏହିପରି ଭାବେ ଆପଣ ଜଏଣ୍ଟ ପେନ ହେଉଥିବା ସ୍ଥାନ ମାନଙ୍କରେ ଏହି ପାନପତ୍ରର ପ୍ରୟୋଗ କରନ୍ତୁ ।

ଦେଖିବେ ଆପଣଙ୍କୁ ବହୁତ ଅଧିକ ଆରାମ ମିଳିବ ଓ ତୁରନ୍ତ ବିନ୍ଧା ଯନ୍ତ୍ରଣା ଭଲ ହେବ । ଏହା ଉଭୟ ବାହ୍ୟ ଓ ଆଭ୍ଯନ୍ତରୀଣ କଷ୍ଟରୁ ଆପଣଙ୍କୁ ଆରାମ ଦେବ । ଏହା ବହୁ ପରୀକ୍ଷିତ ଏବଂ ସଂପୂର୍ଣ୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।