ବିନା କୋଚିଂରେ IAS ରେ 232 ରାଙ୍କିଂ ପାଇଲେ ଏହି ଓଡିଆ ଯୁବକ, ବନିଗଲେ ସମସ୍ତଙ୍କ ପାଇଁ ପ୍ରେରଣା, କହିଲେ ତାଙ୍କ Success ର ମୂଳ ମନ୍ତ୍ର…

ପ୍ରତି ବର୍ଷ ଅନେକ ପରୀକ୍ଷାର୍ଥୀ ସିଭିଲ ସର୍ଭିସ ଚାକିରି ପାଇଁ ଆବେଦନ କରନ୍ତି । କିନ୍ତୁ କେବଳ ବଛାବଛା କିଛି ପିଲା ଏଥିରେ ସଫଳୀକୃତ ହୋଇଥାନ୍ତି । ଚଳିତ ବର୍ଷର ସିଭିଲ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ଆଉ ଏଥିରେ ୨୩୨ ରାଙ୍କ ପାଇଛନ୍ତି ଭୁବନେଶ୍ବରର ବିଶ୍ଵ ବିଶ୍ରୂତ ତ୍ରିପାଠୀ । ସେ ପୂର୍ବରୁ ଓଆରଏସ ରେ ଚାକିରି ପାଇଥିଲେ, ଆଉ ଏବେ ଆଇଏଏସ ରେ ସ୍ଥାନ ପାଇଛନ୍ତି । ନିହାତି ଭାବେ ଏହା ଆମ ରାଜ୍ୟ ଏବଂ ତାଙ୍କ ପରିବାର ପାଇଁ ଏକ ଗର୍ବ ଓ ଗୌରବର କାରଣ ।

ତେବେ ଏଥିପାଇଁ ବିଶ୍ଵ ୨୦୧୭ ମସିହାରୁ ପଢାପଢି ଆରମ୍ଭ କରିଥିଲେ । ୨୦୨୦ରୁ ସେ ଓଆରଏସ ରେ ସଫଳ ହୋଇ ଯୋଗ ମଧ୍ୟ ଦେଇଛନ୍ତି । ତେବେ ବିଶ୍ଵ ଚାକିରି କରୁଥିବା ସତ୍ତ୍ୱେ ସେଥିରୁ ସମୟ ବାହାର କରି ସିଭିଲ ସର୍ଭିସ ପାଇଁ ପଢୁଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ କୌଣସି କୋଚିଂ ନେଉ ନଥିଲେ । ଅନେକଙ୍କର ଚିନ୍ତାଧାରା ଥାଏ କି ଆଇଏଏସ ପରୀକ୍ଷା ପାଇଁ ଭଲ କୋଚିଂ ସେଣ୍ଟରରେ କୋଚିଂ ନେବାକୁ ପଡେ ଏବଂ ବହୁତ ସମୟ ଦେବାକୁ ପଡେ ।

କିନ୍ତୁ ବିଶ୍ଵ କହିଛନ୍ତି କି ସ୍ମାର୍ଟ ଭାବେ ପଢିବା ହିଁ ସବୁଠୁ ଜରୁରୀ । କାରଣ କେବଳ ଘୋଷିକରି ଉତ୍ତର ଦେବା କେବେବି କାମ ଆସିବନି । ତେଣୁ ବିଷୟବସ୍ତୁକୁ ଭଲ ଭାବେ ବୁଝିବା ହିଁ ସବୁଠୁ ମହତ୍ବପୂର୍ଣ୍ଣ । ବିଶ୍ଵ ମହିଳାଙ୍କ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

କାରଣ ସେ ବିଶ୍ବାସ କରନ୍ତି କି ମହିଳାମାନେ ଶିକ୍ଷିତା ହେଲେ ତାଙ୍କ ପରିବାର ଓ ଦେଶ ଆପେ ଉନ୍ନତି କରିବ । ସେ ଲୋକଙ୍କର ସେବା କରିବା ସହ ସର୍ବନିମ୍ନ ନାଗରିକଙ୍କ ପାଖରେ ଯେପରି ପହଞ୍ଚି ପାରିବେ ଓ ତାଙ୍କ ପାଇଁ କିଛି କାର୍ଯ୍ୟ କରିପାରିବେ ତାହା ସେ ଚାହାନ୍ତି । ତାଙ୍କ ମା ମଧ୍ୟ କହିଛନ୍ତି କି ତାଙ୍କ ପୁଅ ଛୋଟବେଳୁ ବି ହିଁ ବହୁତ ଅଲଗା ବୋଲି ସେମାନେ ଜାଣି ନେଇଥିଲେ ।

କାରଣ ବାହାରରେ ସାଙ୍ଗସାଥିଙ୍କ ସହ ଖେଳାବୁଲା କରିବା ଠାରୁ ସେ ପେଣ୍ଟିଙ୍ଗ କରିବା ଓ ଭଲ ଭଲ ମନ୍ଦିର ଓ ଐତିହ୍ୟ ସ୍ଥାନ ଆଦି ବୁଲିଯିବା ଓ ସେ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ତାଙ୍କ ବାପା ମଧ୍ୟ କହିଛନ୍ତି କି ଖାସ ଏଥିପାଇଁ ହିଁ ସେ ଗାଡି କିଣିଥିଲେ ।

ବିଶ୍ଵଙ୍କ ବାପା ସନ୍ତୋଷ ତ୍ରିପାଠୀ ଓଡିଆ ବିଶ୍ଵ ବିଦ୍ୟାଳୟରେ ଜଣେ ଓଡିଆ ଅଧ୍ୟାପକ ଅଟନ୍ତି । ବାପାଙ୍କ ଯୋଗୁଁ ଅନେକ ଲୋକଙ୍କ ସହ ଭେଟିବା ସହ କଳା ଓ ସାହିତ୍ଯ ପ୍ରତି ବିଶ୍ଵଙ୍କ ରୁଚି ବଢିଥିଲା । ଯେତେବେଳେ ବଡ ବଡ ଲେଖକଙ୍କ କବିତା ଓ ଉପନ୍ୟାସ ପୁଅ ପଢୁଥିବାର ଦେଖନ୍ତି ସେତେବେଳେ ସେ ସବୁଠୁ ଅଧିକ ଖୁସି ହୁଅନ୍ତି ବୋଲି କହିଛନ୍ତି ।

ଏହାସହ ପୁଅ ଯେବେ ସାଧାରଣ ଗରିବ ନାଗରିକଙ୍କ ପାଖରେ ପହଞ୍ଚି ସେମାନଙ୍କ ହିତରେ କାର୍ଯ୍ୟ କରିବ ସେବେ ସେ ଆହୁରି ଅଧିକ ଖୁସି ହେବେ ବୋଲି ମତ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।