ପୁଅର ମୃତ୍ୟୁପରେ ଶାଶୁ ଶଶୁର କରାଇଲେ ବୋହୁର ଦିତୀୟ ବିବାହ, ଝିଅ ଭାବି କଲେ କନ୍ୟାଦାନ

କହିବାକୁ ଗଲେ ଆମେ ପ୍ରାୟତଃ ଶାଶୁ ଶଶୁର ବୋହୁ ଉପରେ ଅତ୍ୟାଚାର କରୁଥିବାର କଥା ଶୁଣିଥାଉ । କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ବୋହୁକୁ ନିଜ ଝିଅ ଠାରୁ ବି ଅଧିକ ଭଲ ପାଇଥାନ୍ତି । ଏମିତି ହିଁ ଏକ ମାମଲା ମଧ୍ୟପ୍ରଦେଶ ର ରତଲାମ ରୁ ସାମନାକୁ ଆସିଛି । ସେଠାରେ ଆଠ ବର୍ଷ ପୂର୍ବରୁ ଯେଉଁ ଝିଅ ବିବାହ କରି ଘରର ବୋହୁ ହୋଇ ଆସିଥିଲା ଝିଅ ହୋଇ ବିଦା ହେଲା । ଶାଶୁ ଶଶୁର ନିଜ ବୋହୁକୁ ନିଜ ଘରର ଝିଅ ଭଳି ଅନ୍ୟ ଏକ ଜାଗାରେ ସବୁ ବିଧି ବିଧାନ ଅନୁସାରେ ବିବାହ କରାଇ ତାକୁ ତାର ନୂଆ ଶାଶୁ ଘରକୁ ବିଦାକଲେ ।

ବିବାହର ତିନି ବର୍ଷ ପରେ ସ୍ଵାମିର ମୃତ୍ୟୁ

ରତଲାମ ର କାଟଜୁ ନଗର ନିବାସୀ ୬୫ବର୍ଷର ସରଳା ଜୈନ ଙ୍କ ପୁଅ ମୋହିତ ଜୈନଙ୍କର ଆଷ୍ଟା ନିବାସୀ ସୋମନ ସହିତ ୮ବର୍ଷ ପୂର୍ବରୁ ବିବାହ ହୋଇଥିଲା । ବିବାହର ୩ବର୍ଷ ପରେ ମୋହିତଙ୍କର କ୍ୟାନ୍ସରରେ ମୃତ୍ୟୁ ହୋଇଗଲା । ସ୍ଵାମିଙ୍କ ମୃତ୍ୟୁ ପରେ ସୋନମ ଶାଶୁ ଶଶୁରଙ୍କୁ ନିଜର ବାପା ମାଆ ଭାବି ସେମାନଙ୍କ ପାଖରେ ରହି ସେମାନଙ୍କର ବହୁତ ସେବା କରୁଥିଲା ।

ସମ୍ପର୍କୀୟ ମାନଙ୍କର ମତାମତ ନେଇ କରିଲେ ବିବାହ

ମୋହିତଙ୍କର ମୃତ୍ୟୁ ପରେ ସୋନମ ଏକା ହୋଇ ଯାଇଥିଲେ । ସେ ସ୍ଵାମୀଙ୍କ ବିନା ସାରା ଜୀବନ କାଟି ଦେବେ ବୋଲି ଭାବିଥିଲେ । ହେଲେ ତାଙ୍କ ଶାଶୁ ଶଶୁର ତାଙ୍କର ଦିତୀୟ ବିବାହ କରିବା ପାଇଁ ଭାବିଲେ । ଏହି ବିବାହ ପୂର୍ବରୁ ସୋନମ ଙ୍କ ଶାଶୁ ଶଶୁର ସୋନମଙ୍କ ପରିବାର ଲୋକଙ୍କ ଠାରୁ ଏହି ବିବାହ ପାଇଁ ମତାମତ ମାଗିଥିଲେ । ଏହାପରେ ସୋନମଙ୍କ ଶାଶୁ ଶଶୁର ତାଙ୍କୁ ଝିଅ ଭଳି ନାଗଦାରେ ରହୁଥିବା ସୌରଭ କୌଲନ ଙ୍କ ସହିତ ବିବାହ କରାଇଛନ୍ତି ।

ଲକଡାଉନ ସମୟରେ ହୋଇଥିଲା ବିବାହ

ସୋନମଙ୍କ ବିବାହ ପାଇଁ ହୋଟେଲ ବୁକ ହୋଇ ସାରିଥିଲା । କିନ୍ତୁ କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକଡାଉନ ଘୋଷଣା କରାଯିବା ଯୋଗୁ ସେଠାରେ ବିବାହ ହୋଇ ପାରି ନଥିଲା । ଏହାପରେ ମୋହିତଙ୍କ ମାମୁଁ ଲଳିତ କାଣ୍ଠେଡ ପ୍ରଶାସନ ସହିତ କଥା ହୋଇଥିଲେ । ଏହାପରେ ପ୍ରଶାସନ ଙ୍କ ଅନୁମତିରେ ନିଜ ଘରେ ହିଁ ସେମାନଙ୍କର ବିବାହ କରାଗଲା ।

ଶାଶୁ କହିଲେ ତା’ ପାଇଁ ପଡିଛି ପୁରା ଜୀବନ

ମୋହିତଙ୍କ ମାଆ କହିଛନ୍ତି କି ସୋନମଙ୍କ ବୟସ ବହୁତ କମ ଅଟେ । ଆମ ଦୁଇଜଣଙ୍କର ବୟସ ହୋଇଗଲାଣି କେତେବେଳେ ଯେ ଆମର ମୃତ୍ୟୁ ହେବ ତାହା କେହି କହିପାରିବେ ନାହିଁ । ଆମେ ଦୁଇଜଣ ଗଲା ପରେ ସୋନମ ଏକା କେମିତି ରହିଥାନ୍ତା ସେଥିପାଇଁ ଆମେ ତାର ଦିତୀୟ ବିବାହ କରିଦେଲୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।