ଲକଡାଉନରେ ଅଜବ ମାମଲା, ନାବାଳକ ଦାଦା ଗର୍ଭବତୀ ଝିଆରୀ ସହ ଥାନା ପରିସରରେ କରିଲା ବିବାହ, ଜାଣନ୍ତୁ ପୁରା ଘଟଣା

ବର୍ତ୍ତମାନ ସମୟରେ ସମସ୍ତେ କରୋନାର ପରିସ୍ଥିତି ବିଷୟରେ ଜାଣିଛନ୍ତି ଓ ଏହି କାରଣରୁ ଦେଶକୁ ଲକଡାଉନ କରାଯାଇଛି । କିନ୍ତୁ ଏହି ଲକଡାଉନ ମଧ୍ୟରେ ସାମାଜିକ ପରମ୍ପରାକୁ ଅପମାନିତ କରିବା ସହିତ ସମ୍ପର୍କକୁ ଭୁଲି ଯାଇ ନାବାଳିକ ଯୋଡିର ବିବାହ ଥାନାର ପରିସରରେ କରି ଦିଆ ଯାଇଛି । ଦୁଇ ଜଣ ସମ୍ପର୍କରେ ଦାଦା ଓ ଝିଆରୀ ଅଟନ୍ତି । ପୁଅର ବୟସ ୧୮ ବର୍ଷ ଅଟେ ତ ଝିଅର ବୟସ ୧୩ ବର୍ଷ ଅଟେ ।

କୁହାଯାଉଛି କି ଝିଅଟି ଅଷ୍ଟମ ଶ୍ରେଣୀରେ ପଢୁଛି । ଦୁଇ ଜଣ ଗୋଟିଏ ଗ୍ରାମର ନିବାସୀ ବି ଅଟନ୍ତି । ଏହା ସହିତ ଏହା ବି କୁହାଯାଉଛି କି କିଶୋରୀ ଜଣକ ଗର୍ଭବତୀ ଅଛି । ମିଳିଥିବା ସୂଚନା ଅନୁସାରେ ଦୁଇ ଜଣ ୬ ମାସ ପୂର୍ବେ ଘରୁ ଫେରାର ହୋଇ ଯାଇ ଥିଲେ ଓ ଦିଲ୍ଲୀ ପହଞ୍ଚି ଯାଇଥିଲେ । ଏହା ପରେ ସେମାନେ ଦିଲ୍ଲୀରେ ହିଁ ବିବାହ କରି ନେଲେ ।

କିନ୍ତୁ ଦେଶରେ ଲକଡାଉନ ଜାରି ହେବା ପରେ ସେମାନେ ନିଜର ଘରକୁ ଅର୍ଥାତ ନିଜର ଗ୍ରାମକୁ ଫେରି ଆସିଲେ ଓ ଗ୍ରାମରେ ହିଁ ଦୁଇ ଜଣ ସ୍ଵାମୀ ସ୍ତ୍ରୀଙ୍କ ଭଳି ରହିବାକୁ ଲାଗିଲେ । କିନ୍ତୁ ଦୁଇ ଜଣଙ୍କ ଘର ଲୋକମାନେ ଏହି ସମ୍ପର୍କକୁ ସ୍ଵୀକାର କରିଲେ ନାହିଁ ଓ ସେମାନଙ୍କ ଏହି ବିବାହକୁ ବିରୋଧ କରୁଥିଲେ । କିନ୍ତୁ ଆପଣଙ୍କୁ କହିଦେଉଛୁ କି ୬ ମାସ ପୂର୍ବେ ଯେତେବେଳେ ଦୁଇ ଜଣ ଘରୁ ଫେରାର ହୋଇ ଯାଇଥିଲେ ତେବେ ପରିବାର ଲୋକମାନେ ଗ୍ରାମରେ ଅପମାନ ହୋଇଯିବା ଡରରେ କାହାକୁ କିଛି କହିଲେ ନାହିଁ କିମ୍ବା ପୋଲିସରେ ରିପୋର୍ଟ ବି ଦେଲେ ନାହିଁ ।

କିନ୍ତୁ ଯେତେବେଳେ ଏମାନେ ପୁଣିଥରେ ଘରକୁ ଫେରିଲେ ତେବେ ଘର ଲୋକମାନେ ଦୁଇ ଜଣଙ୍କୁ ଘରେ ପ୍ରବେଶ କରିବାକୁ ଦେଲେ ନାହିଁ । ଏହା ପରେ ଦୁଇ ଜଣ ଥାନା ପହଞ୍ଚିଲେ ଓ ସେମାନଙ୍କୁ ସୁରକ୍ଷା ଦେବା ପାଇଁ କହିଲେ । ଥାନା ଅଧକ୍ଷ ହରେକୃଷ୍ଣ ରାୟ କହିଲେ କି ଦୁଇ ଜଣଙ୍କ ପରିବାରକୁ ଡାକି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରାଗଲା ଓ ଏହି ମାମଲାରେ ଆଇନ ବିଷୟରେ ବି କୁହାଗଲା ।

ଏହା ସହିତ ସେମାନଙ୍କୁ କେସ ଦର୍ଜ କରିବା ପାଇଁ କୁହାଗଲା । କିନ୍ତୁ ଦୁଇ ଜଣଙ୍କ ପରିବାର କେସ ଦର୍ଜ କରିବା ପାଇଁ ରାଜି ହେଲେ ନାହିଁ । ଏହା ପରେ ଦୁଇ ଜଣ ପରିବାର ପରସ୍ପର ମଧ୍ୟରେ କଥାବାର୍ତ୍ତା କରି ବିବାହ ପାଇଁ ରାଜି ହୋଇଗଲେ ଓ ସେମାନଙ୍କ ବିବାହ କରି ଦିଆଗଲା । ବିବାହ ସମୟରେ ପୁଅ ଓ ଝିଅର ପିତା ବହୁତ ଭାବୁକ ହୋଇ ଗଲେ । କିନ୍ତୁ ଯେତେବେଳେ ଥାନା ଅଧକ୍ଷଙ୍କୁ ପ୍ରଶ୍ନ କରାଗଲା କି କଣ ଥାନା ପରିସରରେ ସେମାନଙ୍କ ବିବାହ ହୋଇଛି ତେବେ ଏହା ଉପରେ ଥାନା ଅଧକ୍ଷ ହରେକୃଷ୍ଣ ରାୟ କହିଲେ କି ବିବାହ ଥାନା ପରିସରରରେ ହୋଇ ନାହିଁ ।

ଆମେ ପ୍ରଥମେ ଦୁଇ ପରିବାରକୁ ଏଫଆଇଆର ଦର୍ଜ କରିବା ପାଇଁ କହିଥିଲୁ, କିନ୍ତୁ ସେମାନେ ଏଫଆଇଆର ପାଇଁ ରାଜି ହେଲେ ନାହିଁ । ଶେଷରେ ସେମାନେ ନିଜ ପୁଅ ଓ ଝିଅର ବିବାହ କରିବା ପାଇଁ ରାଜି ହୋଇଗଲେ ଓ ପାଖରେ ଥିବା ଏକ ମନ୍ଦିରରେ ବିବାହ ସମାପନ୍ନ କରାଇଥିଲେ । ଦୁଇଜଣଙ୍କ ମାତା ପିତା ପିଲାମାନଙ୍କ ଭୁଲକୁ ଦେଖି କାନ୍ଦି ପକେଇଥିଲେ । କିନ୍ତୁ ଆମେ ଥାନା ମଧ୍ୟରେ ବିବାହ କରିବା ପାଇଁ ନିର୍ଦେଶ ଦେଇ ନ ଥିଲୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।