ବିଶାଖାପଟ୍ଟନମ ଗ୍ୟାସ କାଣ୍ଡ: ଜଣା ପଡିଲା କି କେମିକାଲ ପ୍ଳାଣ୍ଟରେ ବିଷାକ୍ତ ଗ୍ୟାସ କେମିତି ଲିକ ହେଲା

ବିଶାଖାପଟ୍ଟନମର ଜିଲ୍ଲା ପ୍ରଶାସନର ଏକ ବରିଷ୍ଠ ଅଧିକାରୀ ପ୍ରାରମ୍ଭିକ ଯାଞ୍ଚରୁ ଏହା କହିଲେ କି ଫ୍ୟାକ୍ଟ୍ରିରେ ଦୁଇଟି ଟ୍ୟାଙ୍କରେ ରଖା ହୋଇଥିବା ସ୍ଟାଇରୀନ ଗ୍ୟାସ ସହ ଜଡିତ ଥଣ୍ଡା କରିବା ପ୍ରଣାଳୀରେ କିଛି ଅସୁବିଧା ହୋଇ ଯିବା କାରଣରୁ ତାହା ଗ୍ୟାସ ହୋଇ ଲିକ ହୋଇଗଲା । ଗୁରୁବାର ଦିନ ହୋଇଥିବା ଏହି ଦୁର୍ଘଟଣାରେ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଯେତେବେଳେ କି ୧୦୦୦ରୁ ଅଧିକ ଲୋକ ଏହି ଗ୍ୟାସ ଦ୍ଵାରା ପ୍ରଭାବିତ ହୋଇଛନ୍ତି ।

ଜିଲ୍ଲା ଅଧିକାରୀ ବି. ବିନୟ ଚନ୍ଦ କହିଲେ କି ଏଲଜି ପଲୀମର୍ସ ଲିମିଟେଡରୁ ହୋଇଥିବା ଗ୍ୟାସ ଲିକ ଏତେ ଅଧିକ ମାତ୍ରାରେ ଥିଲା କି ଆମକୁ ସକାଳ ୯.୩୦ରେ ଏହା ଜଣା ପଡିଲା କି କଣ ହୋଇଛି, କାରଣ ସେହି ସମୟରେ ସେହି ଅଞ୍ଚଳରେ ଗ୍ୟାସ ଲିକ ହୋଇଯିବା କାରଣରୁ ଚାରିଆଡେ କେବଳ ଧୂଆଁ ହିଁ ଧୂଆଁ ଥିଲା ଓ ତାହା ଘନ ବାଦଲ ପରି ଜଣା ପଡୁଥିଲା ।

ଫ୍ୟାକ୍ଟ୍ରି ବିଭାଗ ତରଫରୁ ମିଳିଥିବା ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ଅନୁସାରେ ସେ କହିଲେ କି, ‘ସ୍ଟାଇରୀନ ସାମାନ୍ୟ ରୂପରେ ତରଳ ରୂପରେ ରହିଥାଏ ଓ ଏହାର ତାପମାତ୍ରା ୨୦ ଡିଗ୍ରୀ ସେଲ୍ସିୟସ ତଳେ ରହିବା ପରେ ହିଁ ଏହା ସୁରକ୍ଷିତ ରହିଥାଏ । କିନ୍ତୁ ଥଣ୍ଡା କରୁଥିବା ପ୍ରଣାଳୀ ମେସିନରେ କିଛି ଅସୁବିଧା ହୋଇ ଯିବା କାରଣରୁ ଏହା ରସାୟନ ଗ୍ୟାସରେ ବଦଳି ଗଲା । ‘ ସେ ମିଡିଆକୁ କହିଲେ କି ମେସିନ ଖରାପ ହୋଇ ଯିବା କାରଣରୁ ଟ୍ୟାଙ୍କରେ ରଖା ହୋଇଥିବା ରସାୟନର ତାପମାତ୍ରା ୨୦ ଡିଗ୍ରୀ ସେଲ୍ସିୟସରୁ ଉପରକୁ ଚାଲିଗଲା ଓ ତାହା ଗ୍ୟାସ ହୋଇ ଲିକ ହୋଇଗଲା ।

ବିଶାଖାପଟ୍ଟନମରେ ସ୍ଟାଇରୀନ ଗ୍ୟାସର ଲିକ ଯେଉଁ ଏଲଜି ପଲିମର ଇଣ୍ଡିଆର କାରାଖାନାରୁ ହୋଇଛି ତାହା ଦକ୍ଷିଣ କୋରିୟାର ରସାୟନ କମ୍ପାନୀ ଏଲଜି କେମ କମ୍ପାନୀର ଏକ ସହାୟକ କମ୍ପାନୀ ଅଟେ । ଏଲଜି କେମ ଏକ ସ୍ଥାନୀୟ କମ୍ପାନୀକୁ ଅଧିଗ୍ରହଣ କରି ୧୯୯୭ରେ ଭାରତରେ ଏହି କ୍ଷେତ୍ରରେ ଏହି କରୋବାରକୁ ଆରମ୍ଭ କରିଥିଲା । କମ୍ପାନୀ ଭାଇଜ୍ୟାଗ ସଂଯଂତ୍ରରେ ପଲୀସ୍ଟିରୀନ (ପୀଏସ)ର ବିନିର୍ମାଣ କରାଯାଇଥାଏ, ଯାହାର ବ୍ୟବହାର ଖାଦ୍ୟପେୟ ସେବା ଉଦ୍ୟୋଗରେ ବହୁତ ବ୍ୟବହାର କରାଯାଏ ।

ଏହି ରସାୟନର ବ୍ୟବହାର ପ୍ଲାସ୍ଟିକକୁ ଥରେ ବ୍ୟବହାର କରାଯାଉଥିବା ଟ୍ରେ, କଂଟେନର, ବାସନ, ଫୋମ୍ଡ କପ, ପ୍ଲେଟ ଓ ଗିନା ଇତ୍ୟାଦି ତିଆରି କରିବା ପାଇଁ କରାଯାଏ । ଏହାକୁ ଥରେ ବ୍ୟବହାର କରିବା ପରେ ଫୋପାଡି ଦିଆଯାଏ । ସୂଚନା ଅନୁସାରେ ଏଲଜୀ ପଲିମର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ବିଶାଖାପଟ୍ଟନମ ଫ୍ୟାକ୍ଟ୍ରିକୁ ଲକଡାଉନ ପରେ ପୁଣିଥରେ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଥିଲା । ସେହି ସମୟରେ ହିଁ ଏହି ଘଟଣା ହୋଇଛି ।

କମ୍ପାନୀର କର୍ମଚାରୀ ଫ୍ୟାକ୍ଟ୍ରିରେ କମ ଆରମ୍ଭ କରିବା ପାଇଁ ପ୍ରସ୍ତୁତି କରୁଥିଲେ କି ଆରମ୍ଭର କିଛି ଘଣ୍ଟା ମଧ୍ୟରେ ହିଁ ଏହି ଗ୍ୟାସ ଲିକ ହୋଇଗଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।