ଶାଶୁଘରେ ଏତେ ସବୁ ସହିଲେ କ୍ରିକେଟରଙ୍କ ଭଉଣୀ, ଏବେ କଥା ସହିବା ବାହାରେ

ଇଣ୍ଡିଆ ଟିମର ସ୍ପିନର ଷ୍ଟାର କୁଲଦୀପ ଯାଦବଙ୍କ ଭଉଣୀ ମଧୁ ନିଜ ଶାଶୁ, ଶଶୁର ଓ ନଣନ୍ଦଙ୍କ ବିରୁଦ୍ଧରେ ଯୌତୁକ ପ୍ରତାଡନାର କେସ କରିଛନ୍ତି । ଏହା ସହିତ ଖରାପ ଔଷଧ ଦେଇ ଗର୍ଭପାତ କରିବାର ଆରୋପ ମଧ୍ୟ ଲଗାଇଛନ୍ତି । ଏହି ମାମଲାଟି ଲଖନୌର ଆସିୟାନା ଥାନାରେ ୧୧ ଅଗଷ୍ଟ ୨୦୧୯ରେ ହୋଇଥିଲା । ଏହି କେସ ରୁ ବଞ୍ଚିବା ପାଇଁ ଆରୋପି ମାନେ ନ୍ୟାୟାଧୀଶ ଦୁର୍ଗ ନାରାୟଣ ସିଂହ ଙ୍କୁ ୨୫ ଫେବୃୟାରିରେ କୋର୍ଟରେ ଆବେଦନ ପତ୍ର ଦାଖଲ କରିଛନ୍ତି । ୨୯ ଫେବୃୟାରିରେ କୋର୍ଟ ଅଗ୍ରୀମ ଜାମିନ ଆବେଦନର ନିସ୍ପତି ଶୁଣାଇବା ପାଇଁ ଘୋଷଣା କରିଛି ।

ମଧୁ ଯାଡବଙ୍କ ଦେଇଥିବା ଏକ ଏଫଆଇଆର ଅନୁସାରେ ଜଣା ପଡିଛି, ତାଙ୍କ ବିବାହ ୨୦୧୫ ଫେବୃୟାରି ୮ ତାରିଖରେ ହେମନ୍ତଙ୍କ ସହ ହୋଇଥିଲା । ଯୌତୁକରେ ଝିଅ ଘର ତରଫରୁ ଏକ ହୋଣ୍ଡା ସିଟି କାର ସହିତ ୪୦ ଲକ୍ଷ ଟଙ୍କା ଦିଆଯାଇଥିଲା । ହେଲେ ବିବାହ ପରେ ତାଙ୍କ ଶାଶୁ ବିନା, ଶଶୁର ହରନାମ ଓ ନଣନ୍ଦ ଋଚା ମଧୁଙ୍କୁ ୨୦ ଲକ୍ଷ ଟଙ୍କା ମାଗିଥିଲେ । ଏହା ପରେ ୪ ଲକ୍ଷ ଟଙ୍କା ତାଙ୍କୁ ଦିଆ ଯାଇଥିଲା । ହେଲେ ମଧୁଙ୍କ ଆରୋପ ଅଟେ କି ଏହା ପରେ ମଧ୍ୟ ତାଙ୍କୁ ଯୌତୁକ ପାଇଁ ପ୍ରତାଡିତ କରାଯାଇଥିଲା ଓ ଖରାପ ଔଷଧ ଦେଇ ତାଙ୍କ ଗର୍ଭପାତ ମଧ୍ୟ କରାଗଲା ।

ଅଦାଲତ ୨୯ ତାରିଖରେ ଶୁଣାଇବ ନିଷ୍ପତ୍ତି

ଅଦାଲତରେ ଆରୋପି ମାନେ ଅଗ୍ରୀମ ଜାମିନ ପାଇଁ ଆବେଦନ କରିଥିଲେ ଓ ଲେଖିଥିଲେ ଚାରି ଲକ୍ଷ ଟଙ୍କା କ୍ରିକେଟର କୁଲଦୀପ ଯାଦବ ଫର୍ନୀଚର ପାଇଁ ଦେଇଥିଲେ । ଏହା ସହିତ ଆରୋପି କହିଥିଲେ, କ୍ରିକେଟର କୁଲଦୀପ ଯାଦବ ନିଜ ପ୍ରଭାବର ବ୍ୟବହାର କରି ଭୁଲ ଏଫଆଇଆର ଦେଇଛନ୍ତି । ସେଥିପାଇଁ ତାଙ୍କୁ ଏହି ମାମଲାରେ ଅଗ୍ରୀମ ଜାମିନ ଦିଆଯାଉ । ସେଥିପାଇଁ କୋର୍ଟ ଅଗ୍ରୀମ ଜାମିନ ଆବେଦନ ଅନୁସାରେ ୨୯ ଫେବୃୟାରିରେ ନିଷ୍ପତ୍ତି ଘୋଷଣା କରିବ ।