ଧନ ଲାଭ ଛଡା ସନ୍ତାନ ସୁଖ, ଉଜ୍ଜ୍ଵଳ ଭାଗ୍ୟ ଓ ଭଲ ଜୀବନସାଥୀ ବି ଦେଇଥାନ୍ତି ମା ଲକ୍ଷ୍ମୀ, କେବଳ କରିବାକୁ ହେବ ଏହି ଉପାୟ

ଯେତେବେଳେ ବି ଜୀବନରେ ଧନର ସମସ୍ୟା ହୋଇଥାଏ ତେବେ ଆମେ ମାତା ଲକ୍ଷ୍ମୀଙ୍କ ଶରଣରେ ଯାଇଥାଉ । କିନ୍ତୁ ବହୁତ କମ ଲୋକମାନେ ଜାଣିଛନ୍ତି କି ମାତା ଲକ୍ଷ୍ମୀ ଧନ ଲାଭ ବ୍ୟତୀତ ଅନ୍ୟ କିଛି ଲାଭ ବି ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ଲାଭ ବିଷୟରେ କହିବାକୁ ଯାଉଛୁ । ଧନ ଲାଭ ପାଇଁ ତ ଆପଣ ବହୁତ ଉପାୟ ଆପଣାଇ ଥିବେ କିନ୍ତୁ ଅନ୍ୟ କିଛି ଲାଭ ହାସଲ କରିବା ପାଇଁ କେଉଁ ଉପାୟ କରିବା ଉଚିତ ଏହା ବିଷୟରେ ଆମେ ଆପଣଙ୍କୁ କହିବୁ ।

ଧନ ଲାଭ ବ୍ୟତୀତ ମା’ ଲକ୍ଷ୍ମୀ ଦେଇଥାନ୍ତି ଏହି ସବୁ ଲାଭ

ଉଜ୍ଜ୍ଵଳ ଭାଗ୍ୟ :

ମାତା ଲକ୍ଷ୍ମୀଙ୍କ ପୂଜା କରି ଆପଣ ନିଜ ଭାଗ୍ୟକୁ ବି ପ୍ରବଳ କରି ପାରିବେ । ଆପଣ ଧାନ ଲାଭ କରିବା ସହିତ  ନିଜ କାମରେ ବି ନିଜ ଭାଗ୍ୟକୁ ଉଜ୍ଵଳ କରି ପାରିବେ । ଏଥିପାଇଁ ଆପଣଙ୍କୁ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ପୂଜା କରିବା ପରେ ତାଙ୍କୁ ହଳଦିଆ ରଙ୍ଗର ଶାଢୀ ଚଢାନ୍ତୁ । ଏହି ଶାଢୀକୁ ମାତାଙ୍କ ଚରଣରେ ଗୋଟିଏ ଦିନ ରଖିବା ପରେ ତାହା ପର ଦିନ ଏହି ହଳଦିଆ ଶାଢୀକୁ କୌଣସି ଗରିବ ମହିଳାକୁ ଦାନ କରି ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କର ଭାଗ୍ୟ ରାତାରାତି ଚମକିବାକୁ ଲାଗିବ ।

ସନ୍ତାନ ସୁଖ :

ଯଦି କୌଣସି ଦମ୍ପତିଙ୍କୁ ସନ୍ତାନ ସୁଖ ମିଳୁ ନାହିଁ ତେବେ ସେ ପ୍ରତ୍ୟେକ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ପୂଜାରେ ୭ଟି ମୁଦ୍ରା ଚଢାନ୍ତୁ । ଏହି ମୁଦ୍ରା ୧ ଟଙ୍କା ରୁ ନେଇ ୧୦ ଟଙ୍କା ପର୍ଯ୍ୟନ୍ତ ହୋଇ ଥିବା ଦରକାର । ଆପଣ ପ୍ରଥମେ ମାତା ଲକ୍ଷ୍ମୀଙ୍କର ପୂଜା କରିବା ପରେ ଏହି ୭ଟି ମୁଦ୍ରାକୁ ପୂଜା କରନ୍ତୁ । ଶୁକ୍ରବାର ଦିନ ଏହି ମୁଦ୍ରା ୭ଟି ପିଲାମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । ଏହି ଉପାୟକୁ ଲଗାତାର ୭ଟି ଶୁକ୍ରବାର ପର୍ଯ୍ୟନ୍ତ କରିବେ ତେବେ ଆପଣଙ୍କୁ ସନ୍ତାନ ସୁଖ ନିଶ୍ଚିତ ମିଳିବ ।

ଭଲ ଜୀବନସାଥୀ :

ଯଦି ଆପଣ ବାଡୁଅ ଅଛନ୍ତି ଓ ନିଜ ପାଇଁ ଏକ ଜୀବନସାଥୀ ଖୋଜୁଛନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କୁ କୃପା କରି ପାରନ୍ତି । ଏଥିପାଇଁ ଆପଣଙ୍କୁ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ନାମରେ ବ୍ରତ ରଖନ୍ତୁ । ଏହା ପରେ ମାତାଙ୍କୁ ପ୍ରସାଦ ରୂପରେ ନଡିଆ ଚଢାନ୍ତୁ । ଏହି ନଡିଆ ଉପରେ ଲାଲ ରଙ୍ଗ ସୂତା ବାନ୍ଧି ଦିଅନ୍ତୁ ।

ଏହା ପରେ ତା’ର ପର ଦିନ ଅର୍ଥାତ ଶନିବାର ଦିନ ଏହି ନଡିଆର ସୂତାକୁ ବାହାର କରି ନିଜ ହାତରେ କିମ୍ବା ବେକରେ ପିନ୍ଧି ନିଅନ୍ତୁ । ନଡିଆକୁ ଭାଙ୍ଗି ପ୍ରସାଦ ରୂପରେ ସେବନ କରନ୍ତୁ । ଏହି ନଡିଆକୁ ଆପଣ ଅନ୍ୟ କାହାକୁ ବି ଦେବେ ନାହିଁ ।