କେବଳ ଚିନ୍ତା ନୁହେଁ ଶାରୀରିକ କଷ୍ଟରୁ ବି ମୁକ୍ତି ଦେଇଥାଏ ହସ, ଆସନ୍ତୁ ଜାଣିବା ହସିବାର କିଛି ଗଜବ ଫାଇଦା ବିଷୟରେ

ହସ ସକରାତ୍ମକ ଊର୍ଜା ସଂଚାର କରିବାରେ ସାହାର୍ଯ୍ୟ କରିଥାଏ । ଯାହା ଦ୍ଵାରା ନକରାତ୍ମକ ସ୍ଥିତିକୁ ଆପଣ ସୁସ୍ଥ ମନ ଦ୍ଵାରା ସାମ୍ନା କରି ପାରିବେ । ଏକ ରିସର୍ଚ ଦ୍ଵାରା ଏହା ଜଣା ପଡିଛି କି ହସିବା ଦ୍ଵାରା ଜୀବନର ଏକୁଟିଆପଣ, କ୍ଳାନ୍ତ, ମାନସିକ ଚିନ୍ତା ଓ ଶାରୀରିକ ବ୍ୟଥାରୁ ମୁକ୍ତି ମିଳିଥାଏ । କହିବାକୁ ଗଲେ ଆଜିର ଏହି ପରିବେଶ ମଧ୍ୟରେ ହସିବା ବହୁତ ହିଁ ଜରୁରୀ ଅଟେ । କଷ୍ଟ ସମୟର ଏହା ଅର୍ଥ ନୁହେଁ କି ଆମେ ଆସନ୍ତା କାଲିକୁ ନେଇ ଚିନ୍ତାରେ ରହିବା, ଏଥିପାଇଁ ହସିବା ଓ ଖୁସିରେ ରହିବା ଭୁଲି ଯିବା ।

ଯଦି ଆପଣ ଖୁସିରେ ଓ ଆନନ୍ଦରେ ରହିବେ ତେବେ ଆପଣଙ୍କୁ ନିଜର ଡରକୁ କାବୁ କରିବା ପାଇଁ ସାହସ ମିଳିବ ଓ ଏହା ଆପଣଙ୍କ ପାଇଁ ସହଜ ବି ହୋଇଯିବ । ସକରାତ୍ମକ ରହିବା ପାଇଁ ହାସ୍ୟ ଯୋଗ ଆପଣଙ୍କୁ ସାହାର୍ଯ୍ୟ କରି ପାରିବ । ଯୋଗାଚାର୍ଯୋଂ ଓ ଆମର ରୁଷି ମୁନିମାନେ ବି ଯୋଗରେ ହାସ୍ୟ ଯୋଗକୁ ଏକ ଭିନ୍ନ ପରିଚୟ ଦେଇଛନ୍ତି । ତାଙ୍କର କହିବା ଅଟେ କି ହାସ୍ୟ ଯୋଗ ଦ୍ଵାରା ହୃଦୟ ହାଲୁକା ହୋଇଥାଏ, ଚିନ୍ତା ବି କମ ହୋଇଥାଏ ।

ଏକ ରିସର୍ଚ ଦ୍ଵାରା ଏହା ଜଣା ପଡିଛି କି ହସିବା ସ୍ୱାସ୍ଥ୍ୟ ପାଇଁ କୌଣସି ଟେକନିକ ଠାରୁ କମ ନୁହେଁ । ଖୋଲି କରି ହସିବା ଅର୍ଥାତ ଚିତ୍କାର କରି କିମ୍ବା ପାଟି ଖୋଲି ଅତ୍ୟଧିକ ଜୋରରେ ହସିବା ଦ୍ଵାରା ଶରୀରରେ ରକ୍ତ ସଂଚାରର ଗତି ବଢିଯାଏ ଓ ଏହା ଶରୀର ଉପରେ ସକରାତ୍ମକ ପ୍ରଭାବ ପକାଇ ଥାଏ । ଏହା ଦ୍ଵାରା ଫୁସଫୁସ ଜନିତ ରୋଗ ହୋଇ ନ ଥାଏ ଓ ପାଚନ ତନ୍ତ୍ର ବି ଅଧିକ ଭଲ ଭାବରେ କାର୍ଯ୍ୟ କରିଥାଏ ।

ଏହି ଆଧାରରେ ଯଦି ଏକ ପ୍ୟାରିସର ଡାକ୍ତରଙ୍କ ବିଷୟରେ କଥାବାର୍ତ୍ତା କରିବା, ତେବେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କି ସେ ନିଜର କେତେକ ରୋଗୀମାନଙ୍କୁ କେବଳ ହସାଇ କିଛି ରୋଗକୁ ଆଶ୍ଚର୍ଯ୍ୟଜନକ ଭାବରେ ଭଲ କରି ଦିଅନ୍ତି । ସେ ପ୍ରତି ରବିବାର ରୋଗୀମାନଙ୍କ ଆଖିରେ କପଡା ବାନ୍ଧି ଗୋଟିଏ ହଳରେ ବସାନ୍ତି ଓ ପୁଣି ଗ୍ରାମଫୋନ ଉପରେ ଏକ ଏମିତି ରେକର୍ଡ ଲଗାନ୍ତି କି, ଯାହାକୁ ଶୁଣି ସମସ୍ତେ ହସିବାକୁ ଲାଗନ୍ତି ।

ଏହି ହାସ୍ୟ ଯୋଗ ଦ୍ଵାରା ବହୁତ ଲୋକମାନଙ୍କୁ ଲାଭ ମିଳିଥାଏ । ଏକ ରିସର୍ଚରେ ଏହା କୁହାଯାଇଛି କି ସବୁଦିନ ୧୫ ମିନିଟ ହସିବା ଦ୍ଵାରା ଆପଣଙ୍କ ଜୀବନର ଦୁଇ ଦିନ ଅଧିକ ବଢି ପାରେ । ହାସ୍ୟ ଯୋଗ ଦ୍ଵାରା ଚେହେରା ଉପରେ ଆସୁଥିବା ରିଙ୍କଲ୍ସ ରୁ ବି ଆପଣ ବଞ୍ଚି ପାରିବେ । ନିଦ ନ ଆସିବା, କଥା କଥାରେ ରାଗିଯିବା ଓ ମାନସିକ ରୋଗ ଭଳି ସମସ୍ୟାରୁ ବି ଆପଣ ମୁକ୍ତି ପାଇ ପାରିବେ । କିନ୍ତୁ ଧ୍ୟାନ ରଖନ୍ତୁ କି କାହା ଉପରେ ହସିବା ପରିବର୍ତ୍ତେ କାହା ସହିତ ମିଶି ହସିବାକୁ ଚେଷ୍ଟା କରନ୍ତୁ ।

ଏଥିପାଇଁ ମନୋରଞ୍ଜନ ଠାରୁ ନେଇ ଯୋଗାଭ୍ୟାସ ପର୍ଯ୍ୟନ୍ତ ବହୁତ ଉପାୟ ଅଛି । ବର୍ତ୍ତମାନ କେତେକ ହେଲ୍ଥ କ୍ଲବରେ ହାସ୍ୟ ଯୋଗର ପାଠଶାଳା ବି ଅଛି । ଏହା ସହିତ ଆପଣ ଦେଖିଥିବେ କି କେତେକ ବଗିଚାରେ ଲୋକମାନେ ଜୋର ଜୋରରେ ହସିବାକୁ ଲାଗନ୍ତି । କହିବାକୁ ଗଲେ ଏହା ଏକ ଏମିତି ବ୍ୟାୟମ ଅଟେ, ଯେଉଁଥିରେ ଅତିରିକ୍ତ ସମୟ ଲାଗେ ନାହିଁ, କେବେ ବି କେଉଁଠି ବି ସହଜରେ ଓ ସରଳତାରେ ଆପଣ ଏହି ଯୋଗାଭ୍ୟାସକୁ କରି ପାରିବେ ।

ହାର୍ୱର୍ଡ ୟୁନିବର୍ସିଟୀର ଶୋଧକର୍ତା ଟେରିଜା ଏମାବାଇଲଙ୍କ ଅନୁସାରେ ହସିବା ସମୟରେ ଆମର ମସ୍ତିଷ୍କ ଅଧିକ କ୍ରିଏଟିବ ହୋଇଥାଏ । ଏମିତି ଲାଗେ ନିଜର ସମସ୍ତ କାମକୁ ସହଜରେ ପୁରା କରିଦେବୁ । ଏକ ଅନ୍ୟ ରିସର୍ଚରଙ୍କ ଅନୁସାରେ ୧୫ ମିନିଟ ପର୍ଯ୍ୟନ୍ତ ଜୋର ଜୋର ହସିବା ଦ୍ଵାରା ଆମେ ୧୦ ରୁ ୪୦ କ୍ୟାଲୋରି ବର୍ନ କରି ପାରିବୁ । ହାସ୍ୟ ଯୋଗ ଆମର ସବୁଦିନର ସ୍ୱାସ୍ଥ୍ୟକୁ ଭଲ କରିଥାଏ ।

ସେଥିପାଇଁ ଅନ୍ୟ ଯୋଗ କ୍ରିୟା ସହିତ ଏହାକୁ ବି ଦିନଚର୍ଯ୍ୟାରେ ସାମିଲ କରନ୍ତୁ । ଯେତେବେଳେ ଆମେ ହସିଥାଉ ତେବେ ଏହି ପ୍ରକ୍ରିୟା ବହୁତ ପବନକୁ ବାହାରକୁ ବାହାର କରିଥାଏ ଓ ବହୁତ ପବନକୁ ଶରୀର ଭିତରକୁ ବି ନେଇଥାଏ । ଏହି ପ୍ରକ୍ରିୟା ଗଭୀର ନିଶ୍ଵାସ ନେବାର ଟେକନିକ ଅଟେ । ଯାହା ଚିନ୍ତାକୁ ଦୂର କରିବାରେ ଉପଯୋଗ ହୋଇଥାଏ ।

ଆପଣଙ୍କୁ କହିଦେଉଛୁ କି ଥରେ ହସିବ ଦ୍ଵାରା ଚେହେରାର ୩ଟି ମାଂସପେଶୀ, ସାଧାରଣ ହସ ଦ୍ଵାରା ୩୭ଟି ମାଂସପେଶୀ ଓ ପେଟରେ ହସର ପ୍ରଭାବ ପଡିବା ଦ୍ଵାରା ୭୦ଟି ମାଂସପେଶୀର ବ୍ୟାୟାମ ହୋଇଥାଏ । ଯଦି ଆପଣ ବି ସୁସ୍ଥ ରହିବାକୁ ଚାହାଁନ୍ତି ତେବେ ପ୍ରତିଦିନ ହସାଭ୍ୟାସ କରନ୍ତୁ ଓ ଏହା ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।