କେତେ ଘାତକ ହେଇଥାଏ କାଳସର୍ପ ଦୋଷ, ଜାଣନ୍ତୁ କଣ ଆପଣଙ୍କ ଜାତକରେ ତ ନାହିଁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମନୁଷ୍ୟଙ୍କ ଜୀବନରେ ଗ୍ରହ ଓ ଜାତକର ମହତ୍ଵ ବହୁତ ଅଧିକ ଥାଏ । କାରଣ ଆପଣ ଏହା ମାଧ୍ୟମରେ ହିଁ ନିଜର ଭବିଷ୍ୟତ ବିଷୟରେ ଅନୁମାନ କରି ପାରିବେ ଓ ନିଜର ଆସନ୍ତାକାଲି ପାଇଁ ସଚେତନ ହୋଇ ପାରିବେ । କହିବାକୁ ଗଲେ ଜାତକରେ ବିଭିନ୍ନ ପ୍ରକାରର ଶୁଭ ଓ ଅଶୁଭ ପରିସ୍ଥିତି, ଦୋଷ ଥାଏ । କିନ୍ତୁ ଯଦି ଆମେ କାଳସର୍ପ ଦୋଷ ବିଷୟରେ କଥାବାର୍ତ୍ତା କରିବା ତେବେ ଯେତେବେଳେ କାଳସର୍ପ କଥା ସାମ୍ନାକୁ ଆସିଥାଏ ତେବେ ମନରେ ଏକ ପ୍ରକାରର ଭୟ ଉତ୍ପନ୍ନ ହେବାକୁ ଲାଗିଥାଏ ।

ଜ୍ୟୋତିଷ ବିଜ୍ଞାନ ଅନୁସାରେ ବ୍ୟକ୍ତିର ଜାତକରେ ୧୨ ପ୍ରକାରର କାଳସର୍ପ ଦୋଷ ଥାଏ । କିନ୍ତୁ ଏହି ସମସ୍ତ କାଳସର୍ପ ଦୋଷର ଅର୍ଥ ଏହା ନୁହେଁ କି ଏହି ସମସ୍ତ କାଳସର୍ପ ଦୋଷ ଆପଣଙ୍କ ପାଇଁ ଘାତକ ହୋଇଥିବ । କିଛି କାଳସର୍ପ ଦୋଷ ଏମିତି ବି ହୋଇଥାଏ ଯାହା ଦ୍ଵାରା ଜାତକଧାରୀ ଲୋକମାନଙ୍କୁ ସକରାତ୍ମକ ପରିଣାମ ବି ମିଳିଥାଏ । କିନ୍ତୁ ଏହା ରାହୁ କେତୁର ସ୍ଥିତି ଉପରେ ନିର୍ଭର କରିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି କାଳସର୍ପ ଦୋଷ କଣ ହୋଇଥାଏ ଓ ଏହା ଜାତକରେ କେମିତି ହୋଇଥାଏ ।

 

ଯେତେବେଳେ ରାହୁ ଓ କେତୁ ମଧ୍ୟରେ ସମସ୍ତ ଗ୍ରହ ଆସି ଯାଆନ୍ତି ତେବେ ଜାତକରେ କାଳସର୍ପ ଦୋଷ ସୃଷ୍ଟି ହୋଇଥାଏ । କାଳସର୍ପ ଦୋଷ ଦୁଇଟି ଶବ୍ଦ ମିଶି ପ୍ରସ୍ତୁତ ହୋଇଛି । କାଳର ଅର୍ଥ ମୃତ୍ୟୁ ଓ ଦ୍ଵିତୀୟ ଶବ୍ଦ ସର୍ପ ଏହାର ଅର୍ଥ ସାପ ଅଟେ । ଜାତକରେ କାଳସର୍ପ ଦୋଷର ପ୍ରଭାବରେ ମନୁଷ୍ୟକୁ ମାନସିକ କଷ୍ଟ ସହିବାକୁ ପଡିଥାଏ । ଏହା ସହିତ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନା ଜାତକମାନଙ୍କୁ କରିବାକୁ ପଡିଥାଏ ।

 

କାଳସର୍ପର ଯୋଗ ସେତେବେଳେ ହୋଇଥାଏ ସେତେବେଳେ ରାହୁର ମହାଦଶା, ଅନ୍ତର୍ଦଶା ଆସିଥାଏ, ଯେତେବେଳେ ବି ଗୋଚର ସମୟରେ ରାହୁ ଅଶୁଭ ଚାଲିଥାଏ । ଯେତେବେଳେ ବି ଗୋଚର କାଳସର୍ପ ଯୋଗର ସୃଷ୍ଟି ହୋଇଥାଏ । ଆପଣଙ୍କୁ କହିଦେଉଛୁ କି କାଳସର୍ପ ଦୋଷ ବହୁତ ହିଁ ଘାତକ ହୋଇଥାଏ । ମାନସିକ ଓ ଶାରୀରିକ କଷ୍ଟ ସହିବାକୁ ପଡିଥାଏ । ପୈତୃକ ସମ୍ପତି ବି ନଷ୍ଟ ହୋଇଯାଏ ।

 

ଭାଇ ବନ୍ଧୁଙ୍କ ଠାରୁ ଧୋକା ମିଳିବାର ସମ୍ଭାବନା ବି ଥାଏ । ସନ୍ତାନ କଷ୍ଟ ବି ମିଳିଥାଏ । ଏହା ସହିତ ସନ୍ତାନମାନଙ୍କୁ ବି କୌଣସି ପ୍ରକାରର କଷ୍ଟ ହୋଇଥାଏ । ଶତ୍ରୁକୁ ବାରମ୍ବାର ଭୟ ଲାଗିଥାଏ । ଅନିଦ୍ରା ରୋଗର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଆପଣଙ୍କୁ ଏହା ଭଲ ଲାଗିଥିଲେ ଲାଇକ ଓ ଶେୟାର କରିଦିଅନ୍ତୁ ଓ ଏହା ବିଷୟରେ ଅଧିକ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।