ମୋତି କିଏ ଧାରଣ କରିବେ ଓ କିଏ ନୁହେଁ, ଜାଣନ୍ତୁ ଏହାକୁ ଧାରଣ କରିବାର ଶୁଭ ଅଶୁଭ ଫଳ

ଜ୍ୟୋତିଶାସ୍ତ୍ରର ରତ୍ନ ଶାଖାରେ ଚନ୍ଦ୍ରମାଙ୍କ ପାଇଁ ମୋତିକୁ ସୁନିଶ୍ଚିତ କରା ଯାଇଛି । ଯାହାକୁ ଆମେ ପର୍ଲ ନାମରେ ଜାଣିଛୁ । ମୋତି ଏକ ପ୍ରକାରର ଚନ୍ଦ୍ରମାର ପ୍ରତିରୂପ ହୋଇଥାଏ । ମୋତିରେ ଚନ୍ଦ୍ରମାର ଗୁଣ ବିଦ୍ୟମାନ ହୋଇଥାଏ । ମୋତି ଶ୍ୱେତ ରଙ୍ଗର ଆଭା ଦ୍ଵାରା ପୂର୍ଣ ଶୀତଳ ପ୍ରଭାବ ରଖୁଥିବା ଏକ ସୋମ୍ୟା ପ୍ରବୃତିର ରତ୍ନ ଅଟେ । ଜ୍ୟୋତିଷମାନଙ୍କ ଅନୁସାରେ ବ୍ୟକ୍ତି ନିଜ ଜାତକରେ ଚନ୍ଦ୍ରମାକୁ ମଝବୁତ କରିବା ପାଇଁ ମୋତି ଧାରଣ କରିଥାଏ ।

ଜାତକରେ ଚନ୍ଦ୍ରମା କମଜୋର କିମ୍ବା ପୀଡିତ ହେବା ଉପରେ ମୋତି ଧାରଣ କରିବା ପାଇଁ ଉପଦେଶ ଦିଆଯାଏ । ମୋତି ଧାରଣ କରିବା ଦ୍ଵାରା ମନ ଏକାଗ୍ର ହୋଇଥାଏ । ନକରାତ୍ମକ ଚିନ୍ତାଧାରା, ମାନସିକ ଚିନ୍ତା ଇତ୍ୟାଦି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମୋତି ଧାରଣ କରିବା ଲାଭ ହୋଇଥାଏ । କିନ୍ତୁ ପ୍ରତ୍ୟେକ ବ୍ୟକ୍ତିକୁ ମୋତି ଧାରଣ କରିବା ଉଚିତ ନୁହେଁ । କାରଣ ମୋତି ସମସ୍ତ ବ୍ୟକ୍ତିମାନଙ୍କ ପାଇଁ ଶୁଭ ରହିବ ଏହା ଜରୁରୀ ନୁହେଁ ।

କେତେକ ସ୍ଥିତିରେ ମୋତି ବ୍ୟକ୍ତିମାନଙ୍କ ପାଇଁ ମାରକ ରତ୍ନର କାର୍ଯ୍ୟ ବି କରିଥାଏ ଓ ଏହା ଦ୍ଵାରା ଅସୁସ୍ଥତା, ଦୁର୍ଘଟଣା ଓ ସଂଘର୍ଷ ବଢିପାରେ । ଏମିତିରେ ବିନା ବିଶେଷଜ୍ଞଙ୍କ ଉପଦେଶରେ ମୋତି ଧାରଣ କରନ୍ତୁ ନାହିଁ । ଜାତକରେ ଚନ୍ଦ୍ରମା କମଜୋର ହେବା ଉପରେ ମୋତି ଧାରଣ କରିବା ପାଇଁ ଉପଦେଶ କେବଳ ସେହି ବ୍ୟକ୍ତିମାନଙ୍କୁ ଦିଆଯାଏ ଯେଉଁମାନଙ୍କ ଜାତକରେ ଚନ୍ଦ୍ରମା ଶୁଭ କାରକ ଗ୍ରହ ହୋଇଥାଏ ।

ଏହା ଦ୍ଵାରା ଜାତକରେ ଚନ୍ଦ୍ରମାର ଶକ୍ତି ବହୁତ ବଢିଯାଏ । ଏହି ସ୍ଥିତିରେ ଯଦି ଚନ୍ଦ୍ରମା ଜାତକର ଅଶୁଭ ଫଳ ଦେବା ବାଲା ଗ୍ରହ ହେବ ତେବେ ମୋତି ପିନ୍ଧିବା ବ୍ୟକ୍ତି ପାଇଁ ହାନିକାରକ ସିଦ୍ଧ ହେବ । ଯଦି ଜାତକରେ ଚନ୍ଦ୍ରମା ଶୁଭ କାରକ ଗ୍ରହ ଅଟେ ତେବେ ମୋତି ଧାରଣ କରିବା ଦ୍ଵାରା ବହୁତ ହିଁ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ ।

ଲଗ୍ନ ଅନୁସାରେ ମୋତୀ ଧାରଣ :

ସାଧରାଣତଃ ମେଷ, କର୍କଟ, ବିଚ୍ଛା ଓ ମୀନ ରାଶିର ଲୋକମାନଙ୍କ ପାଇଁ ମୋତି ଧାରଣ ଶୁଭ ଅଟେ । ଏହା ଛଡା ବୃଷ, ମିଥୁନ, କନ୍ୟା, ତୁଳା ଓ ମକର ରାଶି ପାଇଁ ମଧ୍ୟମ ଅଟେ । ଅର୍ଥାତ ଏହି ରାଶିମାନେ ବିଶେଷଜ୍ଞଙ୍କ ପରାମର୍ଶ ନେବା ପରେ ହିଁ ମୋତି ଧରାଣ କରିବା ଉଚିତ । କିନ୍ତୁ ସିଂହ, ଧନୁ ଓ କୁମ୍ଭ ରାଶିର ଲୋକମାନଙ୍କୁ କେବେ ବି ମୋତି ଧାରଣ କରିବା ଉଚିତ ନୁହେଁ । ଅନ୍ୟଥା ଏହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ ଓ ଏହାର ବିପରୀତ ପରିଣାମ ବି ମିଳିପାରେ ।

ବ୍ୟକ୍ତିର ଜାତକକୁ ପୁରା ବିଶ୍ଲେଷଣ କରିବା ପରେ ହିଁ ମୋତି ପିନ୍ଧିବା ପାଇଁ ବିଶେଷଜ୍ଞମାନେ କହିଥାନ୍ତି । କହିବାକୁ ଗଲେ ୨୫ ବର୍ଷରୁ କମ ଆୟୁ ଥିବା ଲୋକମାନଙ୍କ ପାଇଁ ସାଢେ ୫ ରତି, ୨୫ ରୁ ୫୦ ବର୍ଷ ଆୟୁ ମଧ୍ୟରେ ଥିବା ଲୋକମାନଙ୍କୁ ସାଢେ ୭ ରତି ତଥା ୫୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିକୁ ସାଢେ ୯ ରତି ଓଜନର ମୋତି ଧାରଣ କରିବା ପାଇଁ କୁହାଯାଏ । ଜାତକରେ ଚନ୍ଦ୍ରମାର ସ୍ଥିତି କମଜୋର କିମ୍ବା ଅନ୍ୟ କୌଣସି ସ୍ଥିତିରେ ଅଛି, ଏହା ଉପରେ ବି ମୋତିର ପ୍ରଭାବ ପଡିଥାଏ ।

ମୋତି ଧାରଣ ବିଧି

ମୋତିର ଚାନ୍ଦି ଆଙ୍ଗୁଠି ତିଆରି କରି ସିଧା ହାତର କନିଷ୍ଠ କିମ୍ବା ଅନାମିକା ଆଙ୍ଗୁଠିରେ ଧାରଣ କରି ପାରିବେ । ଏହାର ଅତିରିକ୍ତ ଧଳା ରଙ୍ଗର ସୂତା କିମ୍ବା ଚାନ୍ଦିର ଚେନ ସହିତ ଲକେଟ ରୂପରେ ବେକରେ ଧାରଣ କରି ପାରିବେ । ମୋତିକୁ ସୋମବାର ଦିନ ସକାଳେ ସର୍ବ ପ୍ରଥମ ଗାଈର କଞ୍ଚା କ୍ଷୀର ଏବଂ ଗଙ୍ଗା ପାଣି ଦ୍ଵାରା ଅଭିଷେକ କରନ୍ତୁ । ଏହା ପରେ ଧୂପ ଦୀପ ଲଗାଇ ଚନ୍ଦ୍ରମାଙ୍କ ମନ୍ତ୍ର ‘ଓଁ ସୋମ ସୋମାୟ ନମଃ’ ତିନି ମାଳା ଜପ କରନ୍ତୁ । ପୁଣି ପୂର୍ବ କିମ୍ବା ଉତ୍ତର ଦିଗ ଆଡକୁ ମୁଖ କରି ମୋତି ଧାରଣ କରିବା ଉଚିତ ।

ଆପଣଙ୍କୁ କହିଦେଉଛୁ କି ଏହି ସୂଚନା ଧାର୍ମିକ ଆସ୍ଥା ଓ ଲୌକିକ ମାନ୍ୟତା ଉପରେ ଆଧାରିତ ଅଟେ ଯାହାକୁ କେବଳ ସାମାନ୍ୟ ଜନରୁଚିକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ଯଦି ଆପଣଙ୍କୁ ଏହା ଭଲ ଲାଗିଲେ ତେବେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଏ ବିଷୟରେ ଅଧିକ ତଥ୍ୟ ପାଇବା ପାଇଂ ଆମ ପେଜକୁ ଲାଇକ କରନ୍ତୁ ।