ଶରୀରରେ ଦେଖା ଦେଲେ ଏମିତି କିଛି ସଂକେତ ଜାଣନିଅନ୍ତୁ ଆପଣଙ୍କ କିଡନୀ ଷ୍ଟୋନ ହୋଇଛି – ଜାଣନ୍ତୁ ଏହାର ଲକ୍ଷଣ

ଶରୀରରେ ଦେଖା ଦେଲେ ଏମିତି କିଛି ସଂକେତ ଜାଣନିଅନ୍ତୁ ଆପଣଙ୍କ କିଡନୀ ଷ୍ଟୋନ ହୋଇଛି

ଆଜି କାଲି ସମୟ ରେ ଲୋକଙ୍କ ଜୀବନ ବହୁତ ବ୍ୟସ୍ତତା ଭିତରେ କଟୁଛି, ଖରାପ ଖାଇବା ଓ ଅନିୟମିତତା ଜୀବନ ଶୈଳୀ ପାଇଁ ଲୋକ କେତେ ରୋଗର ଶିକାର ହେଉଛନ୍ତି । ସେହି ସବୁ ରୋଗ ଭିତରୁ କିଡନୀ ସ୍ଟୋନ ଏକ ସାଧାରଣ ରୋଗ ହୋଇ ଗଲାଣି । ଏହାର ଆରମ୍ଭରୁ ଆମକୁ ବହୁତ ସଂକେତ ମିଳିଥାଏ, ଯାହାକୁ ଜାଣି ତାର ଉପଚାର କରାଇବା ଆବଶ୍ୟକ ଅଟେ । ଯଦି ଆପଣ ଏହି ସଂକେତ ଗୁଡିକୁ ଅଣଦେଖା କରନ୍ତି ତେବେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।  କିଡନୀ ସ୍ଟୋନ ଏକ ମୂତ୍ରାଶୟରେ ହେବା ରୋଗ ଅଟେ ଯେଉଁଥିରେ କିଡନୀ ଭିତରେ ଛୋଟ ଛୋଟ ପଥର ଭଳି କଠୋରତା ଆସି ଥାଏ । ଏବଂ ତାହା ମୁତ୍ର ମାର୍ଗରେ ସମସ୍ଯା ସୃଷ୍ଟି କରିଥାଏ ।

ଯାହା ମୂତ୍ରାଶୟ ଦେଇ ବାହାରକୁ ମଧ୍ୟ ବାହାରି ଆସେ । କିଛି ଲୋକଙ୍କର ଏହି ସମସ୍ଯା ହେଲେ ମଧ୍ୟ ତାଙ୍କୁ ବୀନା କଷ୍ଟରେ ଏହା ବାହାରି ଆସିଥାଏ । କିନ୍ତୁ ଯଦି ଏହା ବଡ ହୋଇଯାଏ,ତେବେ ଏହା ଦ୍ଵାରା ଅଭୁତ ସମସ୍ଯା ସୃଷ୍ଟି ହବାକୁ ଲାଗେ । ଏହା ଦ୍ଵାରା ମୂତ୍ରାଶୟ ପାଖାପାଖି ବହୁତ ଯନ୍ତ୍ରଣା ଅନୁଭବ ହୁଏ । ମଧୁମେହ ରୋଗୀ ମାନଙ୍କ ମଧ୍ୟରେ ଏହି ରୋଗ ଦେଖା ଯିବାର ସମ୍ଭାବନା ଅଧିକ ଥାଏ ।

ଆସନ୍ତୁ ଜାଣିବା କିଡନୀ ଷ୍ଟୋନ ହେବାର ସଂକେତ ବିଷୟରେ-

ପିଠି ବିନ୍ଧା-

ଯଦି କୌଣସି ବ୍ୟକ୍ତିଙ୍କୁ ଏହି ରୋଗ ହୋଇଥାଏ, ତେବେ ତାକୁ ଭୀଷଣ କଷ୍ଟ ସହିବାକୁ ପଡିଥାଏ, ବିଶେଷ କରି ଅଣ୍ଟା ବା ଅଣ୍ଟା ଠାରୁ ଟିକେ ତଳକୁ, ପେଟ ଓ ଜଙ୍ଘ ମଝି ଭାଗରେ ବହୁତ ଯନ୍ତ୍ରଣା ହୋଇଥାଏ ।

ମୁତ୍ରରେ ରକ୍ତ ପଡିବା-

ଯଦି କେହି ଏହି ରୋଗରେ ପୀଡିତ ଥାନ୍ତି ତେବେ ତାଙ୍କର ମୁତ୍ର ପ୍ରାୟତଃ ନାଲି, ଗୋଲାପି, କିମ୍ବା ଗାଢ ହଳଦୀ ରଙ୍ଗର ହୋଇଥାଏ । ଏହା ସ୍ଟୋନ ବଢିବାର ଓ ମୂତ୍ରାଶୟ ବନ୍ଦ ହୋଇଯିବାର ଲକ୍ଷଣ ଦେଖା ଗଲେ ଜାଣିବେ ଯେ ଏହା କିଡନୀ ସ୍ଟୋନ ହେବାର ସଂକେତ, ଏହି ସ୍ଥିତି ରେ ତୁରନ୍ତ ଡକ୍ଟର ସହ ପରାମର୍ଶ କରନ୍ତୁ ।

ଯନ୍ତ୍ରଣା ସହ ପରିସ୍ରା ଲାଗିବ-

ଏହି ରୋଗର ଆଉ ଏକ ଲକ୍ଷଣ ହେଲା ବହୁତ ଯନ୍ତ୍ରଣା ହେବା ସହ ବାରମ୍ବାର ପରିସ୍ରା ଲାଗିଥାଏ ।

ବାନ୍ତି ହେବା-

ଯଦି ଆପଣଙ୍କ ପେଟରେ କିଛି ଗଡବଡ ହେଉଛି କି ବାନ୍ତି ଲାଗୁଛି ତେବେ ଏହା କିଡନୀ ଷ୍ଟୋନର ସଂକେତ ।

ଯଦି ଆପଣଙ୍କ ଶରୀରରେ ଏହି ସବୁ ମଧ୍ୟରୁ କୌଣସି ସଂକେତ ଦେଖାଯାଉଛି ତେବେ ତୁରନ୍ତ ଡକ୍ଟର ସହ ପରାମର୍ଶ କରନ୍ତୁ ।

ଏମିତି ନୂଆ ନୂଆ ସ୍ୱାସ୍ଥ୍ୟ ସମ୍ବଧୀୟ ଆଲୋଚନା ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ